କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ପ୍ଲାଜମା ବ୍ୟାଙ୍କ। ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ଏବେ ୪ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ହୋଇସାରିଛି। ପ୍ଲାଜମା ଥେରାପିରୁ ସୁଫଳ ମିଳୁଥିବା ଦେଖିବାକୁ ମିଳୁଛି। ଆଗକୁ ଆହୁରି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତେବେ ଆଗାମୀ ଦିନରେ ଆଇଜିଏଚ, ଭୀମସାର ଓ ଏମକେସିଜିରେ ପ୍ଲାଜମା ବ୍ୟାଙ୍କ କରାଯିବ। ଗତ ଜୁଲାଇ ୧୫ ତାରିଖରେ ରାଜ୍ୟରେ ପ୍ରଥମ ପ୍ଲାଜମା ବ୍ୟାଙ୍କ କଟକସ୍ଥିତ ଏସ୍‌ସିବିରେ ଆରମ୍ଭ କରାଯାଇଥିଲା । ବୁଧବାର ରାଉରକେଲା ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହେବ। ସେହିପରି ଆଗାମୀ ଦିନରେ ବ୍ରହ୍ମପୁରସ୍ଥିତ ଏମକେସଜି ଓ ବୁର୍ଲାସ୍ଥିତ ଭୀମସାରରେ ମଧ୍ୟ ଏହି ପ୍ଲାଜମା ବ୍ୟାଙ୍କ ଖୋଲିବ।

Leave a Reply

Your email address will not be published. Required fields are marked *