ବିଜେପିରେ ଯୋଗ ଦେବେ କି କ୍ୟାପଟେନ?

ବିଜେପିରେ ଯୋଗ ଦେବେ କି କ୍ୟାପଟେନ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହାପରେ କ୍ୟାପ୍ଟେନ୍ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ହେଲେ ସାକ୍ଷାତ କରିସାରିବା ପରେ କୃଷି ଆଇନ୍‌ ବିଷୟରେ କଥା ହୋଇଥିବା କହି ବିଜେପିରେ ସାମିଲ ହେବା କଥାକୁ ଏଡାଇ ଦେବାକୁ ଚେଷ୍ଟା କରିଛନ୍ତି ଅମରିନ୍ଦର। କେନ୍ଦ୍ର କୃଷି ଆଇନ୍‌ ବିରୋଧରେ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ଅମିତ ଶାହାଙ୍କ ସହିତ ଆଲୋଚନା କରିଥିବା ସେ କହିଛନ୍ତି।


କ୍ୟାପ୍ଟେନ୍ ଓ ଶାହଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ସାକ୍ଷାତକାର ସହ କଥାବାର୍ତା ହୋଇଥିଲା। ଏମିତି ସହଙ୍କୁ ଭେଟି ଫେରିବା ପରେ ବୈଠକ ସମ୍ପର୍କରେ ଟ୍ୱିଟ୍ କରି ନିଜେ ସୂଚନା ଦେଇଥିଲେ ଅମରିନ୍ଦର । ସେ ନିଜ ପୋଷ୍ଟର ଲେଖିଛନ୍ତି ଯେ “ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲି। କୃଷି ଆଇନ୍‌ ବିରୋଧରେ ଦୀର୍ଘ ସମୟ ଧରି ଚାଲୁଥିବା ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କରିବା ସହିତ ଆଇନ୍ ରଦ୍ଦ କରି ଏମ୍‌ଏସ୍‌ପି ଗ୍ୟାରେଣ୍ଟି କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲି। ତା ସହିତ ଫସଲ ବିବିଧତାରେ ପଞ୍ଜାବର ସମର୍ଥନ ଜଣାଇଲି।”
ଅନ୍ୟପଟେ ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦଳ ଅମରିନ୍ଦରଙ୍କ ସହିତ ମିଶି କାମ କରିବା ପାଇଁ ଇଛୁକ ଅଛି। ଏହାସହ କୃଷି ଆଇନ୍‌ ନେଇ ପ୍ରସ୍ତାବ ଉପରେ ବିଚାର କରାଯାଇ ପାରିବ ବୋଲି ବେଜେପି ପକ୍ଷରୁ ଗୁପ୍ତ ସୂଚନା ମିଳିଛି।


ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପ୍ଟେନ ମଙ୍ଗଳବାର ଦିଲ୍ଲୀ ଯାଇଥିଲେ। ଦିଲ୍ଲୀ କପୁରଥଲା ସ୍ଥିତ ସରକାରୀ ଘର ଖାଲି କରିବାକୁ ଆସିଛନ୍ତି, କୌଣସି ରାଜନେତାଙ୍କ ସହିତ ଦେଖା କରିବାର ଯୋଜନା ନାହିଁ ବୋଲି ସେ କହିଥିଲେ। ହେଲେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହଙ୍କୁ ଭେଟି ତାଙ୍କ ସହିତ ଆଲୋଚନା କରିଥିଲେ। ଯାହାକୁ ନେଇ କ୍ୟାପ୍ଟେନ୍ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: