୭୩ ବର୍ଷରେ ବର ଖୋଜୁଛନ୍ତି ମହିଳା, ଜାଣନ୍ତୁ ପୂରା ଘଟଣା


ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ସମାଜରେ ୩୦ ବର୍ଷ ଭିତରେ ଝିଅଟିଏ ବାହା ନ ହୋଇଥିଲେ ଲୋକମାନେ କେତେ କଣ କହିଥାନ୍ତି । ଆମ ସମାଜରେ ବାହାଘରର ସର୍ବାଧିକ ବୟସ ୪୦ ବର୍ଷରେ ସୀମିତ ରହିଥାଏ । ହେଲେ ଜଣେ ମହିଳା ବିବାହ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ ବୋଲି ପ୍ରମାଣ କରିଛନ୍ତି । ତାଙ୍କ ପାଇଁ ବୟସ ମାତ୍ର ଏକ ସଂଖ୍ୟାର ଗଣନା ହୋଇ ରହିଛି । କର୍ଣ୍ଣାଟକ ମହୀଶୂରର ଜଣେ ୭୩ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନିଜ ପାଇଁ ବର ଖୋଜୁଛନ୍ତି। ଏଥିପାଇଁ ସେ ମାଟ୍ରିମୋନିଆଲ ସାଇଟ୍‌ରେ ବିଜ୍ଞାପନ ମଧ୍ୟ ଦେଇଛନ୍ତି। ଏହି ବିଜ୍ଞାପନ ଜରିଆରେ ମହିଳା ଜଣକ ତାଙ୍କ ପାଇଁ ବର ଦରକାର ବୋଲି କହିଛନ୍ତି । ଏହି ମହିଳାଙ୍କ ବିଜ୍ଞାପନକୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଛନ୍ତି । ତାଙ୍କର ଜୀବନ ପ୍ରତି ରହିଥିବା ସାକାରତ୍ମକ ଦୃଷ୍ଟିଭଙ୍ଗୀଙ୍କୁ ମଧ୍ୟ ଅନେକ ପ୍ରଶଂସା କରିଥିବାର ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମହିଳା ଜଣକ ତାଙ୍କ ବୟସଠାରୁ ବଡ ବ୍ରାହ୍ମଣ ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ଇଚ୍ଛା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଏକାକୀ ଜୀବନ ବଞ୍ଚୁଛି, ତେଣୁ ଏବେ ଜଣେ ଜୀବନ ସାଥୀ ଖୋଜୁଛି। ମୋର ନିଜର ପରିବାର ନାହିଁ । ବାପା-ମାଙ୍କର ମୃତ୍ୟୁ ହୋଇସାରିଛି । ମୋର ପୂର୍ବରୁ ବିବାହ ହୋଇଥିଲେ ମଧ୍ୟ ଛାଡପତ୍ର ହୋଇସାରିଛି । ମୋ‌ତେ ଏବେ ଏକା ରହିବାକୁ ଡର ଲାଗୁଛି । ସାହାଯ୍ୟ କରିବାକୁ କେହି ନଥିବା ବେଳେ ମୋତେ ଲାଗୁଛି ଯେ, ଘରେ ମୁଁ କେଉଁଠି ପଡିଯିବି । ମୋ‌ତେ ବସ୍ ଷ୍ଟପରୁ ଘରକୁ ଆସିବାରେ, ବାହାରେ ବୁଲାବୁଲି କରିବାକୁ ମଧ୍ୟ ଡର ଲାଗୁଛି। ଏହି କାରଣରୁ ଏକ ଜୀବନ ସାଥୀର ସନ୍ଧାନରେ ମୁଁ ରହିଛି। ତାଙ୍କର ପ୍ରଥମ ବିବାହ ଏବଂ ଛାଡପତ୍ର ଖୁବ୍ କଷ୍ଟଦାୟକ ଥିଲା ବୋଲି ସେ କହିଛନ୍ତି। ଏହି କାରଣରୁ ଦୀର୍ଘ ବର୍ଷ ହେବ ସେ ଦ୍ବିତୀୟ ବିବାହ କରିବାକୁ ଚାହୁଁନଥିଲେ। ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି। ଅନେକ ଯୁବପୀଢି ତାଙ୍କର ପ୍ରଶଂସା କରୁଛନ୍ତି। ତାଙ୍କ ପୋଷ୍ଟରେ ଅନେକ ପଜେଟିଭ କମେଣ୍ଟ ବି ଦେଖିବାକୁ ମିଳିଛି ।
ତେବେ ମହିଳା ସମାଜର ଅନ୍ଧ ଚିନ୍ତାଧାରାକୁହଟେଇବା ପାଇଁ ଏକ ଉତ୍ତମ ପଦକ୍ଷେପ ନେଇଥିବାର ଅନେକ କହିଛନ୍ତି । କେହି କେହି ତାଙ୍କୁ ଅତ୍ୟନ୍ତ ସର୍ତକତାର ସହ ଆଗକୁ ବଢିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି, କାରଣ ତାଙ୍କ ଅସହାୟତାର ଅନେକ ଫାଇଦା ଉଠାଇ ପାରନ୍ତି।

Leave a Reply

Your email address will not be published. Required fields are marked *