ଚାଲିଛି ପଶ୍ଚିମବଙ୍ଗ ଆଉ ପିପିଲିରେ ମତଦାନ, ଦିଦିଙ୍କ ଭାଗ୍ୟ ପରୀକ୍ଷା

ଚାଲିଛି ପଶ୍ଚିମବଙ୍ଗ ଆଉ ପିପିଲିରେ ମତଦାନ, ଦିଦିଙ୍କ ଭାଗ୍ୟ ପରୀକ୍ଷା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜି ପଶ୍ଚିମବଙ୍ଗର ୩ ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ।
ଭବାନୀପୁର, ସମଶେରଗଞ୍ଜ ଓ ଜଙ୍ଗିପୁରରେ ହେଉଛି ଭୋଟ ଗ୍ରହଣ।
ଭବାନୀପୁର ଆସନରେ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ନନ୍ଦିଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀଙ୍କଠୁ ହାରିଥିଲେ ମମତା।ତେବେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରଓ୍ୱାଲଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ସେହିପରି ସିପିଆଇଏମ ପକ୍ଷରୁ ଶ୍ରୀଜିଶ ବିଶ୍ୱାସ ଏଠାରେ ନିର୍ବାଚନ ଲଢୁଛନ୍ତି । ତେବେ ମତଦାନ ହେଉଥିବା ବିଭିନ୍ନ ବୁଥରେ ୧୪୪ ଧାରା ଲାଗୁ ହୋଇଛି। ଅକ୍ଟୋବର ୩ ତାରିଖରେ ଫଳାଫଳ ପ୍ରକାଶ ପାଇବ।
ସେହି ଭଳି ପିପିଲି ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ଏଠାରେ କେତେକ ବୁଥ୍‌ରେ EVM ତ୍ରୁଟି ପାଇଁ ମତଦାନରେ ସାମାନ୍ୟ ବିଳମ୍ୱ ହେଉଥିଲା। ଦିନ ୧୧ଟା ସୁଦ୍ଧା ପିପିଲିରେ ୨୪.୭୬ ପ୍ରତିଶତ ମତଦାନ ହୋଇଛି । ସକାଳ ୭ଟାରୁ ବିଭିନ୍ନ ବୁଥ୍ ରେ ଭୋଟର ମତଦାନ କରୁଛନ୍ତି । ମୋଟ୍ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତସାବ୍ୟସ୍ତ କରିବେ । ୩୪୮ଟି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଚାଲିଛି । ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: