ବ୍ୟକ୍ତିଙ୍କ ପେଟରୁ ବାହାରିଲା ୧୮୭ ମୁଦ୍ରା, ଡାକ୍ତରଙ୍କ ଉଡ଼ିଲା ହୋସ

ବ୍ୟକ୍ତିଙ୍କ ପେଟରୁ ବାହାରିଲା ୧୮୭ ମୁଦ୍ରା, ଡାକ୍ତରଙ୍କ ଉଡ଼ିଲା ହୋସ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୁନିଆରେ ଅନେକ ସମୟରେ କିଛି ଏପରି ଅଜବ ମାମଲା ସାମ୍ନାକୁ ଆସେ, ଯାହା ଉପରେ କାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ଏପରି ଏକ ମାମଲା ଏବେ ଲୋକଙ୍କଠୁ ଆରମ୍ଭ କରି ଡାକ୍ତରଙ୍କୁ ବି ବିସ୍ମିତ କରିଛି। ​ ଜଣେ ବ୍ୟକ୍ତିଙ୍କ ପେଟ ଅପରେସନ ପରେ ଏମିତି କିଛି ଜିନିଷ ବାହାରିଥିଲା ଯାହା ବିଷୟରେ କେହି କଳ୍ପନା ବି କରି ପାରିବେ ନାହିଁ। ବ୍ୟକ୍ତି ଜଣଙ୍କ ମାସ ମାସ ଧରି ମୁଦ୍ରା ଗିଳି ଚାଲିଥିଲେ। ବ୍ୟକ୍ତିଙ୍କ ପେଟରୁ ଅପରେସନ ପରେ ୧୮୭ ମୁଦ୍ରା ବାହାରିଥିଲା , ଯାହାର ଓଜନ ୧ କେଜିରୁ ଅଧିକ ଥିଲା। ଡାକ୍ତରମାନେ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମାମଲାଟି କର୍ଣ୍ଣାଟକର ବାଗାଲକୋଟର ଅଟେ। ଏଠାରେ ଜଣେ ବ୍ୟକ୍ତିଙ୍କ ପେଟ ହଠାତ୍ ଫୁଲିଯିବା ସହ ଯନ୍ତ୍ରଣା ହୋଇଥିଲା।

ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ପରେ ଡାକ୍ତରଖାନାରେ ଏକ୍ସ-ରେ କରାଯାଇଥିଲା। ଏକ୍ସ-ରେ ଜଣା ପଡିଥିଲା ଯେ ତାଙ୍କ ପେଟ ଭିତରେ ୧,୩ ଏବଂ ୫ ଟଙ୍କିଆ ମୁଦ୍ରା ପଡ଼ି ରହିଛି। ​ ଅସ୍ତ୍ରୋପଚାର ପରେ, ମୁଦ୍ରା ସଂଖ୍ୟା ୧୮୭ ବୋଲି ଜଣାପଡିଛି ।ବ୍ୟକ୍ତି ଜଣଙ୍କ ମୁଦ୍ରା ଖାଇତ ଦେଲା ହେଲେ ହଜମ କରିପାରିଲା ନାହିଁ, ଯାହାଫଳରେ ପେଟ ବେଲୁନ୍ ପରି ଫୁଲିବା ସହ ଗଭୀର ଯନ୍ତ୍ରଣା ହୋଇଥିଲା। ତାଙ୍କର ଅବସ୍ଥା ଦେଖି ଡାକ୍ତରମାନେ ମଧ୍ୟ ପେଟ ଭିତରେ କଣ ଅଛି, ସମସ୍ୟା କ’ଣ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ, ଡାକ୍ତରମାନେ ତାଙ୍କର ଚେକଅପ୍ କରିଥିଲେ, ସତ ଜାଣିବା ପରେ ମୁଣ୍ଡରେ ହାତ ଦେଇଥିଲେ। ବ୍ୟକ୍ତିର ପେଟରେ ବହୁତଗୁଡ଼ିଏ ମୁଦ୍ରା ଥିବା ଡାକ୍ତରମାନେ ଦେଖିଥିଲେ। କିନ୍ତୁ ସେଗୁଡିକ ସଂଖ୍ୟା କ’ଣ ତାହା ଜଣା ପଡି ନଥିଲା। ତେଣୁ, ଯେତେବେଳେ ଡାକ୍ତରମାନେ ଅସ୍ତ୍ରୋପଚାର କଲେ, ପେଟରୁ ୧୮୭ ମୁଦ୍ରା ବାହାର କରାଯାଇଥିଲା। ସେହି ବ୍ୟକ୍ତିଙ୍କ ପେଟରୁ ବାହାର କରାଯାଇଥିବା ମୁଦ୍ରା ମଧ୍ୟରୁ ୫୬ଟି ମୁଦ୍ରା ୫ ଟଙ୍କିଆ ଥିଲା, ୫୧ଟି ୨ ଟଙ୍କିଆ ମୁଦ୍ରା ଥିଲା। ୧ ଟଙ୍କିଆ ମୁଦ୍ରା ସଂଖ୍ୟା ୮୦ ଥିଲା।

ମୁଦ୍ରା ଗିଳିଥିବା ବ୍ୟକ୍ତିଙ୍କ ନାମ ହେଉଛି ଦେବମପ୍ପା, ଯାହାଙ୍କ ବୟସ ୫୮ ବର୍ଷ । ଏବଂ ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ମାନସିକ ସ୍ତରରେ ବିଚଳିତ। ପରିବାର ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ ଗତ କିଛି ମାସ ଧରି ସେ ଧୀରେ ଧୀରେ ତାଙ୍କ ପେଟରେ ଏତେ ପରିମାଣର ମୁଦ୍ରା ଜମା କରି ରଖିଥିଲେ। ଯେଉଁ କାରଣରୁ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ସହ ଫୁଲିବା ଆରମ୍ଭ ହୋଇଥିଲା । ତେବେ ପରିବାର ସଦସ୍ୟ ଏହା ମଧ୍ୟ କହିଛନ୍ତି ଯେ ମାନସିକ ସ୍ତରରେ ବିଚଳିତ ହୋଇଥିଲେ ମଧ୍ୟ ଦେବମପ୍ପା ନିୟନ୍ତ୍ରଣରେ ରହିଛନ୍ତି। କିନ୍ତୁ ଯେତେବେଳେ ସେ ଏହି ମୁଦ୍ରା ଗିଳିବା ଆରମ୍ଭ କଲେ କେହି ଜାଣିପାରିଲେ ନାହିଁ। ମୁଦ୍ରା ଗିଳିଥିବା ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରିଥିବା ଡ଼ାକ୍ତର କାଲବର୍ଗୀଙ୍କ ଅନୁଯାୟୀ ଏହି ମାମଲା ତାଙ୍କ ତଥା ତାଙ୍କ ଦଳ ପାଇଁ ଭିନ୍ନ ଏବଂ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ଏହାର ସଫଳତା ପରେ, ସେମାନେ ଏକ ଦୀର୍ଘ ନିଶ୍ୱାସ ଛାଡ଼ିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: