୨୦୨୪ ପରେ ମୋଦି ନ ହୁଅନ୍ତୁ ପିଏମ୍, କାହିଁକି ଏମିତି କହିଲେ ବୈଜୟନ୍ତ ?

୨୦୨୪ ପରେ ମୋଦି ନ ହୁଅନ୍ତୁ ପିଏମ୍, କାହିଁକି ଏମିତି କହିଲେ ବୈଜୟନ୍ତ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୨୪ ପରେ ନରେନ୍ଦ୍ର ଦାମୋଦର ଦାସ ମୋଦି ପ୍ରଧାନମନ୍ତ୍ରୀ ନ ହୁଅନ୍ତୁ। ଏକଥା ବିଜେପିର ଜଣେ ରାଷ୍ଟ୍ରୀୟ ଉପ ସଭାପତି ପରୋକ୍ଷରେ କହିଛନ୍ତି। ବ୍ୟକ୍ତି ଜଣଙ୍କ ଓଡ଼ିଶାର, ୨୦୧୯ ନିର୍ବାଚନ ପୂର୍ବରୁ ପଦ୍ମ ପୋଖରୀକୁ ଆସିଥିଲେ। ସେ ହେଉଛନ୍ତି ଟ୍ବିଟର୍ କ୍ୟାଟ୍ ବୈଜୟନ୍ତ ପଣ୍ଡା। ଶ୍ରୀ ପଣ୍ଡା କହିଛନ୍ତି ଯେ, ବୟସର ଗୋଟିଏ ନିର୍ଦ୍ଦିଷ୍ଟ ସୀମା ଟପିଲା ପରେ ସକ୍ରିୟ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ ପରିଣତ ବୟସରେ ବରିଷ୍ଠ ନେତାମାନେ ଦଳକୁ ମାର୍ଗଦର୍ଶନ କରନ୍ତି, ଯାହାକି ବିଜେପିରେ ଏହି ପରମ୍ପରା, ଗତ କିଛି ବର୍ଷ ଧରି ଚାଲିଆସୁଛି।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରାପ୍ପାଙ୍କ ପ୍ରସ୍ଥାନ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇଙ୍କ ଶପଥ ଗ୍ରହଣ ପରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ବିଜେପି ବିଶ୍ଵର ସବୁଠାରୁ ବଡ଼ ରାଜନୈତିକ ଦଳ ଓ ଏହା ନିଜର ଗାଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖିଛି। ସ୍ବଚ୍ଛ ପ୍ରକ୍ରିୟାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ବିଧାୟକ ଦଳ ସହ ବିଚାରବିମର୍ଶ କଲେ ଓ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ୟେଦୁରାପ୍ପା ନିଜେ ହିଁ ପ୍ରସ୍ତାବ ରଖିଲେ। ଏଥିସହ ଆମ ଦଳରେ କିଛି ବର୍ଷ ହେଲା ଏକ ପରମ୍ପରା ସୃଷ୍ଟି ହୋଇଛି ଯେ, ଏକ ବୟସ ଟପିଲା ପରେ ବରିଷ୍ଠ ନେତାମାନେ ମାର୍ଗଦର୍ଶନ କରନ୍ତି। ସେ କହିଛନ୍ତି ଯେ, ଯୁବକମାନେ, ଯେଉଁମାନଙ୍କର ରାଜନୀତିକୁ ନେଇ କୌଣସି ଅଭିଜ୍ଞତା ନାହିଁ, ପୈତୃକ ସମ୍ପତ୍ତି ଭଳି ସେମାନେ ଦଳର ମୁଖ୍ୟ ହୋଇଯାଆନ୍ତି, ତାହା ହେଉଛି ପରିବାରବାଦ ରାଜନୀତି। ବୋମାଇ ମୁଖ୍ୟମନ୍ତ୍ରୀ ହେବା ପରିବାରବାଦ ରାଜନୀତି ନୁହେଁ। ଏହା ସତ ଯେ ତାଙ୍କ ପିତା ଜଣେ ମୁଖ୍ୟମନ୍ତ୍ରୀ ଥିଲେ ଓ ସେ ଓଡ଼ିଶାରୁ ଥରେ ରାଜ୍ୟସଭା ସଦସ୍ୟ ହୋଇଥିଲେ। କିନ୍ତୁ ତାଙ୍କ ପିତାଙ୍କ ପାଇଁ ବୋମାଇ ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି, କହିବା ଠିକ୍ ନୁହେଁ । କାରଣ ବୋମାଇଙ୍କର ଦଶନ୍ଧି ଧରି ରାଜନୈତିକ ଅଭିଜ୍ଞତା ରହିଛି ଓ ବହୁ ପରିଶ୍ରମ କରିଛନ୍ତି, ବିଜେପିରେ ସେ ନିଜର ଏକ ପରିଚୟ ତିଆରି କରିଛନ୍ତି। ତେଣୁ ଆଜି ୬୨ ବର୍ଷରେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ତାହାକୁ ପରିବାରବାଦ ରାଜନୀତି କହିବା ଉଚିତ ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏବେ ଦେଖାଯାଉ ଓଡ଼ିଶାରେ ତାଙ୍କ ଦଳଭାଇ ମାନେ କଥାଟିକୁ କିପରି ନେଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: