କୁନି ଝିଅ ଦେହରୁ ରକ୍ତ ଶୋଷି ନେଲା ଉକୁଣୀ, ଗିରଫ ହେଲା ମା’

କୁନି ଝିଅ ଦେହରୁ ରକ୍ତ ଶୋଷି ନେଲା ଉକୁଣୀ, ଗିରଫ ହେଲା ମା’

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଝିଅମାନଙ୍କ ମୁଣ୍ଡରେ ଉକୁଣୀ ସମସ୍ୟା ଏକ ସାଧାରଣ କଥା । ଝିଅ ମାନଙ୍କ ଘନ କେଶ ହୋଇଥିବା କାରଣରୁ ଉକୁଣୀ ବସାବାନ୍ଧି ରହିଥାଏ। ଉକୁଣୀ ପାଇଁ ଲୋକଙ୍କୁ ଅନେକ ସମସ୍ୟା ହୋଇଥାଏ ସତ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଉକୁଣୀ କାରଣରୁ କାହାର ଜୀବନ ବିପଦରେ ପଡ଼ିବାର? ଦି ଲେସିଙ୍ଗଟନ୍ ହେରାଲ୍ଡ ଲିଡରରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଇଣ୍ଡିଆନାରେ ରହୁଥିବା ଜଣେ ୪ ବର୍ଷର ଝିଅର ଅବସ୍ଥା ଉକୁଣୀ ଯୋଗୁ ଗୁରୁତର ହୋଇଛି । ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁର ଶରୀରରେ ଆଦୌ ରକ୍ତ ନଥିଲା। ଏହାର କାରଣ ଥିଲା ତା ମୁଣ୍ଡରେ ବହୁଦିନ ହେଲା ବସା କରିଥିବା ଉକୁଣୀ। ଡାକ୍ତରଙ୍କ କହିବା ଅନୁଯାୟୀ, ଝିଅଟିର ମୁଣ୍ଡରେ ଶହ ଶହ ଉକୁଣୀ ଥିଲେ। ଯେଉଁ ମାନେ ତାର ରକ୍ତ ପିଇ ଯାଇଥିଲେ ।

ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଝିଅର ରକ୍ତରେ ଅମ୍ଳଜାନ ବିଲକୁଲ ନଥିଲା। ସେ ଚାଲିବାକୁ ମଧ୍ୟ ଅସମର୍ଥ ହୋଇପଡ଼ିଥିଲା। କଥା ମଧ୍ୟ କହି ପାରୁ ନଥିଲା। ତେବେ ଚିକିତ୍ସା ପାଇଁ ଡାକ୍ତରଖନାରେ ଭର୍ତ୍ତି ହୋଇଥିବା ଶିଶୁର ଅସୁବିଧା କ’ଣ ବୋଲି ଡାକ୍ତରମାନେ ପ୍ରଥମେ ବୁଝି ପାରିନଥିଲେ । ଅନେକ ଅନୁସନ୍ଧାନ ପାରେ, ଜଣାପଡିଥିଲା ଯେ, ଝିଅଟିର ମୁଣ୍ଡରେ ଅନେକ ଉକୁଣୀ ରହିଛି । ଏହି ଉକୁଣୀ ଶିଶୁର ଶରୀରରେ ଥିବା ରକ୍ତରୁ ସମସ୍ତ ଅମ୍ଳଜାନକୁ ଶୋଷି ନେଇଛି । ତାଙ୍କ ଶରୀରରେ ଥିବା ଅମ୍ଳଜାନ ନଥିବା ସହ ସମ୍ମାନ ହୋଇଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଝିଅର ମାଆକୁ ଗିରଫ କରିଥିଲା। ଶିଶୁର ଉପଯୁକ୍ତ ଯତ୍ନ ନ ନେଇଥିବାରୁ ଝିଅର ମା’ ଶିଆନ ନିକୋଲ ସିଂଙ୍କୁ ଗିରଫ କରାଯାଇଥିଲା। ଶିଆନଙ୍କ ଉପରେ ଶିଶୁର ଯତ୍ନ ନ ନେବା କାରଣରୁ ହୋଇଥିବା କ୍ଷତି ପାଇଁ ଅଭିଯୋଗ ଲାଗିଛି। ଏହି ଚାର୍ଜ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଉପରେ ଆଧାରିତ।

     ଯେତେବେଳେ ଝିଅଟିକୁ ଡାକ୍ତରଖାନାକୁ ଅଣାଯାଇଥିଲା, ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଶିଶୁର ଶରୀରରେ ଥିବା ରକ୍ତରେ କୌଣସି ହେମୋଗ୍ଲୋବିନ୍ ନଥିଲା। ହେମୋଗ୍ଲୋବିନ ହେଉଛି ରକ୍ତରେ ଥିବା ଅମ୍ଳଜାନ, ଯାହା ଶରୀରର ସମସ୍ତ ଅଙ୍ଗକୁ ରକ୍ତ ଯୋଗାଇଥାଏ। ସାଧାରଣ ମାନବ ଶରୀରରେ ଥିବା ଡିସିଲିଟରରେ ୧୨ ଗ୍ରାମ ହେମୋଗ୍ଲୋବିନ୍ ଥାଏ, କିନ୍ତୁ ଯେତେବେଳେ ଶିଶୁଟିକୁ ଡାକ୍ତରଖାନାକୁ ଅଣାଯାଇଥିଲା, ସେତେବେଳେ ତାର ଶରୀରରେ ଏହାର ମାତ୍ରା ୧.୭ ଗ୍ରାମ ଥିଲା। ତେବେ ଏବେ ଝିଅଟିର ଚିକିତ୍ସା ଚାଲିଛି।…

0 Comments

Leave Your Comment

Your email address will not be published. Required fields are marked *

%d bloggers like this: