କରୋନା ପାଇଁ ଉଜୁଡ଼ିଗଲା ସଂସାର: ପୁଅର ମୃତ୍ୟୁ ପରେ ବାପା-ମାଆର ଆତ୍ମହତ୍ୟା

କରୋନା ପାଇଁ ଉଜୁଡ଼ିଗଲା ସଂସାର: ପୁଅର ମୃତ୍ୟୁ ପରେ ବାପା-ମାଆର ଆତ୍ମହତ୍ୟା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁଅକୁ କରୋନା ହୋଇଛି ବୋଲି ଲୋକେ ଟାହି ଟାପରା କରିବା ଭୟ ହେଉ କିମ୍ବା ପୁଅର ମୃତ୍ୟୁ ଖବର ଶୁଣିଲା ପରେ ସହିନପାରି ଆତ୍ମହତ୍ୟା କରିଛନ୍ତି ବାପା ମା । ପୁଅର ମେଡିକାଲରେ ମୃତ୍ୟୁ ପରେ ଏମିତି ଚରମ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ରାଜ କିଶୋର ଶତପଥି ଏବଂ ତାଙ୍କ ଧର୍ମପତ୍ନୀ ସୁଲୋଚନା ଶତପଥି ।

ଖବର ଅନୁସାରେ, ୧ ତାରିଖରେ ପୁଅ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ସନ୍ଧ୍ୟାରେ ପୁଅର ମୃତ୍ୟୁ ଖବର ଆସିଥିଲା। ୨୭ ବର୍ଷୀୟ ପୁଅର ମୃତ୍ୟୁ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ ବାପାମା। ପୁଅ ବିନା ଯେମିତି ବଞ୍ଚିବା ଦୁର୍ବିସହ ମନେ ହେଲା ଦମ୍ପତିଙ୍କୁ। ଶେଷରେ ଆତ୍ମହତ୍ୟାର ଚରମ ପଥ ବାଛିନେଲେ ଦମ୍ପତି।

ମୃତକ ବାପା ରାଜ କିଶୋର ଶତପଥି ସାପୁଅ। ବଷା ନିକଟରେ ଥିବା ଏକ ଗଛରେ ଆତ୍ମହତ୍ୟା କରିଥିବା ବେଳେ  ମା ସୁଲୋଚନା ଶତପଥି ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏମିତି କି କୋରୋନା ଭୟରେ କେହି ବି ମୃତ ଦେହ ପାଖକୁ ଅ।ସୁନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: