ବଦଳିବ କୃଷି ପରମ୍ପରା, ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଦେଶର କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ଲକ୍ଷ କୋଟି ଟଙ୍କା ବୃହତ୍ ଯୋଜନା ଏଗ୍ରିକଲଚର ଇନଫ୍ରାଷ୍ଚ୍ରକଚର ଫଣ୍ଡ ଲଞ୍ଚ କରିଛନ୍ତି। ଏହାଦ୍ୱାରା କୃଷି ଭିତ୍ତିଭୂମିର ବିକାଶ ସହ କୃଷି ଭିତ୍ତିକ ପ୍ରକଳ୍ପ ପାଇଁ କୃଷକଙ୍କୁ ସବସିଡିଯୁକ୍ତ ଋଣ ମିଳିପାରିବ। ଏହାସହିତ ପିଏମ କିଷାନ ସମ୍ମାନ ନିଧି ଯୋଜନାର ଷଷ୍ଠ କିସ୍ତି ମଧ୍ୟ ଜାରି କରିଛନ୍ତି। ଏହି ଯୋଜନାରେ କୃଷକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧୭ ହଜାର କୋଟି ଟଙ୍କା ଟ୍ରାନ୍ସଫର ହୋଇଛି। ଗୋଟିଏ ଦେଶ, ଗୋଟିଏ ବଜାର ପରିଯୋଜନା ଦ୍ୱାରା କୃଷକମାନେ ଉପକୃତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ କୋରୋନା ଲକଡାଉନ କଟକଣା ମଧ୍ୟରେ ଚାଷୀଙ୍କୁ ୨୨ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଦେଶର ୮ କୋଟି କୃଷକ ପରିବାର ଉପକୃତ ହୋଇଥିଲେ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ କୃଷକ ଏବଂ ଚାଷ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ସରକାର। ଏହାସହ ଏବେ କୃଷକମାନଙ୍କ ପାଇଁ ମଣ୍ଡି ଓ ମଣ୍ଡି ଟାକ୍ସ ବୋଝକୁ ସମ୍ପୂର୍ଣ୍ଣ ରୂପେ ସରକାର ହଟାଇ ଦେଇଛନ୍ତି। ଫଳରେ ସରକାରୀ ସହାୟତା ସହ କୃଷକମାନଙ୍କ ପାଇଁ ନୂଆ ବିକଳ୍ପ ସୃଷ୍ଚି ହୋଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: