କୋରୋନା ମୁକାବିଲା ପାଇଁ ବଡ଼ ପ୍ରୟାସ, ୩ ସହରରେ ଆଧୁନିକ ଟେଷ୍ଟ ଲ୍ୟାବ୍

କୋରୋନା ମୁକାବିଲା ପାଇଁ ବଡ଼ ପ୍ରୟାସ, ୩ ସହରରେ ଆଧୁନିକ ଟେଷ୍ଟ ଲ୍ୟାବ୍

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଦେଶରେ କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ।ସୋମବାର ପ୍ରଧାନମନ୍ତ୍ରୀ ମୋଦି ଦେଶର ତିନି ପ୍ରମୁଖ ସହରରେ ଆଧୁନିକ କୋରୋନା ଟେଷ୍ଟ ଲ୍ୟାବ୍ ଉଦଘାଟନ କରିଛନ୍ତି।ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନୋଇଡ଼ା, ମୁମ୍ବାଇ ଓ କୋଲକାତାରେ ଲ୍ୟାବ୍ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ବୈଜ୍ଞାନିକଙ୍କ ଗବେଷଣା କୋରୋନା କବଳରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ନୂଆ ଉପାୟ ବାହାର କରିବାରେ ନିଶ୍ଚୟ ସଫଳ ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୋଦି। ଏହାସହ ଭାରତୀୟ ଆୟୁର୍ବେଦ ଓ ଭାରତରେ କୋରୋନା ମୁକାବିଲା ଉପରେ ଏବେ ସାରା ବିଶ୍ୱ ନଜର ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶରେ ଏବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମଣରେ ୭୦୮ ରୋଗୀଙ୍କ ମୃତ୍ୟୁ ହୋଇଛି। ସେପଟେ ଦେଶରେ ରିକଭରୀ ରେଟ୍ ୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ଅନ୍ୟ ରାଜ୍ୟ ତୁଳନାରେ ଆରୋଗ୍ୟ ହାର ଅଧିକ ରହିଛି। କୋରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିବା ସହ ରାଜ୍ୟର ଆର୍ଥିକ ସ୍ଥିତିକୁ ମଜଭୂତ କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି

0 Comments

Leave Your Comment

Your email address will not be published. Required fields are marked *

%d bloggers like this: