ଏଠି ମରିବା ପରେ ଗଛ ପାଲଟି ଯାଉଛନ୍ତି ପିଲା

ଏଠି ମରିବା ପରେ ଗଛ ପାଲଟି ଯାଉଛନ୍ତି ପିଲା

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଶ୍ଵର ପ୍ରାୟ ସମସ୍ତ ଦେଶରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପରମ୍ପରା ଏବଂ ରୀତିନୀତି ଅନୁସରଣ କରାଯାଇଥାଏ। ଧର୍ମ ଅନୁଯାୟୀ, ଲୋକମାନେ ପରମ୍ପରା ଏବଂ ବିଶ୍ୱାସକୁ ଅନୁସରଣ କରନ୍ତି। କେତେକ ସମ୍ପ୍ରଦାୟର ଲୋକଙ୍କର ଏପରି ବିଶ୍ୱାସ ଅଛି ଯାହା ଜଗତର ଅନ୍ୟ ଲୋକଙ୍କ ପାଇଁ ସ୍ୱତନ୍ତ୍ର। ଏହି ଧାରାରେ, ଆଜି ଆମେ ଆପଣଙ୍କୁ ଇଣ୍ଡୋନେସିଆର ଏକ ସମ୍ପ୍ରଦାୟ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଶିଶୁର ମୃତ୍ୟୁ ପରେ ଲୋକମାନେ ତାର ମୃତଦେହକୁ ଏକ ଗଛ କୋରଡରେ ପୋତି ଦେଇଥାନ୍ତି।ଏଠାରେ ରହୁଥିବା ଲୋକମାନେ ବିଶ୍ବାସ କରନ୍ତି ଯେ, ସେମାନଙ୍କ ପିଲା ମରିଲା ପରେ ମଧ୍ୟ ଗଛ ଭାବେ ତାଙ୍କ ପାଖରେ ରୁହନ୍ତି। ଏହି ଅଦ୍ଭୁତ ପରମ୍ପରା ଇଣ୍ଡୋନେସିଆର ତାନା ତାରୋଜାରେ ଦେଖିବାକୁ ମିଳେ। ଏଠାରେ ରହୁଥିବା ଅନ୍ୟ ବୟସ୍କ ବ୍ୟକ୍ତିଙ୍କ ଶେଷ ରୀତିନୀତି ସାଧାରଣ ଭାବେ କରାଯାଇଥାଏ, କିନ୍ତୁ କୌଣସି ପିଲାଟିଏ ମରିଗଲେ ଏହି ଭିନ୍ନ ପରମ୍ପରା ପାଳନ କରାଯାଏ। ଶିଶୁର ମୃତ୍ୟୁ ଲୋକଙ୍କ ମଧ୍ୟରେ ଶୋକର ଲହରୀ ସୃଷ୍ଟି କରେ, କିନ୍ତୁ ନିଜ ସନ୍ତାନକୁ ପ୍ରକୃତି ସହିତ ଯୋଡ଼ିବାର ଉତ୍ସାହ ସେମାନଙ୍କୁ ଗର୍ବିତ କରେ।

ମୃତ ଶରୀରକୁ ଗଛର କୋରଡରେ ଭର୍ତ୍ତି କରାଯାଏ:

ଇଣ୍ଡୋନେସିଆର ଏହି ସମ୍ପ୍ରଦାୟର ଲୋକମାନେ ଯେତେବେଳେ ଗୋଟିଏ ପିଲାର ମୃତ୍ୟୁ ହେଇ ସେମାନେ ତାର ଶରୀରକୁ ଗଛ କୋରଡରେ ରଖି ଦିଅନ୍ତି। ଏଥିପାଇଁ, ଗଛର ଗଣ୍ଡିକୁ ଭିତରରୁ ଖୋଳି କୋରଡ ବା ଫାଙ୍କା କରାଯାଏ। ଏହା ପରେ ଗୋଟିଏ କପଡ଼ାରେ ଗୁଡ଼ାଇ ମୃତ ଶିଶୁକୁ ସେହି ଗଛର କୋଡ଼ରେ ରଖାଯାଏ। ଏହି କାରଣରୁ, ମୃତ ଶରୀର ଧୀରେ ଧୀରେ ଗଛର ଏକ ଅଂଶ ହୋଇଯାଏ। ଲୋକମାନେ କୁହନ୍ତି ଯେ ଏହି ଉପାୟରେ ଦୁନିଆ ଛାଡିବା ପରେ ମଧ୍ୟ ସେହି ପିଲାଟି ସବୁଦିନ ପାଇଁ ଗଛ ଆକାରରେ ସେମାନଙ୍କ ପାଖରେ ରହିଥାଏ।

ହରାଭରା ଗଛରେ ପରିଣତ ହୁଏ:

ଏହି ପରମ୍ପରା ଇଣ୍ଡୋନେସିଆର ମକାସରଠାରୁ ପ୍ରାୟ ୧୮୬ ମାଇଲ ଦୂରରେ ରହୁଥିବା ତାନା ତାରୋଜାରେ ଅନୁସରଣ କରାଯାଇଥାଏ । ଲୋକମାନେ ନିଜ ପିଲାମାନଙ୍କୁ ଗଛର କୋରଡରେ ପୋତି ଦିଅନ୍ତି ଏବଂ ଗଛକୁ ନିଜ ପିଲା ଭାବରେ ଭାବିବା ଆରମ୍ଭ କରନ୍ତି । ଗଛ ଭିତରେ ଥିବା ଖାଲି ସ୍ଥାନ ଏଠାରେ ରହୁଥିବା ଲୋକମାନଙ୍କ ଦ୍ୱାରା ନିର୍ମିତ କରାଯାଏ। ସେମାନେ ବିଶ୍ୱାସ କରନ୍ତି ଯେ ଯଦିଓ ଈଶ୍ୱର ସେମାନଙ୍କ ସନ୍ତାନକୁ ସେମାନଙ୍କଠାରୁ ନେଇଯାଆନ୍ତି, ତଥାପି ଏହି ପରମ୍ପରା ସେମାନଙ୍କ ସନ୍ତାନକୁ ଯିବାକୁ ଅନୁମତି ଦିଏ ନାହିଁ। ସେ ସବୁବେଳେ ନିଜ ପିତାମାତାଙ୍କ ନିକଟତର ରୁହନ୍ତି ଗଛର ଗୋଟିଏ ଅଙ୍ଗ ହୋଇ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: