RGVଙ୍କ  ବିବାଦୀୟ ‘ଅର୍ଣ୍ଣବ’: ଚର୍ଚ୍ଚାରେ ଏହି ଛ’ଜଣ ମଲ୍ଟି ଟାଲେଣ୍ଟଡ ଆକ୍ଟର…

RGVଙ୍କ ବିବାଦୀୟ ‘ଅର୍ଣ୍ଣବ’: ଚର୍ଚ୍ଚାରେ ଏହି ଛ’ଜଣ ମଲ୍ଟି ଟାଲେଣ୍ଟଡ ଆକ୍ଟର…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଅର୍ଣ୍ଣବ ଗୋସ୍ୱାମୀ , ଭାରତୀୟ ସାମ୍ବାଦିକତା ଜଗତର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ଅନେକ ତାଙ୍କୁ ବିବାଦୀୟ, ବିତର୍କିତ, ସାମାଲୋଚିତ,  ଅର୍ଦ୍ଧପାଗଳ ଏମିତି ଅନେକ ଗାଳି ଓ ତାଳି ଦେଇ ସମ୍ବୋଧନ କରନ୍ତି । ଅର୍ଣ୍ଣବଙ୍କୁ ନେଇ ଇଂରାଜୀରେ କୁହାଯାଇପାରେ ଯେ, Either you hate him or love him, you just cannot ignore Arnab Goswami. He is not just a name in the news industry as he has been an instrumental figure in talking about certain things in a very bold way that no one has ever dared to.

ସେ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ ନିଜେ ଜଣେ ଖବର । ନିଜସ୍ୱ ସମ୍ବାଦ ପରିବେଶଣ ଶୈଳୀ ହେଉ ଅବା ଏକଜିଦିଆ ପଣ ଅର୍ଣ୍ଣବଙ୍କୁ ସମସାମୟିକ ସାମ୍ବାଦିକ ଓ ସମ୍ପାଦକଙ୍କ ଠାରୁ ଭିନ୍ନ କରିଥାଏ ।  ଛବିଶି ଏଗାର (26/11) ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ହେଉ ଅବା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଲୋକଙ୍କ ନିକଟରେ ଖବରର ଭିନ୍ନ ଏକ ଦିଗକୁ ଦେଖାଇଛନ୍ତି ଅର୍ଣ୍ଣବ ।

ଛବିଶି ଏଗାର ମୁମ୍ବାଇ ଆକ୍ରମଣ ବେଳେ ଲଗାତାର 65 ଘଣ୍ଟା ଧରି ଷ୍ଟୁଡିଓ ବିତର୍କ ହେଉ ଅବା ସୁଶାନ୍ତ ସିଂଙ୍କ ମୃତ୍ୟୁ, ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ଦାବି କରୁଥିବା ଏକ ମାତ୍ର ସାମ୍ବାଦିକ ଓ ସମ୍ପାଦକ । ଯାହା ଏନଡିଟିଭି. ଆଜତକ, ଜୀ ନ୍ୟୁଜ୍ ଠାରୁ ଭିନ୍ନ ଓ ପୃଥକ । ଯେତେବେଳେ ଭାରତୀୟ ମିଡିଆ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ବିଶ୍ଳେଷଣ କରିବାରେ ବ୍ୟସ୍ତ ଠିକ୍ ସେହି ସମୟରେ ଖବର ପ୍ରସାରଣର ଆରମ୍ଭ ଦିନରୁ ଏହି ଏହାକୁ ହତ୍ୟା ବୋଲି ଆଖ୍ୟା ଦେଇ ଲଗାତାର ଖବର ପରେ ଖବର ପ୍ରସାରଣ କରି ଚର୍ଚ୍ଚାରେ ରହି ଆସିଛନ୍ତି ଅର୍ଣ୍ଣବ ଗୋସ୍ୱାମୀ ।

ଯଦି ବିଚାରକୁ ନିଆଯାଏ ଅର୍ଣ୍ଣବଙ୍କ ଜୀବନ କାହାଣୀ କୌଣସି ହିନ୍ଦି ଫିଲ୍ମର ଚିତ୍ରନାଟ୍ୟଠାରୁ ମଧ୍ୟ କମ୍ ନୁହେଁ । ଉତ୍ତରପୂର୍ବ ରାଜ୍ୟ ଆସାମରେ ବାଲ୍ୟ ଜୀବନ କାଟିଥିବା ଅର୍ଣ୍ଣବ ଜୀବନ ଯୁଦ୍ଧକୁ ଅତି ନିକଟରୁ ଦେଖିଛନ୍ତି । ବାପା ଭାରତୀୟ ସେନାରେ ଭର୍ତ୍ତି ହୋଇ ଦେଶର ସେବା କରିଥିବା ଜଣେ ସଚ୍ଚା ବୀର । ଅବସର ପରେ ରାଜନୀତିରେ ପାଦ ଦେଇ ନୂଆ କିଛି କରିବାକୁ ଆଗ୍ରହ ଦେଖାଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଅର୍ଣ୍ଣବଙ୍କ ମାଆ ଜଣେ ଲେଖକ ଯାହାର ପ୍ରଭାବ ପଡ଼ିଛି ତାଙ୍କ ଉପରେ । ଦିଲ୍ଲୀର ହିନ୍ଦୁ କଲେଜରୁ ସୋସିଓଲୋଜିରେ ଗ୍ରାଜୁଏଟ କରିଥିବା ଅର୍ଣ୍ଣବ ଗୋସ୍ୱାମୀ ଅକ୍ସଫୋର୍ଡ ୟୁନିଭରସିଟିର ସେଣ୍ଟ ଆଣ୍ଟୋନିସ କଲେଜରୁ ସୋସିଆଲ ଆନ୍ଥ୍ରୋପଲଜିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ଅର୍ଣ୍ଣବ ଗୋସ୍ୱାମୀ ଦୈନିକ ଟେଲିଗ୍ରାଫ୍ –କୋଲକାତା ଅଫିସରୁ ସାମ୍ବାଦିକତା ଆରମ୍ଭ କରନ୍ତି , ପରବର୍ତ୍ତୀ ସମୟରେ ସେ ଏନଡିଟିଭି ଏବଂ ପରେ ପରେ ଟାଇମ୍ସ ନାଓରେ ମୁଖ୍ୟ ସମ୍ପାଦକ ଭାବେ ଦୀର୍ଘ ବର୍ଷ ଧରି ଦାୟିତ୍ୱ ସମ୍ଭାଳିଥିଲେ । ତେବେ ବୃତ୍ତିଗତ କାରଣରୁ ସେ ମେ 2017ରେ ନିଜର ଏକ ଚ୍ୟାନେଲ ରିପବ୍ଲିକ ଭାରତ ନାମରେ ସମ୍ବାଦ ପ୍ରସାରଣ ଆରମ୍ଭ କଲେ ।

https://www.instagram.com/p/Bss92ZqHVWd/?utm_source=ig_web_copy_link

ଅର୍ଣ୍ଣବ ନିଜର ସ୍ୱଭାବ ଓ ଷ୍ଡୁଡିଓରେ ସମ୍ବାଦ ପରିବେଶଣ ଏବଂ ବିତର୍କରେ ଉଚ୍ଚାସ୍ୱରରେ କଥା କହିବା, ପାନେଲିଷ୍ଟମାନଙ୍କୁ କହିବାକୁ ନଦେବା, ଅତିଥିଙ୍କୁ ଷ୍ଟୁଡିଓରୁ ବିଦା କରିବା ଆଦି କ୍ଷେତ୍ରରେ ସବୁବେଳେ ସମାଲୋଚନାର ଶିକାର ହୋଇଛନ୍ତି । ଏପିରିକି ବର୍ତ୍ତମାନର କେରଳ ଥିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶୀ ଥରୁର ଅର୍ଣ୍ଣବଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ମାନହାନୀ ମକଦ୍ଦମା ରୁଜୁ କରିଥିଲେ । ନିଜେ ମିଡିଆ ଆଇକନ ହୋଇମଧ୍ୟ ସେ ହିଁ ମିଡିଆରେ ଖବର ବନିଥାନ୍ତି ଓ ହେଡଲାଇନରେ ରୁହନ୍ତି । ଅର୍ଣ୍ଣବଙ୍କୁ ନେଇ ସମ୍ବାଦପତ୍ରରେ ଖବର ବାହାରେ, ଟିଭିରେ ରିପୋର୍ଟ ବାଜେ, ଥାନାରେ ଦେଖିବାକୁ ମିଳେ ଏବଂ ରାସ୍ତାରେ ନିର୍ଦ୍ଧିଷ୍ଟ ଦଳର ଆକ୍ରମଣର ଶିକାର ହେବାର ଚିତ୍ର ବି ସାମ୍ନାକୁ ଆସେ । ଏଭଳି ସମୟରେ ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ରିପବ୍ଲିକ ଟିଭି ଓ ରି ପବ୍ଲିକ ଭାରତ ହିନ୍ଦି ଚ୍ୟାନେଲର ପ୍ରତିଷ୍ଠାତା ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ଏଥର କାରଣ  କିନ୍ତୁ ଟିକେ ହଟକେ, ରୋଚକ ଓ ରୋମାଞ୍ଚକର ।

ଆପଣମାନେ ରାମ ଗୋପାଳ ବର୍ମାଙ୍କ ସମ୍ପର୍କରେ ଭଲ ଭାବେ ଜାଣିଥିବେ । ବଲିଉଡ ଫିଲ୍ମ ନିର୍ଦ୍ଦେଶକ, ନିର୍ମାତା ଭାବେ ଅତି ଅଧିକ ସଫଳ ନ ହୋଇଥିଲେ ମଧ୍ୟ ଚର୍ଚ୍ଚାରେ କିନ୍ତୁ ରୁହନ୍ତି । ଓଡ଼ିଆ ପୁଅ-ଝିଅ ଅପସରା ରାଣୀ ଓ ରକ୍ କାଚ୍ଛିଙ୍କୁ ନେଇ ନିର୍ମାଣ କରିଥିବା ଫିଲ୍ମ ଥ୍ରୀଲରକୁ ନେଇ ଏବେ ସେ ଚର୍ଚ୍ଚାରେ । ନିଜ ହିରୋଇନ୍ ଙ୍କୁ ସୋସିଆଲ ମିଡିଆରେ ପ୍ରମୋସନ କରିବା କ୍ଷେତ୍ରରେ ସବୁଠୁ ଆଗରେ ରହିଛନ୍ତି ରାମଗୋପାଳ ବର୍ମା । ଏବେ ସେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଚାହାନ୍ତି ବୋଲି ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ ନିଜ ଟ୍ୱିଟର ପେଜ୍ ରେ ଲେଖିଛନ୍ତି ଯେ, ‘My film on him is titled “ARNAB” THE NEWS PROSTITUTE After extensively studying him I mulled on whether the tagline should be The News Pimp or The News Prostitute though both are relevant I finally settled on prostitute for its sound.

ରାମଗୋପାଳଙ୍କ ଏଭଳି ଟ୍ୱିଟ୍ କୁ ନେଇ ବିବାଦ ଦେଖାଦେଇଥିଲେ ମଧ୍ୟ ଏବେ ଚର୍ଚ୍ଚା ଯଦି ରାମଗୋପାଳ ବର୍ମା ସତରେ ଅର୍ଣ୍ଣବଙ୍କୁ ନେଗେଟିଭ୍ ଚରିତ୍ରରେ ଦେଖାଇବାକୁ ଯାଇ ଏକ ଫିଲ୍ମ ନିର୍ମାଣ କରନ୍ତି ତେବେ ବଲିଉଡରେ କେଉଁ ଅଭିନେତା ଅର୍ଣ୍ଣବ ଗୋସ୍ୱାମୀଙ୍କ ଚରିତ୍ରରେ ଅଭିନୟ କରିବେ ।  ଏହାକୁ ନେଇ ଆମେ ଯେତେବେଳେ ରିସର୍ଚ୍ଚ କଲୁ ଆମ ସାମ୍ନାକୁ ଆସିଲେ ଏହି 6ଜଣ କଳାକାର । ସେମାନେ ହେଲେ ନୀରଜ କବି, ରଣଦୀପ ହୁଡ୍ଡା, ଇମ୍ରାନ ହାସମୀ, କେକେ ମେନନ୍, ରାଜକୁମାର ରାଓ ଏବଂ ସୈଫ୍ ଅଲ୍ଲୀ ଖାନ୍ ।

ନୀରଜ କବୀ: ଆପଣ ଯଦି ୱେବ୍ ସିରିଜ ପାତାଲ ଲୋକ ଦେଖିଥିବେ ନୀରଜ କବୀଙ୍କ ଅଭିନୟକୁ ପ୍ରଶଂସା ନ କରି ରହିପାରିନଥିବେ । ଏହା ବି ଆପଣ କହିବେ ଯେ, ଜଣେ ସାମ୍ବାଦିକ ଚରିତ୍ରକୁ ସେ ହିଁ  ଅତି ନିଖୁଣ ଭାବେ ବଡ଼ ପରଦାରେ ଫୁଟାଇ ପାରିବେ ବା ଜୀବନ କରିପାରିବେ ।

ରଣଦୀପ ହୁଡ୍ଡା:  ପରଦାରେ ଅର୍ଣ୍ଣବଙ୍କ ଭୂମିକାକୁ ଭଲ ଭାବେ ନିଭାଇ ପାରିବାକୁ ସକ୍ଷମ ରଖୁଥିବା ଅଭିନେତା ହେଉଛନ୍ତି ରଣଦୀପ ହୁଡ୍ଡା । ଆମେ ତାଙ୍କୁ ସାହେବ, ବିବି ଔର ଗ୍ୟାଙ୍ଗଷ୍ଟର, ସରବଜିତ୍ ଭଳି ଫିଲ୍ମରେ ଦମଦାର ଅଭିନୟର ଝଲକ ପାଇସାରିଛନ୍ତି ।

ଇମ୍ରାନ ହାସମୀ: ସେହିଭଳି ଏହି ତାଲିକାରେ ଇମ୍ରାନ ହାସମୀଙ୍କୁ ମଧ୍ୟ ବିଚାରକୁ ନିଆଯାଇପାରେ । ଆପଣ ଯଦି 2012 ମସିହାରେ ରିଲିଜ୍ କରିଥିବା ହିନ୍ଦି ଫିଲ୍ମ ‘ରସ୍ ‘ ତେବେ ନିହାତି ଇମ୍ରାନଙ୍କୁ ଅର୍ଣ୍ଣବଙ୍କ ଚରିତ୍ରରେ ଦେଖିବାକୁ ପସନ୍ଦ କରିବେ।

କେକେ ମେନନ:  ବଲିଉଡ ଇଣ୍ଡଷ୍ଟ୍ରୀଜ୍ ର ଆଉ ଜଣେ ନିଖୁଳ କଳାକାର ହେଉଛନ୍ତି କେକେ ମେନନ୍ । ବଲିଉଡର ଏହି  ବ୍ରିଲିଏଣ୍ଟ ଆକ୍ଟରଙ୍କ ଅଭିନୟକୁ ସବୁ ବର୍ଗର ଦର୍ଶକ ପସନ୍ଦ କରନ୍ତି ଏବଂ ଭଲ ମଧ୍ୟ ପାଆନ୍ତି । ଗୁଲାଲ, ସୌର୍ୟ୍ୟ ଭଳି ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଥିବା କେକେ ମେନନ ମଧ୍ୟ ରପବ୍ଲିକ ଟିଭି ନେଟୱର୍କର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଚରିତ୍ରକୁ ପଦାରେ ଫୁଟାଇପାରିବେ ଏଥିରେ ସନ୍ଦେହ ନାହିଁ ।

ରାଜକୁମାର ରାଓ : ଚ୍ୟାଲେଞ୍ଜିଂ ଚରିତ୍ରକୁ ଅତି ସହଜରେ ଦର୍ଶକଙ୍କ ନିକଟରେ ପହଞ୍ଚି ପାରୁଥିବା କଳାକାର ହେଉଛନ୍ତି ରାଜକୁମାର ରାଓ । ପୂର୍ବରୁ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରକୁ ଅତି ସୁନ୍ଦର ଭାବେ ନିଭାଇ ସାରିଥିବା ରାଜକୁମାର ରାଓଙ୍କୁ ମଧ୍ୟ ଆପଣ ଦେଖିବାକୁ ଆଗ୍ରହ ପ୍ରକାଶ କରିପାରନ୍ତି ।

ସୈଫ ଅଲ୍ଲୀ ଖାନ୍: ଦୀର୍ଘ ବର୍ଷ ଧରି ବଲିଉଡ୍ ରେ ନିଜର ନିଆରା ପରିଚୟ ସୃଷ୍ଟି କରିଥିବା ସୈଫ୍ ଅଲ୍ଲୀ ଖାନ୍ ଙ୍କୁ ମଧ୍ୟ ଅର୍ଣ୍ଣବଙ୍କ ଚରିତ୍ର ପାଇଁ ନିଆଯାଇପାରେ । ଏହି ଭର୍ସାଟାଇଲ ଆକ୍ଟର ଜଣଙ୍କ ନିଜ ଅଭିନୟର ଦମ୍ ରେ ବଲିଉଡ୍ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଦିଲ୍ ବେଚାରା, ବାଜାର, ଲାଲ୍ କଟପନ୍ ଏବଂ ଓମକାରାରେ ସୈଫଙ୍କ ଅଭିନୟ ଦର୍ଶକୀୟ ଆଦୃତି ହାସଲ କରିଛି ।

ଆପଣ ବର୍ତ୍ତମାନ କାହାକୁ ଅଧିକ ପସନ୍ଦ କରନ୍ତି ଯିଏ ଅର୍ଣ୍ଣବଙ୍କ ଭୂମିକାକୁ ସୁନ୍ଦର ଭାବେ ପରଦାରେ ଫୁଟାଇ ପାରିବେ?

0 Comments

Leave Your Comment

Your email address will not be published. Required fields are marked *

%d bloggers like this: