ଭାରତର ଏହି ସ୍ଥାନକୁ ଯିବାକୁ ଭାରତୀୟଙ୍କୁ ମନା

ଭାରତର ଏହି ସ୍ଥାନକୁ ଯିବାକୁ ଭାରତୀୟଙ୍କୁ ମନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ଯେଉଁ ଗୁଡ଼ିକୁ ଦେଖିବା ପାଇଁ ଆମ ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ । ତେବେ ବିଦେଶ ପର୍ଯ୍ୟଟକଙ୍କୁ ଭାରତରେ ବୁଲା ବୁଲି ପାଇଁ ବିଶେଷ ଭାବେ ଅନୁମତି ନେବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି କି ? ଭାରତରେ ଏମିତି ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି ଯେଉଁଠି ବିଦେଶୀଙ୍କ କଥା ତ ଛାଡନ୍ତୁ ଭାରତୀୟଙ୍କୁ ବି ଯିବାକୁ ଅନୁମତି ମିଳେନାହିଁ । ଏହି ଜାଗାଗୁଡିକର ସୁନ୍ଦରତା କେବଳ ଫୋଟ ଗୁଡିକରେ ହିଁ ଦେଖିବାକୁ ମିଳେ.. ଆପଣବି ଏହି ଜାଗା ଗୁଡିକର ଚିତ୍ର ଦେଖିଲେ ନିଜକୁ ଅଟକାଇ ପାରିବେ ନାହିଁ । ତେବେ ଚାଲନ୍ତୁ ଜାଣିବା ଭାରତର ଏମିତି କେଉଁ କେଉଁ ସ୍ଥାନ ରହିଛି ଯେଉଁଠି କାହାରିକୁ ଯିବାକୁ ଅନୁମତି ମିଳେ ନାହିଁ ।
ନର୍ଥ ସେଣ୍ଟିନାଲ୍ ଆଇଲ୍ୟାଣ୍ଡ:- ଉତ୍ତର ସେଣ୍ଟିନେଲ ଦ୍ୱୀପ ଆଣ୍ଡାମାନ ଦ୍ଵୀପପୁଞ୍ଜର ଏକ ଦ୍ବୀପ । ଏହା ଆଣ୍ଡାମାନର ସମୁଦ୍ର ଗଭୀରତାରେ ଥିବା ଟେକଟୋନିକ ପ୍ଲେଟର ଠିକ୍ ମଝା ମଝିରେ ହିଁ ଅବସ୍ଥିତ । ଏହାକୁ କେବଳ ଦୂରରୁ ହିଁ ଦେଖିହୁଏ । କାହିଁକି ନା ଏହା ଏକ ନିଶିଧାଞ୍ଚଳ ।ଏଠାରେ ସେଣ୍ଟିନେଲିସ୍ ଜନଜାତି ମାନେ ବାସ କରୁଥିବାରୁ ଏଠାକୁ ଯିବାକୁ କାହାକୁ ଅନୁମତି ମିଳେ ନାହିଁ। ଦ୍ୱୀପର ଲୋକମାନେ ଆଧୁନିକ ଦୁନିଆଠାରୁ ଏପର୍ଯ୍ୟନ୍ତ ବହୁ ଦୂରରେ ରହିଛନ୍ତି। ବାହ୍ୟ ଜଗତ କିମ୍ବା ଉନ୍ନତ ଜ୍ଞାନକୌଶଳ ବିଷୟରେ କିଛି ଜାଣନ୍ତି ନାହିଁ। ସେମାନେ ସାଧାରଣତଃ ହିଂସ୍ର ଏବଂ ଯେଉଁମାନେ ଦ୍ୱୀପ ପରିଦର୍ଶନ କରିବାକୁ ଚେଷ୍ଟା କରନ୍ତି ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରନ୍ତି। ରିପୋର୍ଟ ଅନୁଯାୟୀ ସେଣ୍ଟିନେଲିସ୍ ଜନଜାତି ଏହି ଦ୍ୱୀପରେ ୫୦୦୦୦ ବର୍ଷରୁ ଅଧିକ ସମୟ ଧରି ଭାରତ ସରକାରଙ୍କ ସୁରକ୍ଷା ଅଧୀନରେ ରହିଆସୁଛନ୍ତି ଏବଂ ପରିଦର୍ଶକମାନଙ୍କ ପାଇଁ ଏଠାକୁ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
ପେଙ୍ଗୋଙ୍ଗ ସୁ ଲେକ୍:-
ଏହା ଭାରତର ଏମିତି ଏକ ସ୍ଥାନ ଯାହାର ସୁନ୍ଦରତା ଯେତେ ଦେଖିଲେ ବି ମନ ଭରେ ନାହିଁ । ଏହି ସ୍ଥାନଟି ଏକ ଫେମସ ଟୁରିଷ୍ଟ ପ୍ଲେସ ଭାବରେ ଖୁବ ଜଣାଶୁଣା । କିନ୍ତୁ ଏହି ପେଙ୍ଗୋଙ୍ଗ ସୁ ଲେକ ର ସମସ୍ତ ଅଂଚଳକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ନାହିଁ । ଏହି ହ୍ରଦର ପ୍ରାୟ ୫୦ ପ୍ରତିଶତ ଭାଗ ବିବାଦିତ ସ୍ଥାନ ଭାବେ ଗଣାଯାଏ । କାହିଁକି ନା ଏହିସ୍ଥାନ ଦେଇ ଏଲଏସି ଯାଉଛି । ଯାହାକି ଭାରତ ଓ ଚୀନର ସୀମା ବୋଲି କୁହାଯାଏ । ସେଥିପାଇଁ ଏହି ସୀମାକୁ ପାର ହୋଇ ପୁରା ପେଙ୍ଗୋଙ୍ଗ ସୁ ଲେକ ବୁଲିବାର ଅନୁମତି କାହାକୁ ବି ନାହିଁ । ଏମିତିବି ଚୀନ ସବୁବେଳେ ଏହି ଲେକ ଦେଇ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ ।
ବେରେନ୍ ଆଇଲ୍ୟାଣ୍ଡ:-
ଭାରତର ଏକମାତ୍ର ଜ୍ବାଲାମୁଖୀ ବେରେନ୍ ଆଇଲ୍ୟାଣ୍ଡରେ ରହିଛି । ଏହାବି ଆଣ୍ଡାମାନର ଏକ ଅଂଶ । ଏହି ଦ୍ବୀପକୁ ଆପଣ ଯାଇପାରିବେନାହିଁ,କିନ୍ତୁ ବୋଟ୍,କିମ୍ବା ସିପ୍ ରେ ଯିବା ଭିତରେ ଆପଣ ଦୂରରୁ ଏହି ଜ୍ବାଲାମୁଖୀ ଥିବା ଆଇଲ୍ୟାଣ୍ଡକୁ ଦେଖିପାରିବେ ।
କିନ୍ତୁ ଆଇଲ୍ୟାଣ୍ଡ ଉପରକୁ ଯାଇ ପାଖରୁ ଏହାକୁ ଦେଖିବା ପାଇଁ କାହାକୁ ଅନୁମତି ନାହିଁ । ଲାକ୍ଷାଦ୍ବୀପର କିଛି ଆଇଲ୍ୟାଣ୍ଡ:- ଲାକ୍ଷାଦ୍ବୀପରେ ପାଖାପାଖି ୩୬ଟି ଆଇଲ୍ୟାଣ୍ଡ ରହିଛି । କିନ୍ତୁ ସବୁ ଆଇଲ୍ୟାଣ୍ଡରେ ଯାଇ ବୁଲିବାର ଅନୁମତି କାହାକୁ ନାହିଁ । ଏହିସ୍ଥାନରେ ରହୁଥିବା ବିଭିନ୍ନ ପ୍ରଜାତିର ଅଧିବାସୀଙ୍କ ସୁରକ୍ଷା ପାଇଁ ଏକ ନିର୍ଦ୍ଧିଷ୍ଟ ନିୟମ ରହିଛି । ସେମାନେ ଅନେକ ବର୍ଷରୁ ନିଜ ପରମ୍ପରାକୁ ନେଇ ପିଢି ପରେ ପିଢି ଏଠାରେ ଚଳି ଆସୁଛନ୍ତି । ସେମାନଙ୍କୁ କୌଣସି ଅସୁବିଧା ନେ ହେବା ପାଇଁ ବାହାର ଲୋକଙ୍କୁ ଏହିସ୍ଥାନକୁ ଯିବାକୁ ଅନୁମତି ନାହିଁ ।

ଭାବା ଅଟୋମିକ ରିସର୍ଚ ସେଣ୍ଟର:-
ଏହା ମୁମ୍ବାଇର ଉପନଗରରେ ଅବସ୍ଥିତ । ଏଠାରେ ବି ସାଧାରଣ ପର୍ଯ୍ୟଟକଙ୍କୁ ଯିବାର ଅନୁମତି ନାହିଁ । ଏହା ଭାରତର ପ୍ରମୁଖ ପରମାଣୁ ଅନୁସନ୍ଧାନ କେନ୍ଦ୍ର । ସେଥିପାଇଁ ସୁରକ୍ଷା କାରଣରୁ ଏଠାକୁ ଯିବାର ଅନୁମତି ନାହିଁ । କେବଳ ସରକାରୀ ଅନୁମତି ଥିବା ବ୍ୟକ୍ତିବିଶେଷ ଏଠାକୁ ଯାଇପାରିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: