ଏଠି ନଭେମ୍ବର ମାସରେ ବାହାଘର କରିବା ମନା, କାରଣ ରହିଛି କିଛି ଏପରି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ଦେଶରେ ବିବାହ ପାଇଁ ଶୁଭ ମହୁର୍ତ୍ତ ବାହାର କରାଯାଏ। ଗୋଟିଏ ଶୁଭ ମହୁର୍ତ୍ତ ବାହାରିବା ପରେ ଲୋକମାନେ ବିବାହ କରିଥାନ୍ତି। ତେବେ ଏପରି ଏକ ଦେଶ ଅଛି ଯେଉଁଠାରେ ଲୋକମାନେ ନଭେମ୍ବର ମାସରେ ବିବାହ କରିବାକୁ ଭୟ କରନ୍ତି। ଏହି ଦେଶ ହେଉଛି ଜିମ୍ବାୱେ। ଏଠାରେ ବିଶ୍ୱାସ କରାଯାଏ ଯେ ନଭେମ୍ବର ମାସରେ ବିବାହ କରୁଥିବା ସ୍ୱାମୀ-ସ୍ତ୍ରୀଙ୍କର ସନ୍ତାନ ହୁଏ ନାହିଁ । ଏହା ବ୍ୟତୀତ, ଆଉ ଏକ ବିଶ୍ୱାସ ଅଛି ଯେ ନଭେମ୍ବର ମାସରେ ବିବାହ କରିବା ପରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ।
ବିଶ୍ୱାସ ଅନୁଯାୟୀ, ନଭେମ୍ବର ମାସରେ ବିବାହ କରିଲେ ସାଧାରଣତଃ ଛାଡପତ୍ର ଏବଂ ପିଲା ନହେବା ଭଳି ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଏଠାରେ ଏହି ଅଭ୍ୟାସ ବହୁ ବର୍ଷ ଧରି ଚାଲିଆସୁଛି। ଏହି ଅଭ୍ୟାସ ଜିମ୍ବାୱେରେ ରହୁଥିବା ଶୋନା ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ପ୍ରଚଳିତ ଅଛି। ଏହି ସମ୍ପ୍ରଦାୟ ଲୋକମାନେ ସାଧାରଣତଃ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେରେ ରୁହନ୍ତି।
ନଭେମ୍ବର ମାସରେ ଏଠାରେ ବର୍ଷା ହୁଏ । ଏହି କାରଣରୁ, ଏହି ମାସ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେତେକ ଲୋକ ବିଶ୍ୱାସ କରନ୍ତି ଯେ ରୀତିନୀତି ପାଇଁ ଏହା ଏକ ପବିତ୍ର ମାସ ଅଟେ। ଏହି କାରଣରୁ, ଏହି ମାସରେ କୌଣସି ଉତ୍ସବ ଆୟୋଜିତ ହୁଏ ନାହିଁ। ତେବେ, ଏଠାରେ ରହୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଏହି ପବିତ୍ର ମାସରେ ବିରୁଦ୍ଧ କରନ୍ତି। ଯଦିଓ ବ୍ଲାକ୍ ନଭେମ୍ବରର ପ୍ରସଙ୍ଗ ଅନେକ ଲୋକଙ୍କ ପରମ୍ପରା ଏବଂ ସାଂସ୍କୃତିକ ବିଶ୍ୱାସ ସହିତ ଜଡିତ। କିନ୍ତୁ ଏହାକୁ ବିଶ୍ୱାସ କରିବା ଲୋକଙ୍କ ଇଚ୍ଛା ଉପରେ ନିର୍ଭର କରେ। ବିବାହ ଭୋଜି ସମୟରେ ଛେଳି ମାଂସର ଚାହିଦା ବଢ଼ୁଥିବାବେଳେ ନଭେମ୍ବର ମାସ ସେମାନଙ୍କ ପ୍ରଜନନ ପାଇଁ ଅନୁକୂଳ ବୋଲି ବିଶ୍ୱାସ କରାଯାଏ। ଏହି କାରଣରୁ ଏହି ସମ୍ପ୍ରଦାୟର ଲୋକମାନେ ମଧ୍ୟ ନଭେମ୍ବର ମାସରେ ବିବାହ ନକରିବାକୁ ପରାମର୍ଶ ଦିଅନ୍ତି। ତେଣୁ ଯେଉଁମାନେ ଏହାକୁ ନମାନି କର୍ଯ୍ୟକରନ୍ତି ସେମାନେ ଘୋର ସମସ୍ୟାରେ ପଡ଼ନ୍ତି ବୋଲି ବୟସ୍କ ଲୋକ କୁହନ୍ତି।

Leave a Reply

Your email address will not be published. Required fields are marked *