କୋରୋନା ଯୋଗୁ ୫୦% ହ୍ରାସ ପାଇଛି ଶବ୍ଦ ପ୍ରଦୂଷଣ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: କୋରୋନା ଯୋଗୁ ସାରା ସଂସାର ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏହାରି ଭିତରେ ବୈଜ୍ଞାନିକମାନେ ଏକ ଗବେଷଣା କରିଛନ୍ତି। କୋରୋନା ଯୋଗୁ ସାରା ବିଶ୍ୱରେ ୫୦ ପ୍ରତିଶତ ଶବ୍ଦ ପ୍ରଦୂଷଣ ହ୍ରାସ ପାଇଛି। ୧୧୭ଟି ଦେଶକୁ ନେଇ ହୋଇଥିବା ଏହି ଗବେଷଣାରେ ୨୬୮ଟି ସେସମିକ୍ ସେନସର ନେଟୱାର୍କରୁ ବୈଜ୍ଞାନିକମାନେ ଏହି ତଥ୍ୟ ପାଇଛନ୍ତି। ଅଧିକ ଫ୍ରିକୁଏନ୍ସିର ଶବ୍ଦ ପ୍ରାୟ ୫୦ ପ୍ରତିଶତ ଏହି ସମୟରେ ହ୍ରାସ ପାଇଛି। ବିଶେଷ କରି ନ୍ୟୁୟର୍କ ଓ ସିଙ୍ଗାପୁରରେ ଅଧିକ ମାତ୍ରାରେ ଶବ୍ଦ ପ୍ରଦୂଷଣ କମ୍ ରହିଛି। ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଅଞ୍ଚଳରେ ବିଶେଷ କରି ଶବ୍ଦ ପ୍ରଦୂଷଣ ଅଳ୍ପ ରହିଛି। କୋରୋନା ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଶବ୍ଦ ପ୍ରଦୂଷଣ ମଧ୍ୟ ହ୍ରାସ ପାଇଛି। ଭାରତରେ ମଧ୍ୟ ଶବ୍ଦ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ବିଶେଷ କରି ଦିଲ୍ଲୀ, ମୁମ୍ୱାଇ, ବାଙ୍ଗାଳୁର, ହାଇଦ୍ରାବାଦ ଆଦି ସହରରେ କୋରୋନା ଯୋଗୁ ଶବ୍ଦ ପ୍ରଦୂଷଣ କମ୍ ରହିଛି।

Leave a Reply

Your email address will not be published. Required fields are marked *