ପରରୁ ଷ୍ଟାଇଲ ସହ ରୋଜଗାର…

ପରରୁ ଷ୍ଟାଇଲ ସହ ରୋଜଗାର…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଭିନ୍ନ ପକ୍ଷୀଙ୍କ ପରର ବ୍ୟବହାର ସାଧାରଣତଃ ଘର ସାଜସଜ୍ଜା,ଠାକୁରଙ୍କ ବିଶେଷ ପୂଜା ଓ ପାରମ୍ପରିକ ପୋଷାକ ତିଆରିରେ ବ୍ୟବହାର ହେଉଥିଲା । ହେଲେ ଏବେ ପରରେ ସୁନ୍ଦର ସୁନ୍ଦର ଅଳଙ୍କାର ତିଆରି ହୋଇ ବଜାରରେ ବିକ୍ରି ହେବା ସହ ଫ୍ୟାସନ ପାଲଟିଛି । ବିଭିନ୍ନ ରଙ୍ଗର ପରରେ ତିଆରି ଅଳଙ୍କାର ଗୁଡ଼ିକ ବେଶ ଆକର୍ଷଣୀୟ ରହିବା ସହିତ ମହିଳାମାନଙ୍କୁ ଟ୍ରେଣ୍ଡି ଓ ଷ୍ଟାଇଲିଷ୍ଟି ଲୁକ ଦେଉଛି । ଏହାସହ ଏହା ଅତ୍ୟନ୍ତ ହାଲୁକା ହୋଇଥିବାରୁ ଆରମଦାୟକ ରହିଥାଏ । ତେବେ ଏହାକୁ କେଉଁ ପୋଷାକ ସହିତ ପିନ୍ଧିବେ ଓ ଏହାର ଦାୟିତ୍ୱ କିପରି ନେବେ ସେ ବିଷୟରେ ମଧ୍ୟ ଜାଣି ରଖନ୍ତୁ।
-ପର ଅଳଙ୍କାର ତିଆରି ପାଇଁ ପକ୍ଷୀଙ୍କ ପର, ସୂତା, ଅଠା, ଚେନ, ମାଳି ପ୍ରଭୃତି ଆବଶ୍ୟକ ପଡ଼ିଥାଏ । ଆପଣ ଏହାକୁ ନିଜ ଘରେ ମଧ୍ୟ ତିଆରି କରିପାରିବେ । ଏହାକୁ ତିଆରି କରି ବିକିଲେ ଭଲ ଅର୍ଥ ମଧ୍ୟ ରୋଜଗାର କରି ପାରିବେ। ବର୍ତ୍ତମାନ ଚାହିଦାରେ ମୟୂର ପରରେ ତିଆରି ଅଳଙ୍କାର, ମଲ୍ଟି କଲର ପରାରେ ତିଆରି ଅଳଙ୍କାର ରହିଛି । ଟିନି ଏଜ୍ ଯୁବତୀମାନେ ହାଲକା ରଙ୍ଗର ବା କେବଳ ମୟୂର ପରର କାନର ଲଗାଇବାକୁ ପସନ୍ଦ କରୁଛନ୍ତି । ଏହାସହ ଗୋଟିଏ ପରଥିବା ଛୋଟ ଛୋଟ ମାଳିରେ ତିଆରି ନେକଲେସ ବା ଚେନ ଲାଗଇ ବିଭିନ୍ନ ସ୍ଥାନକୁ ଯାଇପାରିବେ । ଯଦି ଜିନିସ୍ ପିନ୍ଧୁଛନ୍ତି ତେବେ ଏଥିରେ ଲମ୍ବା ଚେନ୍ ବାଲା ପର କାନର ଲଗାଇବା ପାରନ୍ତି ଏହାସହ ରିଂଗ ଆକୃତିର ପର କାନର ମଧ୍ୟ ଲଗେଇ ପାରିବେ । କୌଣସି ପାର୍ଟିକୁ ଯାଉଥିବାବେଳେ ଡ଼୍ରେସ୍ ବା ଶାଢୀକୁ ମ୍ୟାଚ କଲା ଭଳି ରଙ୍ଗର ପର କାନର, ବେକର ଓ ମୁଦି ଲଗେଇପାରିବେ । ପାରମ୍ପରିକ ପୋଷାକ ସହ ମଧ୍ୟ ଆପଣ ପର ଅଳଙ୍କାର ଲଗାଇ ଏକ ଷ୍ଟାଇଲିସ୍ ଲୁକ ପାଇପାରିବେ । ପ୍ରିୱଡ଼ିଙ୍ଗ ଫଟସୁଟରେ ମଧ୍ୟ ପର ଅଳଙ୍କାର ପିନ୍ଧି ଏକ ଷ୍ଟାଇଲିସ ଲୁକ ପାଇପାରିବେ । ଗାଉନ ଓ ୱାନପିସ୍ ସହିତ ମ୍ୟାଚ କରି ଲମ୍ବା ପର କାନର ସହିତ ସରୁ ସରୁ ପରର ବେକର ମ୍ୟାଚ୍ କରି ଲଗାଇ ପାରିବେ ।
ପର ଅଳଙ୍କାର ଗୁଡ଼ିକ ଅତ୍ୟନ୍ତ ସୂକ୍ଷ୍ମ ହେବା ସହ ଏଥିରେ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଥାଏ । ତେଣୁ ଏହାକୁ ଯତ୍ନ ସହକାରେ ରଖିବା ଦରକାର ନଚେତ ଏଗୁଡ଼ିକ ନଷ୍ଟ ହୋଇଯାଇପାରେ ।
ଏହାକୁ ଅନ୍ୟ ଓଜନିଆ ଅଳଙ୍କାର ସହ ନରଖି ଅଲଗା ସୁରକ୍ଷୀତ ଭାବେ ଓହଳାଇ ରଖନ୍ତୁ ।
ବାହାରକୁ ଲଗେଇକି ଯାଇଥିଲେ ଫେରିବା ପରେ ଏହାର ଅବସ୍ଥା କିପରି ଅଛି ଦେଖନ୍ତୁ । ପ୍ରତିମାସରେ ଏହାକୁ ସଫା କରିବାକୁ ଚେଷ୍ଟାକରନ୍ତୁ।
ଯଦି ଏହି ଅଳଙ୍କାରଗୁଡ଼ିକ କୌଣସି କାରଣରୁ ଓଦା ହୋଇଯାଇଛି ତେବେ ଏହାକୁ ହେୟାର ଡ଼୍ରାୟରକୁ ସ୍ଲୋ କରି ଶୁଖେଇବାକୁ ଚେଷ୍ଟା କରନ୍ତୁ । ଯଦି ଡ୍ରାୟର ନାହିଁ ତେବେ ତାହାକୁ ଆପେ ସୁଖିବାକୁ ଦିଅନ୍ତୁ । ନଚେତ ଅଳ୍ପ ଖରାରେ ରଖନ୍ତୁ ଅଧିକ ଖରାରେ ରଖିବେନି ଏହାର ରଙ୍ଗ ଖରାପ ହେବା ସହ ଅଳଙ୍କାର ଭାଙ୍ଗିଯାଇପାରେ । ସେହିଭଳି ଏହାକୁ କପଡ଼ାରେ ପୋଛି ଶୁଖେଇବାକୁ ଚେଷ୍ଟା କରନ୍ତୁ ନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: