୭ ଦିନରେ ୬ ଥର ବଢ଼ିଲା ଇନ୍ଧନ ଦର

୭ ଦିନରେ ୬ ଥର ବଢ଼ିଲା ଇନ୍ଧନ ଦର

ପ୍ରିଜମ ନ୍ୟୁଜ ବ୍ୟୁରୋ: ପେଟ୍ରୋଲ, ଡିଜେଲ ଦରରେ ବ୍ରେକ ଲାଗୁନି। ୭ ଦିନ ମଧ୍ଯରେ ୬ଥର ଦରବୃଦ୍ଧି ହୋଇସାରିଲାଣି। ଆଜି ମଧ୍ୟ ସମଗ୍ର ଦେଶରେ ପେଟ୍ରୋଲ୍‌ ଲିଟର୍‌ପିଛା ୩୦ ପଇସା ଓ ଡିଜେଲ୍‌ ଲିଟର୍‌ପିଛା ୩୫ ପଇସା ବୃଦ୍ଧି ପାଇଛି। ଗତ ୭ ଦିନ ମଧ୍ୟରେ ଏହା ହେଉଛି ଇନ୍ଧନ ମୂଲ୍ୟରେ ୬ଷ୍ଠ ଥର ବୃଦ୍ଧି। ଆଜି ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ୩୦ ପଇସା ବୃଦ୍ଧି ପାଇ ଟ. ୯୯.୪୧ ଏବଂ ଲିଟର୍‌ପିଛା ୩୫ ପଇସ‌ା ବୃଦ୍ଧି ପାଇ ଟ. ୯୦.୭୭ରେ ବିକ୍ରୟ ହେଉଛି। ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୪.୦୮ ଏବଂ ଡିଜେଲ୍‌ ଲିଟର୍‌ପିଛା ଟ. ୯୮.୪୮ରେ ବିକ୍ରୟ ହେଉଛି। ପୂର୍ବରୁ ଗତ ମଙ୍ଗଳବାର, ବୁଧବାର, ଶୁକ୍ରବାର, ଶନିବାର ଓ ରବିବାର ଦିନ ଉପରୋକ୍ତ ଇନ୍ଧନ ଦର ବୃଦ୍ଧି ପାଇଥିଲା। ସେହି ହିସାବରେ ପେଟ୍ରୋଲ୍‌ ଦର ଲିଟର୍‌ ପିଛା ଟ. ୪/- ଓ ଡିଜେଲ୍‌ ଦର ଟ. ୪.୧୦ ପଇସା ବୃଦ୍ଧି ପାଇଲାଣି। ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: