ଆପ୍ ବ୍ୟାନର ରାଗ ଟିଭିରେ ସୁଝାଇଲା ଚୀନ୍ ; ଜାଣନ୍ତୁ କାହିଁକି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ ଗଣମାଧ୍ୟମର କଣ୍ଠରୋଧ କରିଛି ଚୀନ୍ । କରୋନା ଭାଇରସର ଉତ୍ପତ୍ତିକୁ ନେଇ ବିଶ୍ୱ ସମୁଦାୟ ନିକଟରେ ସମାଲୋଚିତ ହୋଇଥିବା ଚୀନ୍ ଏବେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ହୀନ୍ ଉଦ୍ୟମ କରିଛି । କୁହାଯାଉଛି ବିଶ୍ୱ ସମୁଦାୟଙ୍କ ଧ୍ୟାନ ହଟାଇବା ପାଇଁ ସୀମାରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଥିବା ଚୀନ୍ ଏବେ ନୂଆ ଚାଲ୍ ଖେଳୁଛି । ଚୀନ୍ ର ଚାଲାକିକୁ ପର୍ଦ୍ଦାଫାସ କରୁଥିବା ନୂଆଦିଲ୍ଲୀରୁ ପ୍ରସାରିତ ହେଉଥିବା ଇଂରାଜୀ ଚ୍ୟାନେଲ WIONର ପ୍ରସାରଣ ଉପରେ ରୋକ ଲଗାଇଛି ଚୀନ୍ ସରକାର ।

ଚୀନ୍ ପକ୍ଷରୁ କୁହାଯାଇଛି ଯେ, WION ଏକପାଖିଆ ଖବର ପ୍ରସାରଣ କରୁଛି । ଗତ ଜୁନ୍ ମାସରେ, ଗ୍ଲୋବାଲ୍ ଟାଇମ୍ସରେ WION ଚ୍ୟାନେଲକୁ “ନିରପେକ୍ଷ ଭାବରେ ଚିନ୍ତା କରିବାକୁ” ମଧ୍ୟ ଏକ ଆଲେଖ୍ୟରେ କୁହାଯାଇଥିଲା । ସୂଚନା ଥାଉକି, ଭାରତ ଓ ଚୀନ୍ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସ୍ତରରେ ବହୁବାର ଆଲୋଚନା ସତ୍ତ୍ୱେ ସ୍ଥିତିରେ ସୁଧାର ଆସିଲା ପରି ମନେ ହେଉନାହିଁ ।

ଗତମାସ(ଜୁନ୍ 15)ରେ ଗଲୱାନ ଘାଟିରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଏବଂ ଏଥିରେ 20ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ପରେ ଚୀନ୍ କୁ ପାନେ ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ଭାରତ । ସବୁ କ୍ଷେତ୍ରରେ ଚୀନ୍ କୁ ବୟକଟ କରିବା ଆରମ୍ଭ କରିଛି ଭାରତ । ଭାରତର ଏହି ପଦକ୍ଷେପକୁ ଦେଶର କୋଣଅନୁକୋଣରୁ ସମର୍ଥନ ମଧ୍ୟ ମିଳୁଛି । ଲୋକେ ସ୍ୱତପ୍ରବୃତ୍ତ ଭାବେ ଚାଇନା ମାଲ୍ (ଟିଭି, ମୋବାଇଲ, ବୈଦ୍ୟୁତିକ ସାମଗ୍ର) ସବୁ ପୋଡ଼ୁଛନ୍ତି । ଦେଖିବାକୁ ଗଲେ ଚୀନ୍ ବିରୋଧରେ ଭାରତୀୟ ମାନେ ସତେ ଯେମିତି ଏକ ଗଣଆନ୍ଦୋଳନର ନିଜେ ନିଜେ ନେତୃତ୍ୱ ନେଇଛନ୍ତି ।

ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଏକ ପ୍ରକାରର ଯୁଦ୍ଧ ଲଢୁଛି । ମହାମାରୀର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନ୍ କିନ୍ତୁ ପଡ଼ୋଶୀ ଭାରତ ସହ ମୁହାଁମୁହିଁ ହେଉଛି। ସୀମା ବିବାଦକୁ ନେଇ ଦୁଇ ଦେଶର ସୈନ୍ୟମାନେ ହାତାହାତି ହୋଇଥିବାବେଳେ ଏଥିରେ ଚୀନର ୪୩ ଜଣ ଓ ଭାରତର ୨୦ ଜଣ ଯବାନ ପ୍ରାଣ ହରାଇଛନ୍ତି। ଚୀନ୍ କିନ୍ତୁ ନିଜ ଭୁଲ୍ ମାନିବାକୁ ନାରାଜ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: