କହ୍ନେୟାଙ୍କ ପାଇଁ କଂଗ୍ରେସ ହିଁ ଥିଲା ବିକଳ୍ପ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୂର୍ବରୁ ଆଭାସ ମିଳୁଥିଲା। ଚର୍ଚ୍ଚା ବି ହେଲା ଆଉ ଶେଷରେ ଭଗତ ସିଂହଙ୍କ ଜୟନ୍ତୀରେ କଂଗ୍ରେସରେ ସାମିଲ ହେଲେ କହ୍ନେୟା କୁମାର। ସିପିଆଇ ଛାଡ଼ି କଂଗ୍ରେସରେ ସାମିଲ ହେବା ନେଇ ଅନେକ ଚର୍ଚ୍ଚା ହେଲା। କୁଆଡ଼େ ସେ କଂଗ୍ରେସରେ ମିଶିବା ଭୁଲ ହେଲା। କେତେକ ଏହାକୁ ନେଇ କଟାକ୍ଷ ବି କଲେ। ଆରୋପ ପ୍ରତ୍ୟାରୋପ ଚାଲିଲା। କିନ୍ତୁ ସର୍ବୋପରି ଦେଶର ସବୁଠୁ ପୁରୁଣା ଦଳରେ ସେ ସାମିଲ ହେଲେ। ଆଉ ଦଳରେ ମିଶୁ ମିଶୁ ବରିଷ୍ଠ ନେତାଙ୍କ ଆଗରେ ତାଙ୍କର ଚିରାଚରିତ ଜେଏନୟୁ ଷ୍ଟାଇଲରେ ବିଜେପି ସରକାରକୁ ଟାର୍ଗେଟ୍ କଲେ। ତେବେ କହ୍ନେୟାଙ୍କ ପାଖରେ ଆଉ କିଛି ବିକଳ୍ପ ଥିଲା କି? ପିଲାଟି ଦିନରୁ ବାମପନ୍ଥୀ ପ୍ରତି ଆକୃଷ୍ଟ ହୋଇଥିବା କହ୍ନେୟା କୁମାର ଆଉ କେଉଁ ଦଳରେ ବା ସାମିଲ ହୋଇଥାନ୍ତେ ?

ବେଗୁସରାଇ ସିପିଆଇର ବହୁ ପୁରୁଣା ନିର୍ବାଚନମଣ୍ଡଳୀ। କିନ୍ତୁ ଏଠାରୁ ସିପିଆଇ ନିଜର ଶକ୍ତିରେ କେବେ ନିର୍ବାଚନ ଜିତିବା ସମ୍ଭବ ହେଇନାହିଁ। କେବଳ ୧୯୬୭ ଓ ୧୯୯୬ରେ ସିପିଆଇ ଜିତିଥିଲା, ତାହା ପୁଣି ମେଣ୍ଟ କରି। ସେହିପରି ୨୦୧୯ରେ ଯେତେବେଳେ କହ୍ନେୟା କୁମାର ଏଠାରୁ ପ୍ରାର୍ଥୀ ହେଲେ, ସିପିଆଇ ଓ ଅନ୍ୟାନ୍ୟ ଦଳଗୁଡ଼ିକର ଉଦ୍ୟମ ସତ୍ତ୍ୱେ ରାଜଦ ଆସନ ଛାଡ଼ିଲା ନାହିଁ। ଏହାର କାରଣ ବିହାରରେ ଯେଉଁ ଜାତିଗତ ସମ୍ମିଶ୍ରଣ ଭିତ୍ତିକ ନିର୍ବାଚନ ରଣନୀତି ଗ୍ରହଣ କରିଥିଲା, ସେଥିରେ ସିପିଆଇକୁ ଏହି ଆସନ ଛାଡ଼ିଥିଲେ ରାଜଦ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। ତେଣୁ କହ୍ନେୟା କେବଳ ବାମପନ୍ଥୀଙ୍କ ସମର୍ଥିତ ପ୍ରାର୍ଥୀ ଭାବେ ଠିଆ ହେଲେ ଓ ତୃତୀୟ ସ୍ଥାନରେ ରହିଲେ। ଏବେ ରାଜଦ ପାଇଁ ଏହି ଗୋଟିଏ ଆସନ କଂଗ୍ରେସକୁ ଛାଡ଼ିବାରେ ଜାତିଗତ ରାଜନୀତିରେ ଅସୁବିଧା ନାହିଁ। ତେଣୁ, କହ୍ନେୟା କୁମାରଙ୍କ ପାଇଁ ବିକଳ୍ପ ରାଜଦ, ଜେଡିୟୁ ଏବଂ କଂଗ୍ରେସ ଥିଲା। ଏହି ତିନିଟି ଯାକ ଦଳକୁ ତଉଲିବା ପରେ ଶେଷରେ କଂଗ୍ରେସକୁ ହିଁ କହ୍ନେୟା ନିଜର ସେଫ୍ ଜୋନ୍ ଭାବିଲେ।

Leave a Reply

Your email address will not be published. Required fields are marked *