କୋରୋନା କାଳରେ ବି ପୱନ କଲ୍ୟାଣଙ୍କ ‘ଓକିଲ ସାବ୍’ର କ୍ରେଜ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା କହର ମଧ୍ୟରେ ବି ଧମାଲ କରୁଛି ଦକ୍ଷିଣ ଭାରତୀୟ ମେଗା ଷ୍ଟାର ପଓ୍ବନ କଲ୍ୟାଣଙ୍କ ଫିଲ୍ମ ‘ଓକିଲ ସାବ୍’ । ଏପ୍ରିଲ୍ ୯ ତାରିଖରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ମାଷ୍ଟର ଷ୍ଟୋକ୍ ସୃଷ୍ଟି କରିଛି । ବକ୍ସ ଅଫିସ ଇଣ୍ଡିଆର ରିପୋର୍ଟ ମୁତାବିକ, ଏହା ବିଜୟ ଏବଂ ବିଜୟ ସେତୁପତି ଷ୍ଟାରଙ୍କ ‘ମାଷ୍ଟର’ ସିନେମାର ରେକର୍ଡ ଭାଙ୍ଗି ଲକଡାଉନ୍ ମଧ୍ୟରେ ସବୁଠାରୁ ବଡ଼ ଆମଦାନୀ କରିଥିବା ଫିଲ୍ମ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମଟି ମାତ୍ର ଦୁଇ ଦିନରେ ପାଖାପାଖି ୩୮-୩୯ କୋଟି ଟଙ୍କା କଲେକ୍ସନ କରିସାରିଛି ।
ସୂଚନା ମୁତାବିକ, କନଗରାଜଙ୍କ ନିର୍ଦ୍ଦେଶିତ ‘ମାଷ୍ଟର’ ପ୍ରଥମ ଦିନ ୩୫ କୋଟି ଟଙ୍କା ଆୟ କରିଥିବା ବେଳେ ବେଣୁ ଶ୍ରୀରାମ ନିର୍ଦ୍ଦେଶିତ ‘ଓକିଲ ସାବ୍’ ଏହି ରେକର୍ଡ କେବଳ ଆନ୍ଧ୍ର ପ୍ରଦେଶରେ ଭାଙ୍ଗିଛି । ଆନ୍ଧ୍ର ପ୍ରଦେଶରେ ଏବେ ଶତପ୍ରତିଶତ ସିନେମା ହଲ୍ ଚାଲିଛି ।


‘ଓକିଲ ସାବ୍’ ତେଲୁଗୁ ସିନେମାର ଟପ୍-୫ ଶ୍ରେଷ୍ଠ ଓପନର୍ ଭାବେ ପ୍ରବେଶ କରିଛି। ଚିରଞ୍ଜିବୀଙ୍କ ‘ସାଇରା ନରସିଂମହା ରେଡ୍ଡୀ’ ଏବଂ ପ୍ରଭାସଙ୍କ ‘ସାହୋ’ ଓପନିଂ ମଧ୍ୟରେ ରହିଛି । ପ୍ରଭାସ-ରାଣା ଦୁଗ୍ବବତୀଙ୍କ ଅଭିନୀତ ‘ବାହୁବଳୀ: ଦ କନକ୍ଲୁଜନ’ ପରେ ଏହି ଦୁଇଟି ଚଳଚ୍ଚିତ୍ର ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ବୃହତ୍ତମ ଓପନର୍ ଚଳଚ୍ଚିତ୍ର ଅଟେ | ଯଦିଓ କୋଭିଡ ପୂର୍ବରୁ ଏହି ଦୁଇ ଫିଲ୍ମ ରିଲିଜ୍ ହୋଇଥିଲା । ‘ଓକିଲ ସାବ୍’ ଅମିତାଭ ବଚ୍ଚନ ଏବଂ ତାପସୀ ପାନ୍ନୁ ଅଭିନୀତ ଫିଲ୍ମ ‘ପିଙ୍କ୍ ‘ର ତେଲୁଗୁ ରିମେକ ଅଟେ । ଯାହା ୨୦୧୬ରେ ମୁକ୍ତିଲାଭ କରିଥିଲା । ପୱନ କଲ୍ୟାଣ ‘ଓକିଲ ସାବ୍’ରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓକିଲ ଭୂମିକାରେ ନଜର ଆସିଛନ୍ତି ପ୍ରକାଶ ରାଜ ।

Leave a Reply

Your email address will not be published. Required fields are marked *