ଆସନ୍ତାକାଲି ପିପିଲି ଉପନିର୍ବାଚନ,ବୁଥରେ ପହଞ୍ଚିଲେ ପୋଲିଂ ଅଧିକାରୀ

ଆସନ୍ତାକାଲି ପିପିଲି ଉପନିର୍ବାଚନ,ବୁଥରେ ପହଞ୍ଚିଲେ ପୋଲିଂ ଅଧିକାରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାତି ପାହିଲେ ପିପିଲି ଉପନିର୍ବାଚନ। ନେତାରୁ ଜନତା ସମସ୍ତେ ଏଥି ପାଇଁ ପ୍ରସ୍ତୁତ। କାଲି ଭୋଟର କରିବେ ନେତାଙ୍କ ଭାଗ୍ୟ ପରୀକ୍ଷା। ନିର୍ବାଚନ ପାଇଁ ସରିଛି ପ୍ରସ୍ତୁତି ବି ଶେଷ । ବୁଥରେ ପହଞ୍ଚିଛନ୍ତି ପୋଲିଂ ଅଧିକାରୀ । ନିର୍ବାଚନ ମଣ୍ଡଳୀରେ ମୋଟ ୩୪୮ଟି ପୋଲିଂ ବୁଥ୍‌ ରହିଥିବା ବେଳେ ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି। ଯେଉଁଥିରେ ୱେବକାଷ୍ଟ କିମ୍ବା ସିସିଟିଭିର ବ୍ୟବସ୍ଥା କରାଯାଇଛି। ପ୍ରତି ବୁଥ୍‌ରେ ଜଣେ ଲେଖାଏ ମାଇକ୍ରୋ ଅବଜରଭର ରହିବେ । ଏହି ସବୁ ବୁଥରେ ନିୟୋଜିତ ହେବେ ୨୨ଶହ ପୋଲିଂ କର୍ମଚାରୀ, ୨ ହଜାର ପୋଲିସ କର୍ମଚାରୀ ଓ ୩ ପ୍ଲାଟୁନ ସେଣ୍ଟ୍ରାଲ ଫୋର୍ସ । ବୈଷୟିକ ତ୍ରୁଟି ଦେଖାରଖା ପାଇଁ ୮ ଜଣ ଇଞ୍ଜିନିୟର ରହିବେ। ଏହାସହ କୋଭିଡ କଟକଣା ଭିତରେ ମତଦାନ ହେବ । ଭୋଟରଙ୍କୁ ମାସ୍କ, ସାନିଟାଇଜର ଓ ଗ୍ଲୋବସ୍‌ ଦିଆଯିବ। ଯେଉଁ ଭୋଟରଙ୍କ ଶରୀରରେ ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରିକୁଟ ଦିଆଯିବ । ମତଦାନର ଶେଷ ୧ ଘଣ୍ଟାରେ ସେମାନେ ଆସି ଭୋଟ୍‌ ଦେବେ। ଆସନ୍ତା କାଲି ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ୨୦ ଟି ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏହାସହ କୋଭିଡ଼ ଆକ୍ରାନ୍ତ ବ୍ୟକ୍ତି ଘରେ ରହି ଭୋଟ ଦେବେ। ତେବେ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ପରେ ଜଣାଯିବ ପିପିଲି କାହାର ହେବ। ଏଠାରେ ସୂଚନା ଥାଉକି ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ହେଉଛି। କାଲି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: