ବିବାହ ବନ୍ଧନରେ ବାନ୍ଧି ହେଲେ ଭିକ୍କି-କ୍ୟାଟ୍ରିନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ସମସ୍ତ ରୀତିନୀତି ଅନୁସାରେ ବିବାହ ବନ୍ଧନ‌ରେ ବାନ୍ଧି ହେଲେ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। ଉଭୟ ବିବାହ କରୁଥିବା ନେଇ କୌଣସି ଅଧିକାରିକ ଘୋଷଣା କରିନଥିବା ବେଳେ ଏବେ ଦୁହିଁଙ୍କ ବିବାହ ପରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗତକାଲି ସେ ବିବାହ କରୁଥିବା ସ୍ଥାନ ଏବଂ ଅତିଥିଙ୍କ ସ୍ୱାଗତ ସମାରୋହ କେତେକ ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଥିଲା। ଡିସେମ୍ବର ୬ରେ ଦୁହିଁଙ୍କ ପରିବାର ରାଜସ୍ଥାନରେ ପହଞ୍ଚିବା ପ‌ରେ ୭ରୁ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହଲଦି, ମେହେନ୍ଦୀ ଏବଂ ସଙ୍ଗୀତ୍ ପରେ ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହା ପୂର୍ବରୁ ଦୁହେଁ କୋର୍ଟରେ ବିବାହ କରିଥିଲେ। ଦୁହିଁଙ୍କ ଧର୍ମ ଅଲଗା ହୋଇଥିବାରୁ ସେମାନେ ଆଜି ସ୍ବତନ୍ତ୍ର ବିବାହ ଅଧିନିୟମ, ୧୯୫୪ଅନୁଯାୟୀ ବିବାହ କରିଛନ୍ତି।ତିନିଜଣ ସାକ୍ଷୀ ମୁମ୍ବାଇରେ ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ଏକ ଘୋଷଣାପତ୍ରରେ ଦସ୍ତଖତ କରିଥିଲେ। ରାଜସ୍ଥାନର ୭୦୦ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। କ୍ୟାଟ୍ରିନାଙ୍କ ମଥାରେ ସିନ୍ଦୁର ଭରିଛନ୍ତି ଭିକ୍କି। ତେବେ ଏହି ଦୁଇ ତରକାଙ୍କ ବିବାହରେ ବଲିଉଡର ନାମୀଦାମୀ କଳାକାର ସାମିଲ ହେବା ପାଇଁ ରାଜସ୍ଥାନରେ ପହଞ୍ଚିଥିଲେ। ଉଭୟ ମୁମ୍ବାଇ ଫେରି ଅଫିସିଆଲ୍ ଭାବେ ବନ୍ଧୁମାନଙ୍କୁ ପାର୍ଟି ଦେବେ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *