ନିର୍ଯାତନାର ଭୟଙ୍କର ଚିତ୍ର, ଯୁବକଙ୍କ ଧକ୍କାରେ ଟ୍ରେନ୍ ତଳେ ପଡ଼ିଲେ ଯୁବତୀ ଏବଂ ତା’ପରେ …

ନିର୍ଯାତନାର ଭୟଙ୍କର ଚିତ୍ର, ଯୁବକଙ୍କ ଧକ୍କାରେ ଟ୍ରେନ୍ ତଳେ ପଡ଼ିଲେ ଯୁବତୀ ଏବଂ ତା’ପରେ …

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବିଶ୍ୱର ବିଭିନ୍ନ ଦେଶରୁ ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନାର ଘଟଣା ସମ୍ନାକୁ ଆସିଥାଏ। ଭାରତରେ ମଧ୍ୟ ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣା ଢ଼େର ଅଧିକ । ଅଳ୍ପ କିଛି ମାମଲାକୁ ଛାଡ଼ି ଦେଲେ ଅଧିକାଂଶ ମାମଲାରେ ଅପରାଧୀ ଖସି ଯାଆନ୍ତି । କାରଣ ଯୁବତୀ ବା ମହିଳାମାନେ ପରିବାର ଚାପରେ ହେଉ ବା ସମାଜ ଡରରେ ନିଜ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ପୋଲିସ ପାଖରେ ଅଭିଯୋଗ କରନ୍ତି ନାହିଁ। ସୋସିଆଲ ମିଡିଆରେ ଝିଅମାନଙ୍କୁ ଅସଦାଚରଣ କରିବାର ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖି ଆପଣଙ୍କ ଲୋମଟାଙ୍କୁରି ଉଠିବ। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକର ଅସଦାଚରଣ ସମୟରେ ଯୁବତୀଟି ଟ୍ରେନ୍ ତଳେ ପଡ଼ିଯାଇଥିଲେ। ଏହା ପରେ କଣ ହେଲା ତାହା ଆପଣ ଭିଡିଓ ଦେଖିଲେ ଜାଣିପାରିବେ ।

 ଏହି ଘଟଣାଟି ଆଇର୍ଲାଣ୍ଡର ରାଜଧାନୀ ଡବଲିନ୍ ର ବୋଲି କୁହାଯାଉଛି । ଯାହା ଡବଲିନ୍ ନିବାସୀ ଡକ୍ଟର ଜେନିଫର୍ କ୍ୟାସିଡି ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି,  ଡବଲିନ୍,  ସମ୍ପୂର୍ଣ୍ଣ ଘୃଣ୍ୟ, ବେଆଇନ ଆଚରଣ। ମୋର ପିତାମାତା ଏବଂ ମୋ ଝିଆରୀ ଆଜି ସେଠାରେ ଥିଲେ । ଏହା ସେହି ଦୁନିଆ ନୁହେଁ, ଯେଉଁ ଠାରେ ମୁଁ ମୋର ସୁନ୍ଦର ଯୁବା ଝିଆରୀ ଏବଂ ଯେକୌଣସି ପିଲା ବଡ଼ ହେବାକୁ ଚାହୁଁଛି। ଏହି ଭିଡିଓର ସର୍ବାଧିକ ରିଟ୍ୱିଟ ପାଇଁ ସେ ଅନୁରୋଧ କରିଛନ୍ତି। ଏଥିସହ ସେ ଲେଖିଛନ୍ତି ଯେ, ଏହି ଭିଡିଓରେ ଚେହେରା ମଧ୍ୟ ଦେଖିବାକୁ ମିଳେ। ଏହି ଭିଡିଓକୁ ଲକ୍ଷ ଲକ୍ଷ ଥର ଦେଖାଯାଇଛି । ଏଥି ସହିତ ୨୨ ହଜାରରୁ ଅଧିକ ଲାଇକ୍ ଏବଂ ୧୨ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି।

   ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, ଡବଲିନ୍ ର ଏକ ପ୍ଲାଟଫର୍ମରେ ଏକ ଟ୍ରେନ୍ ଅଟକିଛି । ଅନେକ ଲୋକ ଟ୍ରେନରୁ ଓହ୍ଲାଉଛନ୍ତି ଏବଂ ଅନେକ ଲୋକ ଟ୍ରେନରେ ଚଢ଼ୁଛନ୍ତି । ଏଥି ସହିତ ଜଣେ ଯୁବକ ଟ୍ରେନରେ ଚଢ଼ି ଟ୍ରେନରୁ ଓହ୍ଲାଇଥିବା ଝିଅମାନଙ୍କୁ ଅସଦାଚରଣ କରୁଛନ୍ତି। ଏହି ପୁଅ ତାଙ୍କ ସାମ୍ନାକୁ ଆସୁଥିବା ପ୍ରତ୍ୟେକ ଝିଅକୁ ହଇରାଣ କରୁଛି କିନ୍ତୁ ତାଙ୍କ ବିରୁଦ୍ଧରେ କେହି ସ୍ୱର ଉତ୍ତୋଳନ କରୁନାହାଁନ୍ତି । ଏହି ସମୟ ମଧ୍ୟରେ ଜଣେ ଝିଅ ଦ୍ରୁତ ଗତିରେ ଟ୍ରେନରେ ଚଢ଼ିବାକୁ ଦୌଡ଼ି ଆସୁଛନ୍ତି । ସେତେବେଳେ ସେ ବଦମାସ୍ ଯୁବକଟି ଜାଣିଶୁଣି ଝିଅକୁ ଠେଲି ଦିଏ ଏବଂ ଝିଅଟି ଟ୍ରେନ୍ ତଳେ ଥିବା ଟ୍ରାକରେ ପଡିଯାଏ । ତେବେ ଏହା ପରେ କ’ଣ ଘଟିଲା ତାହା ଜଣା ପଡିନାହିଁ। ହେଲେ ଏହି ଭିଡ଼ିଓଟି ଅନେକ ଲୋକଙ୍କ ଛାତି ଥରେଇ ଦେଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: