ଭାରତୀୟ ହକି ଟିମରୁ ଅବସର ଘୋଷଣା କଲେ ବିରେନ୍ଦ୍ର ଲାକ୍ରା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଏବଂ ଜଣେ ଭଲ ଡ୍ରାଗ୍ ଫ୍ଲିକର ରୁପିନ୍ଦର ପାଲ୍ ସିଂହ ଅବସର ଘୋଷଣା କରିଛନ୍ତି ।ରୁପିନ୍ଦର ଅବସର ଘୋଷଣା କରିବାର କିଛି ସମୟ ପରେ ଓଡ଼ିଆ ପୁଅ ତଥା ଭାରତୀୟ ହକି ଦଳର ଖେଳାଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଅବସର ଘୋଷଣା କରିଛନ୍ତି, ଏନେଇ ସୂଚନା ଦେଇଛି ହକି ଇଣ୍ଡିଆ।
ଉଭୟ ଖେଳାଳି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ । ଭାରତୀୟ ହକି ଦଳର ଡିଫେଣ୍ଡର ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା ତାଙ୍କ ୧୧ ବର୍ଷର କ୍ୟାରିୟରର ସମାପ୍ତି ବିଷୟରେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ‘ଗତ କିଛି ସପ୍ତାହ ମଧ୍ୟରେ, ମୁଁ ହକିରେ ମୋର ଯାତ୍ରା ବିଷୟରେ ସର୍ବୋତ୍ତମ ମୁହୁର୍ତ୍ତ ଅନୁଭବ କରିଛି । ମୋ ଦେଶର ପ୍ରତିନିଧିତ୍ୱ କରିବା ଏବଂ ଇଣ୍ଡିଆ ଜର୍ସି ପିନ୍ଧିବା ଅପେକ୍ଷା ମୋତେ କିଛି ଅଧିକ ଆନନ୍ଦ ଏବଂ ଗର୍ବ ଦେଇନଥା । ବର୍ତ୍ତମାନ, ମୋର ସମୟ ଆସିଛି ଯେ ଆଗାମୀ ପିଢିର ଖେଳାଳିମାନଙ୍କୁ ଭାରତ ପାଇଁ ଖେଳିବାର ଏହି ମହାନ ଅନୁଭବ ଦେବା। ଅବସର ସହ ସେ ଆଗାମୀ ଅଲମ୍ପିକରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି । ହକି ତାଙ୍କୁ ଜୀବନରେ ବହୁତ କିଛି ଦେଇଛି ଏବଂ ଜୀବନରେ ପରିବର୍ତ୍ତନ ଆଣିଥିବା ଲାକ୍ରା କହିଛନ୍ତି । ଏହି ୧୧ ବର୍ଷ ଭିତରେ ସେ ୨୦୧ ଟି ମ୍ୟାଚ୍ ଖେଳି ସାରିଛନ୍ତି।

Leave a Reply

Your email address will not be published. Required fields are marked *