ସିଦ୍ଧାର୍ଥ ଶୁକ୍ଲାଙ୍କ ‘ବ୍ରୋକନ୍ ବଟ୍ ବିଉଟିଫୁଲ୍-3’ ନୂଆ ଲୁକ୍

ସିଦ୍ଧାର୍ଥ ଶୁକ୍ଲାଙ୍କ ‘ବ୍ରୋକନ୍ ବଟ୍ ବିଉଟିଫୁଲ୍-3’ ନୂଆ ଲୁକ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସିଦ୍ଧାର୍ଥ ଶୁକ୍ଲାଙ୍କ ଅପକମିଂ ୱେବ୍ ସିରିଜ୍ ବ୍ରୋକନ୍ ବଟ୍ ବିଉଟିଫୁଲ୍-3‘ (Broken But Beautiful 3) କେବେ ହେବ ରିଲିଜ୍ ? ଏହାକୁ ନେଇ ଦୀର୍ଘ ଦିନ ହେଲା ଛକାପଞ୍ଝା ଲାଗି ରହିଥିଲା । ତେବେ ଏବେ ଏହି ଓ୍ବେବ୍ ସିରିଜର ଏକ ନୂଆ ପୋଷ୍ଟର ସେୟାର କରି ଅଭିନେତା ସିଦ୍ଧାର୍ଥ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛନ୍ତି।

   ଓ୍ବେବ୍ ସିରିଜର ନିର୍ମାତା ସିଦ୍ଧାର୍ଥ ଶୁକ୍ଲା ଅଭିନୀତ ଚରିତ୍ର ଅଗସ୍ତ୍ୟର ଏକ ପୋଷ୍ଟର ଲଞ୍ଚ କରିଛନ୍ତି । ଯେଉଁଥିରେ ଦର୍ଶକ ତୃତୀୟ ସିଜିନର ଏକ ଆକର୍ଷଣୀୟ ଝଲକ ଦେଖିବାକୁ ପାଇଛନ୍ତି । ଅଗସ୍ତ୍ୟ ଜଣେ ଆଦର୍ଶବାଦୀ, ଅଭିମାନୀ ଏବଂ ବିଦ୍ରୋହୀ ଚରିତ୍ର ହୋଇଥିବା ବେଳେ ସେ ବିଶ୍ୱାସ କରନ୍ତି ଯେ, ସେ ଥିଏଟର ଜଗତ ପାଇଁ ଏକ ଗଡ୍ ଗିଫ୍ଟ । ଅଗସ୍ତ୍ୟ ରାଓ, ଯିଏ ଏକ ଆକାଂକ୍ଷୀ ନିର୍ଦ୍ଦେଶକ, ସେ ରୁମି ଦେଶାଇଙ୍କ ପ୍ରେମରେ ପଡନ୍ତି। ଉକ୍ତ ପୋଷ୍ଟରରେ ବର୍ଷା ହେବା ସହ ସିଦ୍ଧାର୍ଥ ନିରାଶ, ଆଘାତପ୍ରାପ୍ତ ଏବଂ ଅସହାୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଅଗସ୍ତ୍ୟ ନଚାହିଁ ମଧ୍ୟ ଏପରି ଏକ ଝିଅକୁ ଭଲ ପାଇବସିଛନ୍ତି, ଯିଏ ଦୁନିଆରୁ ଦୂରତା ରଖିବାକୁ ପସନ୍ଦ କରନ୍ତି ।

https://www.instagram.com/realsidharthshukla/?utm_source=ig_embed

ସିଦ୍ଧାର୍ଥ ଶୁକ୍ଲା ଏବଂ ସୋନିଆ ରାଠୀଙ୍କ ଅଭିନିତ ବ୍ରୋକନ୍ ବଟ୍ ବିଉଟିଫୁଲ୍-3‘  ଅଗସ୍ତ୍ୟ ଏବଂ ରୁମିଙ୍କ ଅଧୁରା ପ୍ରେମ କାହାଣୀକୁ ନେଇ ପର୍ଯ୍ୟବେଶିତ। ଏହି କ୍ରମରେ ସେମାନଙ୍କ ସମ୍ପର୍କର ଉତ୍ଥାନ-ପତନ ଦେଖାଯାଏ । ଯେଉଁଠାରେ ଉତ୍ସାହ କେବେ ଶେଷ ହୁଏ ନାହିଁ, କିନ୍ତୁ ପରିବର୍ତ୍ତନ ହୁଏ। କଥାରେ ଅଛି, ପ୍ରେମ କରିବା ଅପେକ୍ଷା ପ୍ରେମରୁ ବାହାରିବା ଅଧିକ କଷ୍ଟକର । ଏହି ଚିନ୍ତାଧାରା କାହାଣୀକୁ ଅଧିକ ଇଣ୍ଟ୍ରେଷ୍ଟିଂ କରିଛି ।

    ଏଠାରେ କହିରଖୁଛୁ, ବହୁ ପ୍ରତୀକ୍ଷିତ ଓ୍ବେବ୍ ସିରିଜ୍ ‘ବ୍ରୋକନ୍ ବଟ୍ ବିଉଟିଫୁଲ୍-3’ ର ଟିଜର ମେ ୧୪ ରେ ଅଲ୍ଟ ବାଲାଜୀରେ ରିଲିଜ୍ ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: