ତୀବ୍ର ପବନରେ ଆପେ ଆପେ ଉଡ଼ିବାକୁ ଲାଗିଲା ବିମାନ

ତୀବ୍ର ପବନରେ ଆପେ ଆପେ ଉଡ଼ିବାକୁ ଲାଗିଲା ବିମାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିମାନରେ ଯାତ୍ରା କରିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ଏଥିରେ ଦୂରସ୍ଥାନକୁ ଶୀଘ୍ର ପହଞ୍ଚିବା ସହ ଯାତ୍ରା ଆରାମଦାୟକ ରହିଥାଏ। କିନ୍ତୁ ବେଳେବେଳେ ବିମାନରେ ତ୍ରୁଟି କିମ୍ବା ଖରାପ ପାଗ ଯୋଗୁଁ ସେହି ଆରାମଦାୟକ ଯାତ୍ରା ସବୁଠାରୁ ଭାଇଙ୍କର ଯାତ୍ରା ହୋଇପଡେ। ହେଲେ ଅନେକ ସମୟରେ ବିମାନର ପାଇଲଟଙ୍କ ବୁଦ୍ଧିମାନ ଏବଂ ସାହସ ପାଇଁ ଅନେକ ଜୀବନ ବଞ୍ଚି ଯାଏ। ସେମାନେ କୌଣସି ମୂଲ୍ୟରେ ବିମାନର ଭାରସାମ୍ୟ ହରାଇବା ଦିଅନ୍ତି ନାହିଁ ଏବଂ ସେମାନଙ୍କୁ ଏଥି ପାଇଁ ଉନ୍ନତମାନର ତାଲିମ ମଧ୍ୟ ଦିଆଯାଇଥାଏ । ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ବିମାନ ଅବତରଣ ସମୟରେ ପ୍ରବଳ ପବନ କାରଣରୁ ଫସି ଯାଇଥିବାର ଦେଖା ଯାଉଛି। ଏବଂ ପରେ ପ୍ରବଳ ପବନ ଯୋଗୁଁ ବିମାନଟି ପବନରେ ଉଡ଼ିବା ଆରମ୍ଭ କଲା ସେ ପୁଣି ପବନ ପ୍ରବାହିତ ଦିଗରେ।
ଏହି ଭିଡିଓକୁ ବ୍ରିଟିଶ ଖବରକାଗଜ ଦି ସନ୍ ଏହାର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି। ଭିଡିଓଟିକୁ ଏପର୍ଯ୍ୟନ୍ତ ୩୭ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର ଓ ଲାଇକ ମଧ୍ୟ କରାଯାଉଛି। ଏହି ଘଟଣାଟି ଇଂଲଣ୍ଡର ବ୍ରିଷ୍ଟଲ୍ ବିମାନବନ୍ଦର ବୋଲି ଜଣା ପଡ଼ିଛି। ଯେଉଁଠାରେ ଏକ ବିମାନ ଅବତରଣ କରିବାକୁ ଯାଉଥିଲା, କିନ୍ତୁ ଏହି ସମୟରେ ପ୍ରବଳ ପବନ ହେବାରୁ ବିମାନଟି ସେଥିରେ ଫସି ଯାଇଥିଲା। ଏହା ସଙ୍ଗେ ସଙ୍ଗେ କଳାହାଣ୍ଡିଆ ମେଘ ଆକାଶରେ ଛାଇ ଯିବା ସହ ଚାରିଆଡେ ଧୂଳି ଝଡ ପ୍ରବାହିତ ହେବାକୁ ଲାଗିଲା। ପବନ ଏତେ ଶକ୍ତିଶାଳୀ ଥିଲା ଯେ ସେ ବିମାନକୁ ତା ସାଙ୍ଗରେ ଉଡେଇ ନେଇ ଯିବାକୁ ଲାଗିଥିଲା। ଯାହାକୁ ଦେଖି ସେଥିରେ ଥିବା ଯାତ୍ରୀ ଓ କ୍ରୁ ମେମ୍ବର ଭୟଭୀତ ହୋଇଯାଇଥିଲେ। ବିମାନଟି କିଛି ମିନିଟରେ ବ୍ରିଷ୍ଟଲ ବିମାନ ବନ୍ଦରରେ ଅବତରଣ କରିବାକୁ ଥିଲା, କିନ୍ତୁ ପବନ ଯୋଗୁଁ ବିମାନ ତଳକୁ ଓହ୍ଲାଇ ପାରିଲା ନାହିଁ। ଭିଡିଓରେ ଆପଣ ଦେଖିପାରିବେ ଯେ ପବନ ଯୋଗୁଁ ବିମାନ ଆକାଶରେ ମନ ଇଚ୍ଛା ଗତି କରୁଛି। ହେଲେ ଏଭଳି ସଙ୍କଟାପନ୍ନ ସ୍ଥିତିରେ ବିମାନର ପାଇଲଟ୍ ହାର ମାନିନଥିଲେ ଏବଂ ପ୍ରବଳ ପବନ ସତ୍ତ୍ଵେ ସେ ବିମାନ ଅବତରଣ କରିବାକୁ ଚେଷ୍ଟା ଜାରି ରଖିଥିଲେ। କିନ୍ତୁ ପବନ ଯୋଗୁଁ ବିମାନଟି ଅନ୍ୟ ଗୋଟିଏ ପଟେ ଉଡ଼ିଯାଉଥିଲା। ପାଇଲଟ୍ ଧୀରେ ଧୀରେ ବିମାନଟିକୁ ରନୱେରେ ଅବତରଣ କରିବା ଆରମ୍ଭ କରିଥିଲେ, ତଥାପି ବିମାନଟି ପବନ ବହୁଥିବା ଦିଗ ଆଡକୁ ଉଡୁଥିଲା। ପାଇଲଟ୍ ସାହସର ସହିତ କାର୍ଯ୍ୟ କରି ଧିରେ ଧିରେ ବିମାନଟିକୁ ରନୱେରେ ସଫଳତାର ସହ ଅବତରଣ କରିଥିଲେ। ତେବେ ପବନ କାରଣରୁ ଲ୍ୟାଣ୍ଡିଂ ତେରଛା ହେବା ସହ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଏହିପରି ଆଗକୁ ବଢ଼ିଥିଲା। କିଛି ସମୟ ପରେ ପାଇଲଟଙ୍କ ପ୍ରଚେଷ୍ଟାରେ ବିମାନଟି ରନୱେରେ ନିରାପଦରେ ଅବତରଣ କରିଥିଲା। ଏହା ପରେ ବିମାନର ଯାତ୍ରୀମାନେ ଆଶ୍ବସ୍ତ ହୋଇଥିଲେ, କେହି କେହି ନୂଆ ଜୀବନ ମିଳିଲା ବୋଲି ଭାବିଥିଲେ। ତେବେ ଭିଡ଼ିଓ ଦେଖି ଲୋକମାନେ ପାଇଲଟଙ୍କୁ ବେଶ ପ୍ରଶଂସା କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: