ଅଜବ ବିଶ୍ୱାସ! କୋରୋନା କବଳରୁ ମୁକ୍ତି ପାଇଁ କୋରୋନା ମାତା ଗଢ଼ିଲେ ଗ୍ରାମବାସୀ, ମନ୍ଦିରରେ ପ୍ରବେଶ ପାଇଁ ରହିଛି ଅଜବ ନିୟମ

ଅଜବ ବିଶ୍ୱାସ! କୋରୋନା କବଳରୁ ମୁକ୍ତି ପାଇଁ କୋରୋନା ମାତା ଗଢ଼ିଲେ ଗ୍ରାମବାସୀ, ମନ୍ଦିରରେ ପ୍ରବେଶ ପାଇଁ ରହିଛି ଅଜବ ନିୟମ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସମଗ୍ର ବିଶ୍ୱ କରୋନା ମହାମାରୀର ମୁକାବିଲା ପାଇଁ ସଂଗ୍ରାମ କରୁଛି। ଭଳିକି ଭଳି ଗବେଷଣା ସାଙ୍ଗକୁ ଟୀକାକରଣ ଜୋରଦାର ଚାଲିଛି। ତେବେ ଏପରି ସମୟରେ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ସୀମାନ୍ତ ଜିଲ୍ଲାମାନଙ୍କରେ କରୋନାକୁ ନେଇ ଲୋକମାନଙ୍କ ଭିତରେ ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ଏଠାରେ କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ମହିଳାମାନେ କିଛି ଦିନ ତଳେ ‘କରୋନା ମୟା’ଙ୍କ ପୂଜା କରୁଥିବା ବେଳେ ଏବେ ସେଠାରେ ଲୋକମାନେ ଟିକେ ଆଗକୁ ବଢ଼ି କରୋନା ମାତାଙ୍କ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି। କରୋନା ମାତାଙ୍କ ଏହି ମନ୍ଦିର ଉତ୍ତରପ୍ରଦେଶ ପ୍ରତାପଗଡ ଜିଲ୍ଲାର ସାଙ୍ଗିପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଜୁହି ଶୁକ୍ଲାପୁର ଗ୍ରାମରେ ନିର୍ମିତ ହୋଇଛି। ଏଠାରେ କରୋନା ଭାଇରସ ଭୟ ହେତୁ ଗ୍ରାମବାସୀମାନେ ଅନ୍ଧବିଶ୍ୱାସର ବସବତି ହୋଇ କରୋନା ମାତାଙ୍କ ପ୍ରତିମା ସ୍ଥାପନ କରି ପୂଜା କରୁଛନ୍ତି। କେବଳ ସେତିକି ନୁହେଁ, ଶହ ଶହ ଗ୍ରାମବାସୀ ଏଠାରେ ସମ୍ପୂର୍ଣ୍ଣ ବିଧିବିଧାନ ରୀତିନୀତି ଅନୁଯାୟୀ କରୋନା ମାତାଙ୍କୁ ପୂଜା କରୁଛନ୍ତି।
ଗ୍ରାମବାସୀମାନେ ମିଳିତ ଭାବେ ଦାନ ସଂଗ୍ରହ କରି କରୋନା ମାତାଙ୍କର ଏହି ମନ୍ଦିର ନିର୍ମାଣ କରିଥିବାର ଜଣାପଡିଛି। ଲାଲ୍ ଚୁନରୀ ଏବଂ ମାସ୍କ ପିନ୍ଧି ପ୍ରତିମା ମନ୍ଦିରରେ ପୂଜା ପାଉଛନ୍ତି। କରୋନା ଠାରୁ ରକ୍ଷା ପାଇବା ପାଇଁ ଲୋକମାନେ କ୍ରମାଗତ ଭାବରେ ସେଠାକୁ ପୂଜାପାଠ କରିବାକୁ ଯାଉଛନ୍ତି। ମନ୍ଦିରରେ ପ୍ରବେଶ କରିବା ପାଇଁ କେତେକ ନିୟମ ଲାଗୁ କରାଯାଇଥିବା ବେଳେ କାନ୍ଥରେ ବିଶେଷ ପୂଜା ପଦ୍ଧତି ମଧ୍ୟ ଲେଖାଯାଇଛି। ଏହା ବ୍ୟତୀତ ଏଠାରେ ଲୋକଙ୍କୁ ସଂକ୍ରମଣ ବିଷୟରେ ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଛି।
ମନ୍ଦିରରେ ସ୍ଥାପନ ପାଇଁ କରୋନା ମାତାଙ୍କର ଏକ ସ୍ୱତନ୍ତ୍ର ପ୍ରତିମା ତିଆରି କରାଯାଇଥିଲା। ଏହା ସ୍ୱତନ୍ତ୍ର ଅର୍ଡର ଦେଇ ତିଆରି କରାଯାଇଥିଲା। ଏହାକୁ ବିଶ୍ୱର ପ୍ରଥମ କରୋନା ମାତା ମନ୍ଦିର ବୋଲି ସ୍ଥାନୀୟ ଲୋକ କୁହନ୍ତି। ମନ୍ଦିରର କାନ୍ଥରେ କିଛି ବାର୍ତ୍ତା ମଧ୍ୟ ଲେଖାଯାଇଛି, ଯେଉଁଥିରେ ଏହା ଲେଖା ଅଛି – ଦୟାକରି ଦର୍ଶନ ପୂର୍ବରୁ ମାସ୍କ ଲଗାନ୍ତୁ, ହାତ ଧୋଇ ଦିଅନ୍ତୁ, ଦୂରରୁ ଦର୍ଶନ କରନ୍ତୁ। ଏହା ବ୍ୟତୀତ କାନ୍ଥରେ ପୂଜା ପଦ୍ଧତି ମଧ୍ୟ ଲେଖାଯାଇଛି। ସେଥିରେ ଲେଖା ହୋଇଛି ଦୟାକରି କେବଳ ହଳଦିଆ ରଙ୍ଗର ଫୁଲ, ଫଳ, ବସ୍ତ୍ର, ମିଠା, ଘଣ୍ଟି ଇତ୍ୟାଦି ପ୍ରଦାନ କରନ୍ତୁ।
ମନ୍ଦିରରେ ଏହା ମଧ୍ୟ ଲେଖାଯାଇଛି ଯେ ସେଲଫି ନେବାବେଳେ ଦୟାକରି ପ୍ରତିମାକୁ ସ୍ପର୍ଶ କରନ୍ତୁ ନାହିଁ। କେବଳ ଏତିକି ନୁହେଁ, ବହୁ ସଂଖ୍ୟକ ଲୋକ ମଧ୍ୟ ପ୍ରାର୍ଥନା କରିବା ପାଇଁ ମନ୍ଦିରରେ ପହଞ୍ଚୁଛନ୍ତି। ଗ୍ରାମବାସୀ କହିଛନ୍ତି ଯେ ଲୋକମାନେ ଏକତ୍ରିତ ହୋଇ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ ଓ ସେମାନଙ୍କ ବିଶ୍ଵାସ ଯେ ଦେବତାଙ୍କୁ ପୂଜା କରିବା ଦ୍ୱାରା ନିଶ୍ଚିତ ଭାବରେ କରୋନା ଭାଇରସରୁ ଲୋକ ସୁରକ୍ଷିତ ରହି ପାରିବେ। ଗ୍ରାମବାସୀ ବିଶ୍ବାସ କରନ୍ତି ଯେ ପିତୃପୁରୁଷମାନେ ବସନ୍ତ ରୋଗକୁ ମାତା ଶୀତଳାଙ୍କ ରୂପ ବୋଲି ବିବେଚନା କରିଥିଲେ। ବର୍ତ୍ତମାନ କରୋନା ମଧ୍ୟ ମାତା ଦେବୀଙ୍କର ରୂପ ହୋଇଛି। ତେବେ ଲୋକଙ୍କ ଏହି ଅନ୍ଧବିଶ୍ୱାସ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ କରୋନା ମାତାଙ୍କ ମନ୍ଦୀର ଫଟୋ ଭାଇରାଲ ହେବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: