ସାମ୍ବାଦିକଙ୍କ ପାଦରେ ବେଡ଼ି ପକାଇଲେ ପୋଲିସ, ନିନ୍ଦା କଲେ…

ସାମ୍ବାଦିକଙ୍କ ପାଦରେ ବେଡ଼ି ପକାଇଲେ ପୋଲିସ, ନିନ୍ଦା କଲେ…

ପ୍ରିଜମ ନ୍ୟୁଜ ବ୍ୟୁରୋ: ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବ‌ା ଘଟଣାକୁ ନେଇ ଭଦ୍ରକରେ ତାତିଲେ ସାମ୍ବାଦିକ। ବାଲେଶ୍ବର ଜିଲ୍ଲା ନୀଳଗିରିର ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ନୀଳଗିରି ପୁଲିସ ଅମାନବୀୟ ଅତ୍ୟାଚାର କରିଛି। ବିନା‌ ଦୋ‌ଷରେ ତାଙ୍କ ନାମରେ ମାମଲା ରୁଜୁ କରିଥିଲା ଏବଂ ଗିରଫ କରିଥିଲା। ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ଲୋକନାଥ ଅସୁସ୍ଥ ହୋଇ ପଡ଼ିବାରୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ବର ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ପୁଲିସ ତାଙ୍କୁ ଗୋଡ଼ରେ ବେଡ଼ି ପକାଇ ରଖିଥିଲା।ଏହି ଘଟଣା‌କୁ ନେଇ ଭଦ୍ରକରେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଭଦ୍ରକରେ ଓଡ଼ିଶା ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ଓ ଜିଲ୍ଲା ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକ କଳା ବ୍ୟାଜ୍‌ ପିନ୍ଧିବା ସହ ଆନ୍ଦୋଳନ କରିଛନ୍ତି ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି ଉଠାଇଛନ୍ତି। ଏନେଇ ଏସ୍‌ପି ଚରଣ ସିଂ ମୀନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସୂଚନାଯୋଗ୍ୟ, ନିଜ ପଦ ଓ କ୍ଷମତାର ଦୁରୁପଯୋଗ କରି ସବୁ ନିୟମକୁ ଦଳିମକଚି ଦେଇଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ। ପୂର୍ବ ଆକ୍ରୋଶରୁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କୁ ମାରପିଟ୍ କରି ଗିରଫ କରିବା‌ପରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଭଳି ତାଙ୍କ ଗୋଡ଼ରେ ବେଡ଼ି ପକାଇ ମାନବିକତାର ସମସ୍ତ ସୀମା ‌ଉଲ୍ଲଂଘନ କରିଛନ୍ତି। ପୁଲିସ ଅଧିକାରୀଙ୍କ ଏହି କାରନାମା ଆଜି ପଦାକୁ ଆସିବାପରେ ବୁଦ୍ଧିଜୀବୀ, ଆଇନଜୀବୀ, ରାଜନେତା, ସାଧାରଣ ଜନତା ପୁଲିସକୁ ଖାଲି ଭର୍ତ୍ସନା କରିନାହାନ୍ତି; ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ସୁକାନ୍ତ ନାୟକ, ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସମେତ ଗଣମାଧ୍ୟମ ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିବିଶେଷ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।ବାଲେଶ୍ବର: ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକାଯିବା ଘଟଣାରେ ଜଣେ ହୋମ୍‌ଗାର୍ଡଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଫଳରେ ତାଙ୍କୁ ଢାଲ କରି ଦୋଷୀ ଅଧିକାରୀମାନେ ଖସିଯିବା ନେଇ ଉଦ୍ୟମ ହେଉଥିବା କୁହାଯାଉଛି। ଏପରି ସମୟରେ ପୂର୍ବାଞ୍ଚଳ ଦାୟିତ୍ବରେ ଥିବା କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ଯେ ଯେଉଁ ଅଧିକାରୀମାନେ ଦୋଷୀ, ‌ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଆଗକୁ କାହା ବିରୋଧ କି କାର୍ଯ୍ୟାନୁଷ୍ଠାନ ହେବ, ସେନେଇ ଚର୍ଚ୍ଚା ଜୋର୍‌ ଧରିଛି।ବାଲେଶ୍ବର ଜିଲ୍ଲା ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ନୀଳଗିରି ପୁଲିସ ଅମାନବୀୟ ଅତ୍ୟାଚାର କରିଛି। ବିନା‌ ଦୋ‌ଷରେ ତାଙ୍କ ନାମରେ ମାମଲା ରୁଜୁ କରିଥିଲା ଏବଂ ଗିରଫ କରିଥିଲା ପୁଲିସ୍‌। ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ଲୋକନାଥ ଅସୁସ୍ଥ ହୋଇ ପଡ଼ିବାରୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ବର ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ପୁଲିସ ତାଙ୍କୁ ଗୋଡ଼ରେ ବେଡ଼ି ପକାଇ ରଖିଥିଲା। ଏହି ଘଟଣା‌କୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋ‌ଷ ଦେଖାଦେଇଥିବା ବେଳେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ପୁଲିସ ମାମଲାକୁ ଚପାଇ ଦେବା ପାଇଁ ଉଦ୍ୟମ କରୁଥିଲେ ବି ସେଥିରେ‌ ବିଭାଗ ସଫଳ ହୋଇପାରୁନି। ବେଡ଼ି ପକାଯିବା ନେଇ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ଓ ତଦନ୍ତକାରୀ ଅଧିକାରୀ ପରସ୍ପର ଦୋଷ ଲଦାଲଦି ହେଉଛନ୍ତି। ତେବେ ପରିସ୍ଥିତି ବିଗୁଡ଼ୁ ଥିବା ଦେଖି ‌ଘଟଣାରେ ସଂପୃକ୍ତ ହାବିଲଦାର ଚିତ୍ତରଂଜନ ସିଂଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।ଏପରି ସମୟରେ ଏହା ଆଲୋଚନା ହେଉଛି ଯେ ଜଣେ ହୋମ୍‌ଗାର୍ଡଙ୍କୁ ଢାଲ କରି ଦୋଷୀ ଅଧିକାରୀମାନେ ଖସିଯିବାକୁ ଉଦ୍ୟମ କରିଛନ୍ତି। ‌ତେବେ ଏହି ଘଟଣାରେ ପୂର୍ବାଞ୍ଚଳ ଦାୟିତ୍ବରେ ଥିବା କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି‌; ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଆଇଜିଙ୍କ ଏ କଥା କାମରେ କେତେ ପ୍ରତିଫଳିତ ହେବ, ତାହା ଦେଖିବାକୁ ବାକି ରହିଲା।ଯାଜପୁର: ଗତ ୬ ତାରିଖରେ ନୀଳଗିରିର ସମ୍ବାଦ-କନକ ଟିଭିର ପ୍ରତିନିଧିଙ୍କୁ ଆଇଆଇସି ଦ୍ରୌପଦୀ ଦାସ ମାଡ଼ ମାରିବା ସହ ଗିରଫ କରି ଗୋଡ଼ରେ ବେଡ଼ି ପକାଇ ରଖିବା ଘଟଣାରେ ଆଜି ଯାଜପୁର ୟୁନିଅନ ଅଫ ଜରନାଲିଷ୍ଟ(ଜେଉଜେ) ପକ୍ଷରୁ ଜୋରଦାର ବିରୋଧ ପଦର୍ଶନ କରାଯାଇଛି। ତେବେ ଆଜି ଗାନ୍ଧୀ ଛକଠାରେ ଏହି ପ୍ରତିବାଦ କରାଯାଇଥିଲା। ଯାଜପୁରର ସାମ୍ବାଦିକମାନେ ସମ୍ପୃକ୍ତ ନୀଳଗିରି ଥାନା ଆଇଆଇସି ଦ୍ରୋପଦୀ ଦାସଙ୍କୁ ତୁରନ୍ତ ନିଲମ୍ବିତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: