କଂଗ୍ରେସର ଭାରତ ଯୋଡ ଯାତ୍ରା: ସାମିଲ ହେଲେ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ

କଂଗ୍ରେସର ଭାରତ ଯୋଡ ଯାତ୍ରା: ସାମିଲ ହେଲେ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ସମ୍ପ୍ରତି ଦେଶରେ କଂଗ୍ରେସ ଦଳ ପକ୍ଷରୁ ଚାଲିଥିବା ଭାରତ ଯୋଡ ପଦଯାତ୍ରା ପ୍ରତି ଦେଶବାସୀଙ୍କର ଅପୂର୍ବ ଜନ ସମର୍ଥନ ଦେଖିବାକୁ ମିଳୁଛି। ଦଳର କର୍ମୀଙ୍କ ବ୍ୟତୀତ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଲେଖକ ଆଦି ବିଭିନ୍ନ ବର୍ଗର ଲୋକମାନେ ଏଥିରେ ଯୋଡି ହେଉଛନ୍ତି । ଓଡ଼ିଶାରେ ମଧ୍ୟ ଏହାର କିଛି ଝଲକ ଦେଖିବାକୁ ମିଳିଛି । ରବିବାର ଓଡ଼ିଶାର ବୁଦ୍ଧିଜୀବୀ, ଲେଖକ, ସାମାଜିକ କର୍ମୀ, ପୂର୍ବତନ ପ୍ରଶାସକ, କଳାକାର ପ୍ରମୁଖ ଏହା ସହିତ ଯୋଡି ହୋଇଛନ୍ତି l ଏହି ଉପଲକ୍ଷେ ଆୟୋଜିତ ଏକ ବୁଦ୍ଧିଜୀବୀ ଓ ସାମାଜିକ ସମ୍ମିଳନୀରେ ଯୋଗ ଦେଇ ସେମାନେ ଭାରତ ଯୋଡ ଯାତ୍ରା ପ୍ରତି ସେମାନଙ୍କର ସମର୍ଥନ ଜ୍ଞାପନ କରିଛନ୍ତି l

ଭୁବନେଶ୍ୱର ସ୍ଥିତ ରେଡ କ୍ରସ ଭବନରେ ଆୟୋଜିତ ଏହି ସମ୍ମିଳନୀରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଦେଶର ସାଂପ୍ରତିକ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଦୂରବସ୍ଥା ସମୟରେ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମାନେ ନୀରବ ଦ୍ରଷ୍ଟା ନହୋଇ ବାହାରକୁ ଆସି ଏହାର ପ୍ରତିବାଦ କରିବା କୁ ସେଆହ୍ଵାନ ଦେଇଥିଲେ l ଆର୍ ଏସ ଏସ ଓ ବିଜେପି ର ଜନବିରୋଧୀ ନୀତି, ସମ୍ବିଧାନ ପ୍ରତି ଅସମ୍ମାନ, ଦରଦାମ ଓ ବେକାରୀ କୁ ନିୟନ୍ତ୍ରଣ କରିବାରେ ବିଫଳତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ବାନ ଦେଇଥିଲେ l

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ଦଳର ଜାତୀୟ ପ୍ରବକ୍ତା ଜୟରାମ୍ ରମେଶ ଏଥିରେ ଯୋଗ ଦେଇ ଭାରତ ଯୋଡ ର ଉଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ l ସମ୍ପ୍ରତି କେନ୍ଦ୍ର ର ବିଜେପି ଦେଶକୁ ଘୃଣା ଓ ବିଦ୍ୱେଷ ଭିତରକୁ ନେଇ ଯାଉଛି । ଧନୀ ଓ ଗରିବ ଭିତରେ ପାର୍ଥକ୍ୟ ବଢ଼ି ବଢ଼ି ଚାଲିଛି । ଦେଶର ଏକତା ଓ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି । ଭାରତ ଯୋଡ ଯାତ୍ରା ମାଧ୍ୟମରେ ଦେଶବାସୀଙ୍କୁ ଯୋଡିବା ସହିତ ବିଜେପିକୁ ସେଥିରୁ କ୍ଷାନ୍ତ ହେବାକୁ ବାଧ୍ୟ କରିବା ଆଜିର ଆହ୍ବାନ ବୋଲି ସେ କହିଥିଲେ।ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇ ଓଡ଼ିଶାରେ ବିଜେଡି ଓ କେନ୍ଦ୍ର ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଏବଂ ଏହି ଦୁଇ ଶକ୍ତି କୁ ପରାସ୍ତ କରିବା ପାଇଁ ସେ ଓଡ଼ିଶାର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ମାନଙ୍କୁ ନିବେଦନ କରିଥିଲେ l ଭାରତର ବିଶିଷ୍ଟ ସାମାଜିକ କର୍ମୀ ଅରୁଣା ରାୟ ଏଥିରେ ଯୋଗ ଦେଇ ବିଭେଦକାରୀ ଓ ସାମ୍ପ୍ରଦୟିକ ଶକ୍ତି ଦେଶ ପାଇଁ ବିପଦ ଏବଂ ଏହା ବିରୁଦ୍ଧରେ ସମସ୍ତେ ଏକାଠି ହେବା ଆଜି ଜରୁରୀ ବୋଲି କହିଥିଲେ।

ପୂର୍ବତନ ବିଚାରପତି ମନୋରଞ୍ଜନ ମହାନ୍ତି ଗାନ୍ଧୀଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରି ସାମ୍ପ୍ରଦୟିକ ଶକ୍ତିକୁ ପରାସ୍ତ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ବରିଷ୍ଟ ପ୍ରଶାସକ ଅରବିନ୍ଦ ବେହେରା ସମ୍ପ୍ରତି ରାଜନୀତି ରେ ମୂଲ୍ୟବୋଧର ଅବକ୍ଷୟ ଉପରେ ଚିନ୍ତା ପ୍ରକଟ କରିବା ସହିତ କଂଗ୍ରେସ ତାର ମୌଳିକ ମୂଲ୍ୟବୋଧ ଉପରେ ରାଜନୀତିକୁ ଶାଣିତ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ଭିତରେ ପ୍ରଫେସର ବିଜୟ ବହିଦାର, ପ୍ରଫେସର ଖାରବେଳ ମହାନ୍ତି, ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର ବସନ୍ତ ମଲ୍ଲିକ, ମଧୁମିତା ରlୟ, ପ୍ରଦୀପ ପ୍ରଧାନ, ନଟବର ଖୁଣ୍ଟିଆ ପ୍ରମୁଖ ଏଥିରେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ ।ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ପୂର୍ବତନ ଅର୍ଥ ମନ୍ତ୍ରୀଙ୍କ ସହିତ ଶ୍ରୀ ବିସ୍ମୟ ମହାପାତ୍ର, ଅମିୟ ପାଣ୍ଡବ ଓ ସୁଦର୍ଶନ ଦାସ ପରିଚାଳନା କରିଥିଲେ। ତେବେ ଅକ୍ଟୋବର ୩୧ ତାରିଖରୁ ଏହି ଯାତ୍ରା ଓଡ଼ିଶାରେ ଆରମ୍ଭ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: