ଟିକା ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟୁସନ କରିବେ ପ୍ରଧାନମନ୍ତ୍ରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଦେଶରେ କୋରୋନା ଟିକାକରଣ ବ୍ୟାପକ ଭାବେ ଚାଲିଛି। ଶନିବାର ସୁଦ୍ଧା ସାରା ଦେଶରେ ୧୦୬ କୋଟି ଡୋଜ ପୂରଣ କରିଛି। ଏହାରି ଭିତରେ କିନ୍ତୁ ଏକ ସମସ୍ୟା ସାମ୍ନାକୁ ଆସିଛି। ପ୍ରଥମ ଡୋଜ ତୁଳନାରେ ଦ୍ବିତୀୟ ଡୋଜ ଏଯାଏ କେତେକ ରାଜ୍ୟରେ ଲୋକମାନେ ନେଇନାହାନ୍ତି। ପ୍ରଥମ ଡୋଜ ଯେଉଁ ଭଳି ଭାବେ ଦ୍ରୁତ ଗତିରେ ଦିଆଯାଇଛି, ଦ୍ବିତୀୟ ଡୋଜ ବେଳକୁ ତାହା ଧିମା ହୋଇଯାଇଛି। ତେଣୁ, କମ୍ ଟିକାକରଣ କରିଥିବା ରାଜ୍ୟ ଗୁଡ଼ିକର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୩ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ସୂଚନା ଅନୁସାରେ, ୧୧ଟି ରାଜ୍ୟରେ ଟିକାକରଣ ପ୍ରଭାବିତ ହୋଇଛି। ତେଣୁ, ଏହି ପ୍ରଭାବିତ ରାଜ୍ୟର ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ। ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ଏହାସହ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରାୟ ୪୦ଟି ଜିଲ୍ଲାର ଜିଲ୍ଲାଧିକାରୀ ସାମିଲ ହେବେ।

Leave a Reply

Your email address will not be published. Required fields are marked *