ସିଲ୍ ହେଲା ଦୟାଲ ଆଶ୍ରମ

ସିଲ୍ ହେଲା ଦୟାଲ ଆଶ୍ରମ

ପ୍ରିଜମ ନ୍ୟୁଜ ବ୍ୟୁରୋ: କ୍ୟାମେରାମ୍ୟାନ ସ୍ବାଇଁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌ ରବିବାର ଭୁବନେଶ୍ୱରସ୍ଥିତ ‘ଦୟାଲ’ ବୃଦ୍ଧାଶ୍ରମକୁ ସିଲ୍‌ କରିଛି। ଏହି ଆଶ୍ରମରୁ କିଛି ସୁରାଗ କ୍ରାଇମବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିଛି।ଆଶ୍ରମରୁ କିଛି କାଠଫାଳିଆ ଜବତ କରାଯାଇଥିବା ଜଣାଯାଇଛି। ମାନସଙ୍କୁ ହତ୍ୟା କରିବାରେ ଏହି କାଠ ଫାଳିଆ ବ୍ୟବହୃତ ହୋଇଛି କି ନାହିଁ ଜାଣିବାକୁ ଫରେନସିକ୍‌ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଏହାସହ ଥ୍ରୀ ଡି କ୍ୟାମେରା ଯୋଗେ କିଛି ଫିଙ୍ଗରପ୍ରିଣ୍ଟ ଓ ଫୁଟେଜ ସଂଗ୍ରହ କରାଯାଇଛି।ଆଜି ସକାଳେ କେୟାରଟେକରଙ୍କୁ ସାଙ୍ଗରେ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ ଦୟାଲ ଆଶ୍ରମ ଯାଇଥିଲା। ଫରେନସିକ ଟିମ୍‌, ଏମ୍ସର ଡାକ୍ତରୀ ଦଳ ଓ ଏକ୍ସପର୍ଟ ଟିମ୍‌ ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ। ସେଠାରେ ଦୀର୍ଘ ସମୟ ଛାନ୍‌ଭିନ୍‌ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ପରେ ଏହି ଆଶ୍ରମକୁ ସିଲ୍‌ କରିଥିଲା।ସୂଚନାଯୋଗ୍ୟ, ମାନସଙ୍କୁ ଅପହରଣ ପରେ ଆଶ୍ରମରେ ଆଣି ରଖାଯାଇଥିଲା। ଏଠାରେ ମାନସଙ୍କୁ ହତ୍ୟା କରିବା ପରେ କାର୍‌ରେ ନିଆଯାଇ ନୟାଗଡ଼ର ରଣପୁରରେ ପୋତି ଦିଆଯାଇଥିଲା। ଶନିବାର ଚାନ୍ଦବାଲି ଥାନା ଓ ଅପହରଣସ୍ଥଳ ପଳାସପୁରକୁ ଯାଇ କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ଛାନ୍‌ଭିନ୍‌ କରିଥିଲା। କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍‌ ଶର୍ମିଷ୍ଠାଙ୍କୁ ଖୋଜିବା ପାଇଁ ରାଜ୍ୟ ବାହାରକୁ ଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: