ମୂଷା ମାରି ଗିରଫ ହେଲେ ଯୁବକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଅନେକ ଅଭିଯୁକ୍ତଙ୍କୁ ମଣିଷ କିମ୍ବା ପଶୁ ହତ୍ୟା ପାଇଁ ଗିରଫ ହୋଇଥିବାର ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି କି କୌଣସି ମୂଷା ହତ୍ୟା କେହି ଗିରଫ ହେବାର? କଥାଟି ଶୁଣି ଆପଣ ହସି ପାରନ୍ତି ସତ। କିନ୍ତୁ ଏହି ପ୍ରସଙ୍ଗ ବଦାୟୁଁରେ ଆଲୋଚନାର ବିଷୟ ପାଲଟିଛି। ବିଶେଷ କଥା ହେଉଛି ମୃତ ମୂଷା ର ପୋଷ୍ଟମର୍ଟମ ମଧ୍ୟ ପୋଲିସ ଦ୍ୱାରା କରାଯାଇଛି।”ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାସ୍ତା କଡ଼ରେ ବସିଥିବା ଜଣେ ବ୍ୟକ୍ତି ଗୋଟିଏ ମୂଷା ଧରିଥିଲେ। ତା’ପରେ ସେ ତାର ଲାଞ୍ଜରେ ଏକ ପଥର ବାନ୍ଧି ଡ୍ରେନରେ ଫିଙ୍ଗି ଦେଇଥିଲେ। ଏହି ସମୟରେ ବିକେନ୍ଦ୍ର ଶର୍ମା ନାମକ ଜଣେ ବ୍ୟକ୍ତି ଯାଉଥିଲେ। ସେ ଲୋକଟିକୁ ଏପରି କରିବାକୁ ଅଟକାଇଥିଲେ, କିନ୍ତୁ ଯୁବକ ଜଣଙ୍କ ତାଙ୍କ କଥା ଶୁଣିନଥିଲେ ଏବଂ ମୂଷା ଟିକୁ ଡ୍ରେନ୍ ଭିତରକୁ ଫିଙ୍ଗି ଦେଇଥିଲେ।

ଏହାପରେ, ବିକେନ୍ଦ୍ର ଶର୍ମା ମୂଷାକୁ ଡ୍ରେନରୁ ବାହାର କରିଦେଲେ, କିନ୍ତୁ ସେତେବେଳକୁ ମୂଷାଟି ମରିଯାଇଥିଲା। ” ତେବେ ଏହାପରେ, ବିକେନ୍ଦ୍ର ଶର୍ମା କ୍ରୋଧରେ ଜରଜରିତ୍ ହୋଇ ‘ମୂଷାକୁ କାହିଁକି ହତ୍ୟା କଲ’ ବୋଲି ପଚରାଯିବାରୁ ଅଭିଯୁକ୍ତ ମନୋଜ କୁମାର କହିଥିଲେ ଯେ ସେ ଏହିପରି ମୂଷାମାନଙ୍କୁ ହତ୍ୟା କରନ୍ତି ଏବଂ ସେମାନଙ୍କ ହତ୍ୟା ଜାରି ରଖିବେ, ଆପଣ ଯାହା ଚାହାଁନ୍ତି ତାହା କରନ୍ତୁ। ଅଭିଯୁକ୍ତଙ୍କଠାରୁ ଏଭଳି କଥା ଶୁଣିବା ପରେ ବିକେନ୍ଦ୍ର ଶର୍ମା ନିଜକୁ ଅଟକାଇ ପାରିନଥିଲେ ଏବଂ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସେ ମୂଷାର ପୋଷ୍ଟମର୍ଟମ କରିବା ପାଇଁ ପୋଲିସ ପାଖେ ଦାବି କରିବା ସହିତ ଅନିମଲ କ୍ରୁଲିଟି ଆକ୍ଟ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ପ୍ରସଙ୍ଗରେ ବାଦାୟୁଁ ପୋଲିସ ମଧ୍ୟ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ମୃତ ମୂଷାର ପୋଷ୍ଟମର୍ଟମ ପାଇଁ ପଶୁ ଜିଲ୍ଲା ଡାକ୍ତରଖାନା ବାଦାୟୁଁକୁ ପଠାଯାଇଛି’।

Leave a Reply

Your email address will not be published. Required fields are marked *