ଏହି ଦେଶରେ କୁକୁଡ଼ା ସ୍ଥିର କରେ ବାହାଘର, ବିବାହର ଏକ ମାସ ଆଗରୁ ପ୍ରତିଦିନ ଘଣ୍ଟାଏ କାନ୍ଦେ କନ୍ୟା

ଏହି ଦେଶରେ କୁକୁଡ଼ା ସ୍ଥିର କରେ ବାହାଘର, ବିବାହର ଏକ ମାସ ଆଗରୁ ପ୍ରତିଦିନ ଘଣ୍ଟାଏ କାନ୍ଦେ କନ୍ୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚୀନ ରହସ୍ୟମୟ ଦେଶ କହିଲେ ଭୁଲ ହେବନି। ଏଠାରେ କଣ ହୁଏ ବିଶ୍ଵବାସି ଜାଣିବା କଷ୍ଟକର ହୋଇପଡେ। ସାରା ବିଶ୍ବରେ ଟେକ୍ନୋଲୋଜିର ଶୀର୍ଷରେ ରହିଥିବା ନେଇ ଦାବି କରୁଥିବା ଚୀନ୍ ତାର ରୂଢିବାଦି ପ୍ରଥା ଭାଙ୍ଗିବାରେ ଏପର୍ଯ୍ୟନ୍ତ ମଧ୍ୟ ବହୁ ପଛରେ ଅଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏଠାରେ ଅନେକ ପ୍ରକାର ଅଜବ ପରମ୍ପରା ଦେଖିବାକୁ ମିଳେ। ତେବେ ଚାଇନାରେ ବିବାହକୁ ନେଇ ଏପରି କିଛି ଅଜବ ପରମ୍ପରା ରହିଛି ଯାହାକୁ ଜାଣି ଯେ କେହିବି ଆଶ୍ଚର୍ଯ୍ୟ ହେବେ। ଯଦିଓ ବିବାହ ପ୍ରସଙ୍ଗରେ ବିଶ୍ୱର ସମସ୍ତ ଦେଶରେ ବିଭିନ୍ନ ପରମ୍ପରା ରହିଛି, କିନ୍ତୁ ଚୀନରେ ପ୍ରଚଳିତ ଏହି ରୀତିନୀତି ସମସ୍ତଙ୍କୁ ଚକିତ କରିଥାଏ।

ବିବାହ ପୂର୍ବରୁ କନ୍ୟା ପ୍ରତିଦିନ ଘଣ୍ଟାଏ କାନ୍ଦେ:-

ବିବାହ ପରେ ବାପଘର ଛାଡ଼ି ଯିବା ଦୁଃଖରେ କନ୍ୟା କାନ୍ଦୁଥିବାର ଆପଣ ନିଶ୍ଚୟ ଦେଖିଥିବେ। କିନ୍ତୁ ବିବାହର ଏକ ମାସ ପୂର୍ବରୁ ଚାଇନାରେ କନ୍ୟାମାନେ କାନ୍ଦିବା ଆରମ୍ଭ କରିଥାନ୍ତି। ଆଜି ବି ଚୀନ୍‌ର କେତେକ ଅଞ୍ଚଳରେ ବିବାହର ଏକ ମାସ ପୂର୍ବରୁ କନ୍ୟାକୁ ପ୍ରତିଦିନ ନିଜ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଏକ ଘଣ୍ଟା କାନ୍ଦିବାକୁ ପଡିଥାଏ।ଚୀନ୍‌ର ଏହି ରୂଢିବାଦି ପ୍ରଥାରେ କେବଳ କନ୍ୟା ନୁହେଁ ତାଙ୍କ ଘରର ଲୋକଙ୍କୁ ମଧ୍ୟ କାନ୍ଦିବାକୁ ପଡିଥାଏ। ଏଠାକାର ଲୋକମାନେ ଏହାକୁ କନ୍ୟାର ଦାମ୍ପତ୍ୟ ଜୀବନ ପାଇଁ ଏକ ଭଲ ଘଟଣା ବୋଲି ବିବେଚନା କରନ୍ତି।
ବାହାଘର ସ୍ଥିର କରେ କୁକୁଡ଼ା:-
ସେହିଭଳି ବିବାହକୁ ନେଇ ଚାଇନାରେ ଆଉ ଏକ ଅଜବ ପ୍ରଥା ପ୍ରଚଳିତ ହୋଇଥାଏ । ଚାଇନାର ଦୌର ନାମକ ଏକ ସ୍ଥାନରେ ହେବାକୁ ଥିବା ଦମ୍ପତିଙ୍କୁ ପ୍ରଥମେ କୁକୁଡ଼ାକୁ ଚିରି ତାର ଯକୃତକୁ ବାହାର କରିବାକୁ ପଡିଥାଏ। ଯଦି ଏହି ଯକୃତ ସୁସ୍ଥ ଓ ସୁରକ୍ଷିତ ଥାଏ ତେବେ ସେହି ଦମ୍ପତିଙ୍କ ବିବାହ ଠିକ୍ ସମୟରେ ସ୍ଥିର ହୋଇଯାଏ। ଯଦି ଯକୃତରେ କିଛି ବିଶୃଙ୍ଖଳା ଦେଖାଯାଏ, ତେବେ ବିବାହ ବାତିଲ ହୋଇଯାଏ। ଏହି ପ୍ରଥା ଅନୁଯାୟୀ, ଯଦି କୁକୁଡ଼ାର ଯକୃତରେ କୌଣସି ଅଭାବ ଦେଖାଯାଏ, ତେବେ ଏହାକୁ ଅଶୁଭ ଘଟଣା ବୋଲି ଧରାଯାଏ। କୁକୁଡ଼ାର ଖରାପ ଯକୃତ ହେତୁ ସେହି ଦମ୍ପତିଙ୍କୁ ବିବାହ କରିବାକୁ ଦିଆଯାଇନଥାଏ। ସୁସ୍ଥ ଯକୃତ ପାଇବା ପାଇଁ ସେମାନଙ୍କୁ ପୁନର୍ବାର କୁକୁଡ଼ା ଖୋଜିବାକୁ ପଡିଥାଏ।

ସ୍ତ୍ରୀ ଗର୍ଭବତୀ ହେବା ସମୟରେ ନିଆଁରେ ଚାଲେ ପତି:-
ବିବାହ ପରେ ମଧ୍ୟ ଚାଇନାରେ ଏକ ଆଶ୍ଚର୍ଯ୍ୟଜନକ ପରମ୍ପରା ରହିଛି। ଚାଇନାର କେତେକ ଅଞ୍ଚଳରେ ଯେତେବେଳେ ଜଣେ ମହିଳା ମା’ ହେବାକୁ ଯାଇଥାଏ, ସେତେବେଳେ ତାଙ୍କ ସ୍ୱାମୀ ଗର୍ଭବତୀ ମହିଳାଙ୍କୁ ନିଜ କୋଳରେ ଧରି ଜ୍ୱଳନ୍ତ କୋଇଲା ଉପରେ ଚାଲନ୍ତି। ଏହା ପଛରେ ଥିବା ବିଶ୍ୱାସ ହେଉଛି ଯଦି ବ୍ୟକ୍ତି ଜ୍ୱଳନ୍ତ କୋଇଲା ଉପରେ ଚାଲନ୍ତି ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚନ୍ତି, ତେବେ ପ୍ରସବ ସମୟରେ ମହିଳାଙ୍କର କୌଣସି ଅସୁବିଧା ହୋଇନଥାଏ। ଯଦିଓ ଏହି ରୀତିନୀତି କିଛି ସ୍ଥାନରେ କରାଯାଇଥାଏ, କିନ୍ତୁ ଏହାକୁ ଦୃଢ଼ ଭାବରେ ପାଳନ କରାଯାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: