ମଣିଷ ତା’ର ଜୀବନ କାଳରେ କେତେ ଶବ୍ଦ କୁହେ ଜାଣନ୍ତି କି?

ମଣିଷ ତା’ର ଜୀବନ କାଳରେ କେତେ ଶବ୍ଦ କୁହେ ଜାଣନ୍ତି କି?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସକାଳରୁ ରାତିରେ ପର୍ଯ୍ୟନ୍ତ, ଆମେମାନେ କିଛି ନା କିଛି କଥା କହିବା ଜାରି ରଖିଥାଉ। କେତେବେଳେ ପରିବାର ସଦସ୍ୟଙ୍କ ସହିତ, କେବେ ସାଙ୍ଗମାନଙ୍କ ସହିତ, କେବେ ଦୋକାନ ବଜାରରେ ଜିନିଷ କିଣିବା ପାଇଁ ପୁଣି କେତେବେଳେ ଅଫିସ୍ ସହକର୍ମୀଙ୍କ ସହିତ ଆମେ କିଛି ନା କିଛି କଥା ହୋଇଥାଉ। ଅନେକ ସମୟରେ କିଛି ଲୋକ ନିଜକୁ ନିଜେ ମଧ୍ୟ ଗପିଥାନ୍ତି, ସ୍ବପ୍ନରେ ମଧ୍ୟ କଥା ହେବା ଅନେକ ଲୋକଙ୍କ ଅଭ୍ୟାସ ରହିଛି। ଆମ କଥାବାର୍ତ୍ତା କେବେ ଶେଷ ହୁଏ ନାହିଁ।କିନ୍ତୁ ଆପଣ କଣ କହିପାରିବେ କି ଦିନରେ ଆମେ କେତେ ଶବ୍ଦ କହୁଛେ? ବୋଧହୁଏ ଆପଣ ଏହା ପ୍ରତି କେବେ ଧ୍ୟାନ ଦେଇନଥିବେ। ସମସ୍ତେ ତାଙ୍କ ଆଚରଣ ଅନୁଯାୟୀ କଥାବାର୍ତ୍ତା କରନ୍ତି । କେହି କମ୍ କଥାବାର୍ତ୍ତା କରନ୍ତିତ ଆଉ କେହି ଟିକେ ବଜୁରା ପ୍ରକୃତି ପାଇଁ ଅଧିକ କଥା ହେବାକୁ ପସନ୍ଦ କରନ୍ତି। ଲିଙ୍କଡିନ୍ ଲର୍ନିଂ ଅନିଷ୍ଟ୍ରକ୍ଟର ଜେଫ୍ ଆନସେଲ୍ଲି ରିସର୍ଚ୍ଚ ଅନୁଯାୟୀ ଜଣେ ବ୍ୟକ୍ତି ସାଧାରଣତଃ ଦିନକୁ ଅତି କମରେ ୭୦୦୦ ଶବ୍ଦ କହିଥାନ୍ତି। ଏହା ମଧ୍ୟ ହୋଇପାରେ ଯେ ଅନେକ ଲୋକ ଏହାଠାରୁ ଅଧିକ ଶବ୍ଦ କୁହନ୍ତି। ଯଦି ହାରାହାରି ଆକଳନ ନିଆଯାଏ, ତେବେ ଜଣେ ବ୍ୟକ୍ତି ତାଙ୍କ ସମଗ୍ର ଜୀବନରେ ୮୬୦,୩୪୧,୫୦୦ ଶବ୍ଦ କହିଥାନ୍ତି ଯଥା ପ୍ରାୟ ୮୬ କୋଟି ଶବ୍ଦ। ତେଣୁ କଳ୍ପନା କରନ୍ତୁ ଯେ ଆପଣ ସମଗ୍ର ଜୀବନରେ ୮୬ କୋଟି ଶବ୍ଦ କହିବାରେ କେତେ ଶକ୍ତି ଖର୍ଚ୍ଚ କରିଥିବେ। ବ୍ରିଟିଶ ଲେଖକ ତଥା ପ୍ରସାରକ ଗିଲ୍ସ ବ୍ରାଣ୍ଡ୍ରେଥ ତାଙ୍କ ପୁସ୍ତକ The Joy of Lex: How to Have Fun with 860,341,500 Words ରେ ଏହି ସୂଚନା ଦେଇଛନ୍ତି। ଏହାପରେ ଆପଣ ନିଶ୍ଚିତ ଭାବରେ ଜାଣିବାକୁ ଚାହୁଁଥିବେ ଯେ ଆପଣଙ୍କ ଅଭିଧାନରେ ଏତେଗୁଡ଼ିଏ ଶବ୍ଦ ଅଛି କି ନାହିଁ! ମଣିଷ କହୁଥିବା ଶବ୍ଦ Oxford English Dictionaryରେ ଥିବା ୨୦ ଭଲ୍ୟୁମରେ ଲେଖାଯାଇଥିବା ଶବ୍ଦ ସଂଖ୍ୟାକୁ ପାଖାପାଖି ୧୫ ଥର ବା ୧୪.୫ ଥର କହିବା ସହ ସମାନ।ଯଦି ମାନବ ଶବ୍ଦକୁ ୩୨ ଭଲ୍ୟୁମ୍ ଏନସାଇକ୍ଲୋପିଡିଆ ସହିତ ତୁଳନା କରାଯାଏ, ତେବେ ସେହି ଶବ୍ଦଗୁଡ଼ିକରୁ ୧୯.୫ ପୁସ୍ତକ ଲେଖାଯାଇପାରିବ। ଯଦି ଏହାକୁ ବାଇବେଲ ସହିତ ତୁଳନା କରାଯାଏ, ତେବେ ଜଣେ ବ୍ୟକ୍ତି ତାଙ୍କ ଜୀବନରେ କିଙ୍ଗ ଜେମ୍ସଙ୍କ ବାଇବଲରେ ଥିବା ଶବ୍ଦ ଅପେକ୍ଷା ୧୧୧୦ ଗୁଣ ଅଧିକ କଥା କହିଥାନ୍ତି। ତେବେ ଯେଉଁମାନେ ଅଧିକ କଥା ହୁଅନ୍ତି ସେମାନଙ୍କ ଶବ୍ଦ ସଂଖ୍ୟା ଅଧିକ ହେବ। ଏହା ବୟସ ଅନୁସାରେ ମଧ୍ୟ ଅଧିକ କମ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: