ଓଡ଼ିଶାରେ ‘କୋଭାକ୍ସିନ’ର ମାନବ ପରୀକ୍ଷଣ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ରାଜ୍ୟ ପାଇଁ ଖୁସି ଖବର। ଭୁବନେଶ୍ବର ସମ୍ ହସ୍ପିଟାଲରେ କୋରୋନା ଟୀକାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି।ପଞ୍ଜୀକୃତ ସ୍ବେଚ୍ଛାସେବୀଙ୍କ ଉପରେ ପ୍ରୟୋଗ କରାଯାଇଛି କୋରୋନା ଟୀକା। ବିଭିନ୍ନ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ଯାଞ୍ଚ ପରେ ଟୀକା ପ୍ରୟୋଗ କରାଯାଇଛି। ହସ୍ପିଟାଲର ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟରେ ଏହି ପରୀକ୍ଷଣ କରାଯାଇଛି। ମାନବ ପରୀକ୍ଷଣ ନେଇ ହସ୍ପିଟାଲରେ ମାନବ ପରୀକ୍ଷଣର ପ୍ରମୁଖ ପର୍ଯ୍ୟବେକ୍ଷକ ଡାକ୍ତର ଇ. ଭେଙ୍କଟରାଓଙ୍କ ସୂଚନା ଦେଇଛନ୍ତି। ସମ୍ ସମେତ ଦେଶର ୧୨ଟି ସ୍ଥାନରେ ‘କୋଭାକ୍ସିନ’ର ହ୍ୟୁମାନ୍ ଟ୍ରାଏଲ୍ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *