ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ପିତା। ପାଟନାସ୍ଥିତ ରାଜୀବ ନଗର ପୋଲିସ ଥାନାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରିୟା ସୁଶାନ୍ତଙ୍କଠାରୁ ଟଙ୍କା ନେଇ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ। ରିୟାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ଠକେଇ, ଚୋରି ଭଳି ଦଫା ଲାଗିଛି। ବିହାର ପୋଲିସ ମୁମ୍ବାଇ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସୁଶାନ୍ତ ସିଂ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀ କିଛି ସମୟ ପାଇଁ ପରସ୍ପରକୁ ଡେଟ୍ କରିଥିଲେ।

ମୁମ୍ବାଇର ବାନ୍ଦ୍ରା ପୋଲିସ ସ୍ୱର୍ଗତ ଅଭିନେତାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି। ଏହାପୂର୍ବରୁ ସେମାନେ ଏହି ମାମଲାରେ ରିୟାଙ୍କୁ ପଚରାଉଚରା କରିଥିଲେ। ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କ ସମେତ ସଞ୍ଚୟ ଲୀଳା ଭନସାଲି, ମହେଶ ଭଟ୍ଟ, ସିନେ ସାମ୍ବାଦିକ ରାଜୀବ ମସନ୍ଦଙ୍କ ସମେତ ୪୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି ପୋଲିସ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: