ଅନଲାଇନ୍ ଚିକେନ ମଗେଇଲେ ଯୁବତୀ, ପ୍ଲେଟରୁ ଆପେ ଆପେ ଚାଲି ଚାଲି ଗଲା ମାଂସ ଖଣ୍ଡ!

ଅନଲାଇନ୍ ଚିକେନ ମଗେଇଲେ ଯୁବତୀ, ପ୍ଲେଟରୁ ଆପେ ଆପେ ଚାଲି ଚାଲି ଗଲା ମାଂସ ଖଣ୍ଡ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ ପ୍ରତିଦିନ କିଛିନା କିଛି ଭିଡ଼ିଓ ଦେଖିବାକୁ ମିଳିଥାଏ। ସେଥି ମଧ୍ୟରୁ କେତେକ କିଛି ଅଜବ ଘଟଣାର ହୋଇଥାଏ। ଯାହାକୁ ଦେଖି ଯେକେହିବି ଚିନ୍ତାରେ ପଡ଼ିଯିବ। ତେବେ ଏବେ ସେମିତି ଏକ ଭିଡ଼ିଓ ଭାଇରାଲା ହେଉଛି। ଜଣେ ଯୁବତୀ ଅନଲାଇନ୍ ଚିକେନ ମାଗିଥିଲେ, ହେଲେ ତାଙ୍କ ସହ ଯାହା ଘଟିଲା ତାକୁ ଯେ କେହିବି ଦେଖି ଥରି ଉଠିବ।
ଆମେରିକାର ଫ୍ଲୋରିଡା ସହରରେ ରହୁଥିବା ଏହି ଯୁବତୀ ଜଣକ ଏକ ରେଷ୍ଟୁରାଣ୍ଟରୁ ଚିକେନ୍ ଅର୍ଡର କରିଥିଲେ। ଅର୍ଡର କରିବାର କିଛି ସମୟ ଭିତରେ ଚିକେନ ତାଙ୍କ ନିକଟରେ ପହଞ୍ଚିଥିଲା। ଏହା ପରେ ଝିଅଟି ଚିକେନକୁ ପ୍ୟାକେଟରୁ ବାହାର କରି ରାନ୍ଧିବା ପାଇଁ ଏକ ପ୍ଲେଟରେ ରଖିଥିଲେ। ତେବେ ମାତ୍ର କିଛି ସେକେଣ୍ଡ ଭିତରେ ଗୋଟିଏ ଚିକେନ୍ ଖଣ୍ଡ ନିଜେ ନିଜେ ପ୍ଲେଟରୁ ବାହାରି ଚାଲିବା ଆରମ୍ଭ କରିଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାବରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଚିକେନ୍ ଖଣ୍ଡ ପ୍ରଥମେ ଥରିବାକୁ ଲାଗିଲା, ଏହା ପରେ ଏହା ଦ୍ରୁତ ଗତିରେ ଚାଲିବା ଆରମ୍ଭ କଲା ଏବଂ ପ୍ଲେଟରୁ ବାହାରି ଟେବୁଲ ଉପରକୁ ଆସିଗଲା। ଯେତେବେଳେ ଝିଅଟି ତା ଆଡକୁ ଦେଖିଲା, ଖଣ୍ଡଟି ତଳେ ଆସି ପଡିଥିଲା। ଏହି ସମୟରେ ଝିଅଟି ମୋବାଇଲ ବାହାର କରି କ୍ୟାମେରାରେ ପୁରା ଘଟଣାକୁ କଏଦ କରିଥିଲା। ଏହି ଭିଡିଓଟିକୁ ସେ ତାଙ୍କ ଫେସବୁକ୍ ପେଜରେ ସେୟାର କରିଥିବା ବେଳେ ସେଠାରୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ଅନେକ ଲୋକ ଭୟଭୀତ ହେଉଛନ୍ତି। ଅନେକ ଲୋକଙ୍କ ଭିଡିଓ ଦେଖି ରୋମ ଟାଙ୍କୁଳି ଉଠିଛି ବୋଲି କାମେଣ୍ଟ କରି କହିଛନ୍ତି। ଏହି ଭିଡିଓକୁ ମାତ୍ର ଅଳ୍ପ ସମୟ ଭିତରେ ୨ କୋଟିରୁ ଅଧିକ ଥର ଦେଖାଯାଇଛି।
ତେବେ କେତେକ ଲୋକ ଏହି ଭିଡିଓକୁ ନକଲି ବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ ଚିକେନ୍ ଖଣ୍ଡକୁ ସୂତା ସାହାଯ୍ୟରେ ଟାଣି ନିଆଯାଇଛି। କିଛି ଲୋକ ଏହା ମଧ୍ୟ କୁହନ୍ତି ଯେ ଚିକେନ୍ ସତେଜ ଥିଲା, ଯେଉଁଥିପାଇଁ ସେଥିରେ ଜୀବନ ବାକି ରହିଥିଲା। ଯେଉଁଥି ପାଇଁ ସେ ଗତି କରୁଥିଲା। ଲୋକମାନେ କୁହନ୍ତି ଯେ ଚିକେନ୍ ସତେଜ ହୋଇଥିବାରୁ ଏହାର ମାଂସପେଶୀ ଗୁଡ଼ିକରେ ହଲଚଲ ହେଉଥିବ। ଯାହାଫଳରେ ସେ ଚାଲିବା ଆରମ୍ଭ କରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: