ପିଜା ବଦଳରେ କର୍ମଚାରୀଙ୍କୁ ୨୪ ଲକ୍ଷ ଜରିମାନା ଦେଲେ ମାଲିକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସରକାରୀ ହେଉ କି ବେସରକାରୀ ଅଫିସ୍ ସବୁଠି ବିଭିନ୍ନ ଉତ୍ସବ, ପାର୍ଟି, ଭୋଜିଭାତ ତ ହୋଇଥାଏ । ସରକାରୀ ଅଫିସ୍ ଅପେକ୍ଷା ବେସରକାରୀ ଅଫିସଗୁଡିକରେ ପାର୍ଟି ଅଧିକ ହୋଇଥାଏ। ଏଥିରେ ସମସ୍ତ କର୍ମଚାରୀଙ୍କୁ ଡକାଯାଇଥାଏ । ନିକଟରେ ବ୍ରିଟେନରେ କିନ୍ତୁ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଜଣେ ମାଲିକଙ୍କୁ ପିଜା ପାର୍ଟି ବଦଳରେ ତାଙ୍କ କର୍ମଚାରୀଙ୍କୁ ପ୍ରାୟ ୨୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିଛି । ମିରର୍ ୟୁକେରେ ପ୍ରକାଶିତ ଖବର ଅନୁଯାୟୀ, ବ୍ରିଟେନର କାର୍ ଡିଲରସିପ୍ କମ୍ପାନୀ ‘ହାର୍ଟୱେଲ’ର ମାଲିକଙ୍କୁ ରିସେପ୍ସନିଷ୍ଟଙ୍କୁ ୨୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିଛି । ଘଟଣାଟି ଥିଲା କିଛି ଏପରି, ସେ ଅଫିସରେ ଏକ ପାର୍ଟି କରିଥିଲେ କିନ୍ତୁ ତାଙ୍କ ରିସେପ୍ସନିଷ୍ଟ ମଲଗୋରଜାଟା ଲେଭିକାଙ୍କୁ ନିମନ୍ତ୍ରଣ କରିନଥିଲେ।

     କାର୍ ଡିଲରସିପ୍ କମ୍ପାନୀ ‘ହାର୍ଟୱେଲ’ର ମାଲିକ ତାଙ୍କ କର୍ମଚାରୀଙ୍କ ପାଇଁ ପ୍ରତି ମାସରେ ଏକ ଲଞ୍ଚ ଅର୍ଡର କରୁଥିଲେ। ଏଥିରେ ପିଜା, ମାଛ ଏବଂ ଚିପ୍ସ ଆଦି ଜିନିଷ ଅର୍ଡର କରାଯାଉଥିଲା। କିନ୍ତୁ ଥରେ ସେ ତାଙ୍କ ରିସେପ୍ସନିଷ୍ଟଙ୍କୁ ଏହି ପାର୍ଟିକୁ ନିମନ୍ତ୍ରଣ କରିନଥିଲେ। ପ୍ରକୃତରେ ଲେଭିକା ଜଣେ କର୍ମଚାରୀଙ୍କୁ ଲିଙ୍ଗଗତ ଭେଦଭାବ ଆରୋପ ଲଗାଇ ଥିଲେ । ମାର୍ଚ୍ଚ ୨୦୧୮ ରେ ଲେଭିକା ତାଙ୍କ ବେତନ, କାର୍ଯ୍ୟ ସମୟ ଏବଂ ତାଙ୍କ ମାଲିକ ମାର୍କ ବେନସନଙ୍କ ନାମରେ ଲିଙ୍ଗଗତ ଭେଦଭାବ ସମ୍ପର୍କରେ ଟ୍ରିବ୍ୟୁନାଲରେ ଅଭିଯୋଗ କରିଥିଲେ।     

       ହାର୍ଟନେଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ଲୁଇକା ଜଣେ ପାର୍ଟ ଟାଇମ୍ କର୍ମଚାରୀ ଏବଂ ତାଙ୍କର କାମ ରାତି ୧ଟାରେ ଶେଷ ହୁଏ । ସେଥିପାଇଁ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ପଚରାଯାଇ ନଥିଲା। ତେବେ ଟ୍ରିବ୍ୟୁନାଲ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବଂ ତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *