ବାହାରୁ ଆସିଲେ RT-PCR ବାଧ୍ୟତାମୂଳକ

ବାହାରୁ ଆସିଲେ RT-PCR ବାଧ୍ୟତାମୂଳକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ପୁଣି ଥରେ କୋରୋନା କାୟା ମେଲାଉଛି। ଗୋଟିଏ ଦିନରେ ୮୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି। ଏଣିକି ଅଧିକ ସଂକ୍ରମିତ ରାଜ୍ୟରୁ ଓଡ଼ିଶା ଆସିଲେ ସମସ୍ତଙ୍କର RT-PCR ଟେଷ୍ଟ କରାଯିବ। ସଂକ୍ରମିତ ପଡ଼ୋଶୀ ରାଜ୍ୟରୁ ଫେରିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଯିବ। ଏହାସହ ସାତ ଦିନ ସଂଗରୋଧରେ ରଖାଯିବ। ଏ ସମ୍ପର୍କରେ ଖୁବଶୀଘ୍ର ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏଯାଏ ସେଭଳି କିଛି କଟକଣା ହୋଇନି। ଆଗକୁ ବିଶେଷ କରି ଛଡ଼ିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ଭଳି ସୀମାନ୍ତବର୍ତ୍ତୀ ଜିଲ୍ଲାରୁ ଓଡ଼ିଶା ଆସିଲେ ସେମାନଙ୍କୁ କୋଭିଡ୍ ଟେଷ୍ଟ ହେବ। ମୁକାବିଲା ପାଇଁ ସବୁ ହସ୍ପିଟାଲକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଗୋଟିଏ ପରେ ଗୋଟିଏ ରାଜ୍ୟ ଏବେ ଲକଡାଉନ କରିବାକୁ ଚିନ୍ତା କରୁଛନ୍ତି। ମଧ୍ୟପ୍ରଦେଶ ସରକାର ୬୦ ଘଣ୍ଟା ଲକଡାଉନ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟା ଲକଡାଉନ୍ କରାଯିବ। ଶୁକ୍ରବାର ସନ୍ଧ୍ୟା ୬ରୁ ସୋମବାର ସକାଳ ୬ ଯାଏ ମଧ୍ୟପ୍ରଦେଶରେ ଲକଡାଉନ୍ ହେବ। ଗତକାଲି ରାୟପୁରରେ ମଧ୍ୟ ଲକଡାଉନ୍ ଘୋଷଣା ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: