ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ଉପରକୁ ଢେଲାମାଡ଼ କଲେ ବିଜେପି କର୍ମୀ

ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ଉପରକୁ ଢେଲାମାଡ଼ କଲେ ବିଜେପି କର୍ମୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସହ ବିଜେପି ଯୁବ ମୋର୍ଚ୍ଚାର ଧସ୍ତାଧସ୍ତି । ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ଧସ୍ତାଧସ୍ତି ଯୋଗୁଁ ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଆଡକୁ ଧସେଇ ପଶିବା ଉଦ୍ୟମ ବେଳେ ପୋଲିସ ଅଟକାଇଥିଲା । ଏତିକିବେଳେ ପୋଲିସ ଉପରକୁ ଢେଲା ଓ ପଥର ମାଡ଼ କରିଥିଲେ ବିଜେପି କର୍ମୀ ମିଳିଥିଲା ୧୪ରୁ ଅଧିକ ପୋଲିସ ଆହତ ହୋଇଥିବା ଜଣାପଡିଛି । ଆହତ ପୋଲିସଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଏହାସହ ବିଜେପି କର୍ମୀଙ୍କ ପଥରମାଡ଼ରେ ପୋଲିସ ଗାଡ଼ି ମଧ୍ୟ ଭାଙ୍ଗି ଥିବାର ଦେଖିବାକୁ ମିଳିଛି । ତେବେ ସିସିଟିଭି ଆଧାରରେ ଘଟଣାର ଯାଞ୍ଚ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଥିବା ଡିସିପି କହିଛନ୍ତି। ଏହାସହ ଲୋୟର ପିଏମଜିରୁ ଆନ୍ଦୋଳନକାରୀଙ୍କୁ ହଟାଇ ଦିଆଯାଇଛି । ସୁରକ୍ଷା ବଳୟ ଭେଦ କରିବା ପାଇଁ ଆନ୍ଦୋଳନକାରୀମାନେ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ଏହାକୁ ଅଟକାଇ ଦେଇଛି । ଏହି ଘଟଣାରେ କିଛି ବିଜେପି କର୍ମୀଙ୍କୁ ଗିରଫ ମଧ୍ୟ କରାଯାଇଛି। ବିଜେପି ପାର୍ଟି ଅଫିସରୁ ଯୁବ ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ବାହାର କରି ବିଧାନସଭା ଅଭିମୁଖେ ଯାଇଥିଲା । ମମିତା ମେହେର ହତ୍ୟା ମାମଲାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: