ଆଜିଠୁ ଆରମ୍ଭ ଷୋଡ଼ଶ ପୂଜା

ଆଜିଠୁ ଆରମ୍ଭ ଷୋଡ଼ଶ ପୂଜା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଗକୁ ଆସୁଛି ପାର୍ବଣର ଋତୁ। ଯେଉଁଥି ପାଇଁ ଉତ୍ସବ ମୁଖର ହୋଇଉଠିଛି ଦେବୀ ପୀଠ।ଆଜିଠାରୁ ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା। ମା’ବିମଳାଙ୍କ ସମେତ କଟକ ଚଣ୍ଡୀ ଓ ରାଜ୍ୟର ଅନ୍ୟ ଦେବୀ ପୀଠରେ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା। ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଏହି ପୂଜା ଅବସରରେ ଗଜପତିଙ୍କ ପ୍ରାସାଦରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ। ମା’ବିମଳାଙ୍କ ପୀଠ ନିମନ୍ତେ ପୂଜକ,ଜଣେ ପରୀଚ୍ଛା,ଚଣ୍ଡୀପାଠ, ମନ୍ତ୍ରଯାପକ,ସହସ୍ରନାମ ପାଠକଙ୍କୁ ବରଣ କରାଯିବ। ଏହାସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମା’ଭୁବନେଶ୍ୱରୀ, ମା’ବାଟମଙ୍ଗଳା ଓ ମା’ ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକ ବରଣ ହେବ। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଶକ୍ତିପୀଠ ଯଥା ଦକ୍ଷିଣକାଳୀ ଓ ବିଭିନ୍ନ ପୀଠରେ ଷୋଳ ପୂଜା ପାଇଁ ପୂଜକ,ଚଣ୍ଡୀପାଠକ ମାନଙ୍କୁ ଆଜି ବରଣ କରାଯିବାର ପରମ୍ପରା ରହିଛି। ସେହିପରି ମା କଟକ ଚଣ୍ଡୀ ମନ୍ଦିରରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ । ଏ ଅବସରରେ ଆଜି ମନ୍ଦିରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: