ବାୟୁ ସେନା ହେଲିକପ୍ଟର ଦୂର୍ଘଟଣା ଘଟଣା: ଉଦ୍ଧାର ହେଲା ବ୍ଲାକ୍ ବକ୍ସ

ବାୟୁ ସେନା ହେଲିକପ୍ଟର ଦୂର୍ଘଟଣା ଘଟଣା: ଉଦ୍ଧାର ହେଲା ବ୍ଲାକ୍ ବକ୍ସ

ପ୍ରିଜମ ନ୍ୟୁଜ ବ୍ୟୁରୋ:ବୁଧବାର ତାମିଲନାଡୁ କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା Mi-17V5ର ବ୍ଲାକ୍‌ ବକ୍ସ ଉଦ୍ଧାର ହୋଇଛି। ଏହି ହେଲିକପ୍ଟର ଦୂର୍ଘଟଣା ପୁରା ଦେଶକୁ ଦୋହଲାଇଦେଇଥିବା ବେଳେ ଏଥିରେ CDS ବିପିନରୱାତଙ୍କ ସମେତ ୧୩ ଜଣଙ୍କ ପ୍ରାଣହାନୀ ହୋଇଛି । ଯାହାକୁ ନେଇ ଏବେ ପୁରା ଦେଶରେ ଶୋକାକୂଳ ସ୍ଥିତି ରହିଛି । ତେବେ ପାଗ ଖରାପ ଥିବା ହେତୁ ହେଲିକପ୍ଟର ଦୂର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ବାୟୁ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ଦୂର୍ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚି ହେଲିକପ୍ଟରର ବ୍ଲାକ୍ ବକ୍ସ ଉଦ୍ଧାର କରିଥିବା ସୂଚନା ମିଳିଛି ।ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ହେଲିକପ୍ଟରର ଭଗ୍ନାଶଂରୁ ବ୍ଲାକବକ୍ସ ଉଦ୍ଧାର କରାଯାଇଛି । ସୂଚନା ଅନୂସାଇ ଦୂର୍ଘଟଣାସ୍ଥଳର ପ୍ରାୟ ୩୦୦ ମିଟରରୁ ୧କିମି ଅଞ୍ଚଳ ମଧ୍ୟରେ ଏହି ବ୍ଲାକବକ୍ସକୁ ଉଦ୍ଧାର କରାଯାଇଛି । ତେବେ ବ୍ଲାକ୍ ବକ୍ସ ଉଦ୍ଧାର ହେବା ପରେ ବୁଧବାର କଣ ଘଟିଥିଲା । କେଉଁ ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଗଲା। ଦୂର୍ଘଟଣାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହୋଇ ପାରିବ । ବ୍ଲାକବକ୍ସ ଦୂର୍ଘଟଣା ପୂର୍ବରୁ ଘଟିଥିବା ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇଦେବ । ହେଲିକପ୍ଟରର ବ୍ଲାକବକ୍ସ ଉଦ୍ଧାର କରାଯାଇ ଲ୍ୟାବକଚ ନିଆଯାଇ ବର୍ତ୍ତମାନ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି । ବିପିନ ରାଓ୍ଵତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର । ଘଟଣା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏପଟେ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସଲ ଭି.ଆର ଚୌଧୁରୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: