ଲୋକଙ୍କ ଭାଗ୍ୟ ବଦଳାଉଛି ନଦୀ , ଦୂର ଦୁରାନ୍ତରୁ ସୁନା ଗୋଟାଇବା ପାଇଁ ଏଠାକୁ ଆସୁଛନ୍ତି ଲୋକେ

ଲୋକଙ୍କ ଭାଗ୍ୟ ବଦଳାଉଛି ନଦୀ , ଦୂର ଦୁରାନ୍ତରୁ ସୁନା ଗୋଟାଇବା ପାଇଁ ଏଠାକୁ ଆସୁଛନ୍ତି ଲୋକେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ପୃଥିବୀରେ ନଦୀର ଅଭାବ ନାହିଁ। କେବଳ ସେମାନଙ୍କର ଆକୃତି ଏବଂ ଆକାରକୁ ନେଇ ଟିକିଏ ଭିନ୍ନତା ଦେଖାଯାଏ। ଗଙ୍ଗା, ବ୍ରହ୍ମପୁତ୍ର, ନୀଳ, ଆମାଜନ ଇତ୍ୟାଦି ପରି ହଜାର ହଜାର ନଦୀ ଦୁନିଆର କୋଣ ଅନୁକୋଣରେ ପ୍ରବାହିତ ହେଉଛି। ସାଧାରଣ ଭାବେ ନଦୀଗୁଡ଼ିକରେ କେବଳ ଜଳ ପ୍ରବାହିତ ହୁଏ। ଯାହାକୁ ପାନ୍ୟ,ଚାଷ କାର୍ଯ୍ୟ ବା ଅନ୍ୟ କାମରେ ଲଗାଯାଇଥାଏ। ବେଳେବେଳେ ସେଥିରୁ ବାଲି ନେଇ ନିର୍ମାଣ କାମରେ ଲଗାଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ନଦୀ ବିଷୟରେ କହିବୁ ଯାହା ଲୋକଙ୍କ ଭାଗ୍ୟ ବଦଳାଉଛି। ଏହି ନଦୀରେ ଆବର୍ଜନା ନୁହେଁ ବରଂ ପାଣି ସହ ସୁନା ପ୍ରବାହିତ ହେଉଛି। ଯାହାକୁ ସଂଗ୍ରହ କରିବା ପାଇଁ ଆଖପାଖର ଲୋକ ଏଠାରେ ଭିଡ ଲାଗନ୍ତି। ଘଟଣାଟି ଆପଣକୁ ମିଛ ପରି ଲାଗୁଥିଲେ ହେଁ, ଥାଇଲ୍ୟାଣ୍ଡରେ ରହିଛି ଏହି ଅଭୂତ ନଦୀ, ଯେଉଁଠାରେ ସୁନା ନଦୀ ଜଳ ସହିତ ପ୍ରବାହିତ ହେଉଛି। ଏହି କାରଣରୁ ନଦୀ କୂଳରେ ଆଖପାଖ ଲୋକଙ୍କର ଭିଡ଼ ଯମିଥାଏ। କେବଳ ସେତିକି ନୁହେଁ ବହୁ ଦୂରଦୂରାନ୍ତରୁ ଲୋକମାନେ ମଧ୍ୟ ଏଠାକୁ ସୁନା ଖୋଜିବାକୁ ଆସିଥାନ୍ତି। ଏହି ନଦୀକୁ ସୁବର୍ଣ୍ଣ ନଦୀ ମଧ୍ୟ କୁହାଯାଉଛି। ନଦୀଟି ଥାଇଲ୍ୟାଣ୍ଡର ଗୋଲ୍ଡ ମାଉଣ୍ଟେନ୍ ଅଞ୍ଚଳରେ ପ୍ରବାହିତ ହେଉଛି। ଯାହାକି ଥାଇଲ୍ୟାଣ୍ଡର ଦକ୍ଷିଣ ଭାଗରେ ମାଲେସିଆ ସୀମାକୁ ଲାଗି ରହିଛି। ଘଟଣାରୁ ପ୍ରକାଶ ଯେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ସୁନା ଖଣି ଖନନ କରାଯାଉଛି। ଏହା ଏକ ବଡ କାରଣ, ଯେଉଁଥିପାଇଁ ନଦୀ ଜଳ ସହିତ ଅନେକ ଛୋଟ ଛୋଟ ସୁନା ଖଣ୍ଡ ମଧ୍ୟ ଭାସୁଛି। ସୁନାର ଅବକ୍ଷୟ ଜିନିଷ ଗୁଡ଼ିକ ନଦୀର କାଦୁଅରେ ମିଶି ରହିଥାଏ। ନିକଟସ୍ଥ ଗ୍ରାମବାସୀ ଏଠାକୁ ଆସି ନଦୀର କାଦୁଅରୁ ସୁନା ଫିଲ୍ଟର କରିବା କାର୍ଯ୍ୟ କରନ୍ତି ଏବଂ ଯେଉଁ ସୁନା ପାଇଥାନ୍ତି ତାକୁ ସାଙ୍ଗରେ ଆଣିଥିବା ବ୍ୟାଗରେ ଭରି ଘରକୁ ନେଇଯାଆନ୍ତି। ଏଭଳି ପରିସ୍ଥିତିରେ ଏହି ନଦୀ ଅନେକ ଲୋକଙ୍କ ପାଇଁ ଆୟର ମୁଖ୍ୟ ଉତ୍ସ ପାଲଟିଛି କହିଲେ ଭୁଲ ହେବନି।
ଅନେକ ଲୋକ ପ୍ରତିଦିନ ମାଟିରୁ ସୁନା ବାହାର କରି ଏହାକୁ ବିକ୍ରୟ କରି ରୋଜଗାର କରିଥାନ୍ତି। କରୋନା ଭାଇରସ ହେତୁ ଥାଇଲ୍ୟାଣ୍ଡର ଏହି ଅଞ୍ଚଳରେ ରହୁଥିବା ଅନେକ ଲୋକ ଚାକିରୀ ହରାଇଛନ୍ତି। ଏଭଳି ପରିସ୍ଥିତିରେ ସେହି ଲୋକମାନେ ମଧ୍ୟ ଏଠାକୁ ଆସି ସୁନା ପାଇ ଟଙ୍କା ରୋଜଗାର କରୁଛନ୍ତି।
କଠିନ ପରିଶ୍ରମ ପରେ, ଏଠାରୁ ଏତେ ପରିମାଣର ସୁନା ମିଳିଥାଏ ଯାହା ଦୈନିକ ଖର୍ଚ୍ଚ ଉଠି ଯାଇପାରେ । ଏକ ରିପୋର୍ଟରୁ ଜଣା ପଡ଼ିଛି ଯେ ଏଠାରେ ରହୁଥିବା ଜଣେ ମହିଳା କହିଛନ୍ତି ଯେ ସେ ଏଠାରେ ୧୫ ମିନିଟ୍ ପରିଶ୍ରମ କରି ପ୍ରାୟ ୨୪୪ ଟଙ୍କା ରୋଜଗାର କରନ୍ତି। ମହିଳା ମଧ୍ୟ ଏହି କାର୍ଯ୍ୟରେ ବହୁତ ଖୁସି ଅଛନ୍ତି ବୋଲି କୁହନ୍ତି। ତାଙ୍କ ପରି ଆହୁରି ଅନେକ ମହିଳା, ପୁରୁଷ ଶିଶୁ ମଧ୍ୟ ଏହି ସୁନା ଛାଣିବା କାର୍ଯ୍ୟ କରନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: