ଏଠି ବାହାଘରରୁ ଅନ୍ତିମ ସଂସ୍କାର ସବୁଠି ମହିଳା ହୁଅନ୍ତି କର୍ତ୍ତା

ଏଠି ବାହାଘରରୁ ଅନ୍ତିମ ସଂସ୍କାର ସବୁଠି ମହିଳା ହୁଅନ୍ତି କର୍ତ୍ତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅମଲା ତନ୍ତ୍ର ହେଉ କି ଯୌଥ ପରିବାରର ମୁଖିଆଙ୍କ କଥା କୁହନ୍ତୁ। ସବୁଠି ପୁରୁଷଙ୍କ ନିଷ୍ପତି ସର୍ବଶ୍ରେଷ୍ଠ ବା ଫାଇନାଲ ଧରାଯାଏ। ଶିକ୍ଷିତ ହେଉ କି ଅଶିକ୍ଷିତ ପରିବାର ହେଉନା କାହିଁକି। କାରଣ ଆମ ସମାଜ ପୁରୁଷ କୈନ୍ଦ୍ରିକ ଅଟେ। ହେଲେ ଏଷ୍ଟୋନିଆର ଗୋଟିଏ ଏପରି ଗାଁ ଅଛି ଯେଉଁଠି ମହିଳାମାନଙ୍କ ରାଜ ଚାଲେ, ଏହା ସହ ସେଠାରେ ରହୁଥିବା ମହିଳାମାନେ ପୁରୁଷଙ୍କଠୁ ମଧ୍ୟ ଅଧିକ ସଶକ୍ତ। ଏହି ଗାଁରେ ସେପରି କୌଣସି ବିଳାସପୂର୍ଣ୍ଣ ସୁବିଧା ନଥିଲେ ମଧ୍ୟ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକାର ସଂସ୍କୃତିକୁ ବେଶ ପସନ୍ଦ କରନ୍ତି। ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ପରିଦର୍ଶନ କରିବାକୁ ଆଗ୍ରହୀ ହୁଅନ୍ତି। ଏଷ୍ଟୋନିଆ ବାଲ୍ଟିକ୍ ସାଗର ନିକଟରେ ଅବସ୍ଥିତ, ଯେଉଁଠାରେ ପୁରୁଷଙ୍କ ପରିବର୍ତ୍ତେ ମହିଳାମାନେ ଶାସନ କରନ୍ତି। ୧୦୦ ବର୍ଷରୁ ଅଧିକ ହେବ ଏଠାରେ ପୁରୁଷଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଲା ଏବଂ ପରେ ମହିଳାମାନେ ଏଠାକା ବିଭିନ୍ନ କାର୍ଯ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲେ।
ଏହି କାରଣରୁ ଏଷ୍ଟୋନିଆର ଏହି ଦ୍ୱୀପକୁ ମହିଳାଙ୍କ ଦ୍ୱୀପ ମଧ୍ୟ କୁହାଯାଇଥାଏ। କୁହାଯାଏ ଯେ ପୁରୁଷମାନେ ଏଠାରେ ମାଛ ଧରିବା ଏବଂ ଶିକାର କରି ଯିବା କାରଣରୁ ମହିଳାମାନେ ଏକାକୀ ପଡିଯାନ୍ତି ଏବଂ ପରେ ମହିଳାମାନେ ସ୍ଥାନୀୟ କାମ ପାଇଁ ସବୁକିଛି କରନ୍ତି।
ପୁରୁଷମାନଙ୍କ ଅନୁପସ୍ଥିତିରେ, ମହିଳାମାନେ ରୋଷେଇ କରିବା ସହ ହସ୍ତତନ୍ତ, ବୁଣାବୁଣି, ଦୋକାନ ଇତ୍ୟାଦି କାମରେ ନିୟୋଜିତ ହୁଅନ୍ତି। କେବଳ ସେତିକି ନୁହେଁ, ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ, ଅନ୍ତିମ ସଂସ୍କାର ଇତ୍ୟାଦିରେ ମହିଳାମାନେ ମଧ୍ୟ ଗୁରୁ ଦାୟିତ୍ଵ ଗ୍ରହଣ କରନ୍ତି। ଏହାସହ ମହିଳାମାନେ ଏଠାରେ ବୁଲେଟଠୁ ଆରମ୍ଭ କରି ଅନ୍ୟାନ୍ୟ ଭାରି ଯାନ ଚଳାଉଥିବାର ଦେଖିବାକୁ ମିଳେ। ଏଠାକୁ ପ୍ରତି ବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ଏହି ସ୍ଥାନର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ ରହିଥାଏ।
ଏଷ୍ଟୋନିଆ ଉତ୍ତର ୟୁରୋପର ଏକ ଛୋଟ ଦେଶ, ଯାହା ୧୯୯୧ ପର୍ଯ୍ୟନ୍ତ ସୋଭିଏତ୍ ୟୁନିଅନର ଅଂଶ ହୋଇ ରହିଥିଲା। କିନ୍ତୁ ୧୯୯୧ ରେ ସୋଭିଏତ୍ ୟୁନିଅନ୍ ଠାରୁ ଅଲଗା ହେବା ପରେ ଏହି ଦେଶ ସମଗ୍ର ୟୁରୋପରେ ବିକାଶର ନୂତନ ପାରାମିଟର ସୃଷ୍ଟି କରିଥିଲା। ଆଜି ଏହି ଦେଶକୁ ୟୁରୋପର ସିଲିକନ୍ ଭ୍ୟାଲି କୁହାଯାଏ। କାରଣ ଟେକ୍ନିକାଲ୍ ଭାବେ ଏହି ଦେଶ ବହୁତ ସମୃଦ୍ଧ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: