ବିଶ୍ଵର ସବୁଠୁ ବିଷାକ୍ତ ଉଦ୍ୟାନ, ଛୁଇଁଲେ ଯିବ ଜୀବନ

ବିଶ୍ଵର ସବୁଠୁ ବିଷାକ୍ତ ଉଦ୍ୟାନ, ଛୁଇଁଲେ ଯିବ ଜୀବନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ଦୁନିଆର ଅନେକ ପ୍ରକାର ଉଦ୍ୟାନ ବୁଲି ଯାଇଥିବେ ବା ଶୁଣିଥିବେ। ସବୁ ଉଦ୍ୟାନର କିଛିନା କିଛି ବିଶେଷତ୍ଵ ରହିଥିବ ହେଲେ ଆଜି ଆମେ ଆପଣଙ୍କୁ ଗୋଟିଏ ଗାର୍ଡେନ ବିଷୟରେ କହୁଛୁ ଯାହାକୁ ବିଶ୍ଵର ସବୁଠୁ ବିଷାକ୍ତ ଉଦ୍ୟାନ ବୋଲି କହୁଛୁ। ଏହା ଇଂଲଣ୍ଡ ନର୍ଥମ୍ବର୍ଲ୍ୟାଣ୍ଡର ଆଲନୱିକ୍ ଗାର୍ଡେନ୍ ର ଏକ ଛୋଟ ଅଂଶ ସହିତ ସଂଲଗ୍ନ ହୋଇ ରହିଛି। ଯଦିଓ ଉଦ୍ୟାନଟି ଏହାର ନିଆରା ନାମ ପାଇଁ ପ୍ରସିଦ୍ଧ ତଥାପି ଜଣେ ଗାଇଡ୍ ବିନା ଏହାକୁ ପରିଦର୍ଶନ କରିବା ମୃତ୍ୟୁର ଗୁମ୍ଫାରେ ପଶିବା ସହ ସମାନ ବୋଲି କୁହାଯାଏ।
ଅଜଣା ମଣିଷ ଏବଂ ଗୃହପାଳିତ ପଶୁମାନଙ୍କ ସହିତ କୌଣସି ପ୍ରକାର ଦୁର୍ଭାଗ୍ୟଜନକ ଘଟଣାକୁ ଏଡେଇବା ପାଇଁ ଏହି ଉଦ୍ୟାନଟିକୁ ଏକ ବିଶାଳ ଲୁହା ଫାଟକ ଦ୍ୱାରା ଘେରେଇ ରଖାଯାଇଛି। କେବଳ ସେତିକି ନୁହେଁ ଏଠାରେ ଖପୁରୀ ଏବଂ କ୍ରସବୋନ ଅର୍ଥାତ୍ ଡେଞ୍ଜର ଚିହ୍ନ ଚେତାବନୀ ପାଇଁ ଲଗାଯାଇଛି, ଯାହାଦ୍ୱାରା ଲୋକମାନେ ଦୂରରୁ ବୁଝିପାରିବେ ଯେ ଏହି ପାର୍କ ବିଷାକ୍ତ ଉଦ୍ଭିଦରେ ପରିପୂର୍ଣ୍ଣ, ଏବଂ ସେମାନଙ୍କ ପାଇଁ ବିପଦ ରହିଛି।
ଏହି ଉଦ୍ୟାନକୁ ପରିଦର୍ଶକମାନେ କେବଳ ଏକ ଏସକର୍ଡ ଗାଇଡ୍ ସହିତ ପ୍ରବେଶ କରିପାରିବେ ଏବଂ ଉଦ୍ୟାନରେ ଥିବା କୌଣସି ଉଦ୍ଭିଦ ବା ଫୁଲକୁ ସ୍ପର୍ଶ, ଗନ୍ଧ କିମ୍ବା ପାଟିରେ ଲଗାଇବା ପାଇଁ ସଫା ସଫା ମନା କରାଯାଇଥାଏ।
କେବଳ ସେତିକି ନୁହେଁ, ଏପରି କିଛି ଘଟଣା ମଧ୍ୟ ଏଠାରେ ଘଟିଛି ଯେଉଁଠାରେ ବୁଲୁଥିବା ସମୟରେ ସେଠାରୁ ନିଗ୍ରତ ଧୂଆଁକୁ ନିଶ୍ୱାସ ଭାବେ ନେବା ପରେ କିଛି ପର୍ଯ୍ୟଟକ ବେହୋସ ହୋଇଯାଇଥିଲେ । ଏହି ବଗିଚାଟି ପ୍ରାୟ ୧୦୦ ରୁ ଅଧିକ ବିଷାକ୍ତ, ନିଶାଗ୍ରସ୍ତ ଏବଂ ମାଦକ ଉଦ୍ଭିଦରେ ପରିପୂର୍ଣ୍ଣ। ଏଥିମଧ୍ୟରେ ସୁନ୍ଦର ନୀଳ ଫୁଲ ଅନ୍ତର୍ଭୁକ୍ତ ଯାହା କେବଳ ମାରାତ୍ମକ କୋଳି ତିଆରି କରେ ତାହା ନାହିଁ, ଏହାର ପତ୍ର ଏବଂ ଡାଳ ମଧ୍ୟ ବିଷାକ୍ତ ହୋଇଥାଏ।
ଏଠାରେ ଥିବା ଅନେକ ଉଦ୍ଭିଦ ଯେପରିକି ଲରେଲ୍ ମଧ୍ୟ ସିଆନାଇଡ୍ ଉତ୍ପାଦନ କରିଥାଏ, ସେହିଭଳି ବିଶାଳ ହଗୱିଡ୍ ଫୋଟୋଟକ୍ସିକ୍ ଅଟେ, ଅର୍ଥାତ୍ ଏହା ଚର୍ମକୁ ଜାଳି ଦେଇଥାଏ ଏବଂ ଏହା ସାତ ବର୍ଷ ପର୍ଯ୍ୟନ୍ତ ମଣିଷ ଶରୀରରେ ଫୁଲା ଉତ୍ପନ କରିପାରେ।
ସମସ୍ତ ବ୍ରିଟିସ ବଗିଚା ପରି, ଏହି ବିଷାକ୍ତ ଉଦ୍ୟାନକୁ ମଧ୍ୟ ଭଲଭାବେ ରକ୍ଷଣାବେକ୍ଷଣ କରାଯାଏ। ଏଥିପାଇଁ ଏଠାରେ ଥିବା କର୍ମଚାରୀମାନଙ୍କୁ ଉଦ୍ଭିଦଗୁଡିକର ଯତ୍ନ ନେବା ପାଇଁ ସୁରକ୍ଷିତ ସୁଟ୍ ପିନ୍ଧିବା ସହ ଅନ୍ୟାନ୍ୟ ଉପକରଣ ବ୍ୟବହାର କାଟିବାକୁ ପଡିଥାଏ। ଏଠାକୁ ପ୍ରତିବର୍ଷ ୮ ଲକ୍ଷରୁ ଅଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି

0 Comments

Leave Your Comment

Your email address will not be published. Required fields are marked *

%d bloggers like this: