କରୋନା ବିପଦ: ବଢୁଛି ମୃତ୍ୟୁ ସଂଖ୍ୟା, ଆଜିର 5କୁ ମିଶାଇ ସଂଖ୍ୟା 34 ପାର୍

କରୋନା ବିପଦ: ବଢୁଛି ମୃତ୍ୟୁ ସଂଖ୍ୟା, ଆଜିର 5କୁ ମିଶାଇ ସଂଖ୍ୟା 34 ପାର୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଶାରେ ମାରାତ୍ମକ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଆଜି ମଧ୍ୟ ୫ ଜଣଙ୍କ ଜୀବନ ଯାଇଛି । ଆକାଳରେ ସେମାନେ ମୃତ୍ୟୁବରଣ କରିଛନ୍ତି । ଆଜି ଆଖି ବୁଜିଥିବା ରାଜ୍ୟର ଦୁଇ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଏବଂ ଗଞ୍ଜାମର ୩ଜଣ ରହିଛନ୍ତି ।  ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ ପାର୍ କରିଥି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସବୁଠାରୁ ଚିନ୍ତାଜନକ କଥା ହେଲା  ଲଗାତାର ତୃତୀୟ ଦିନରେ ବି ଜାରି ରହିଛି କରୋନା ମୃତ୍ୟୁର ବିଭିଷିକା । ଆଜି ଏକାଥରକେ 5ଜଣଙ୍କ ମୃତ୍ୟୁକୁ ନେଇ ଲୋକେ ଭୟଭିତ ଅଛନ୍ତି ।https://twitter.com/IPR_Odisha/status/1279282319811948545

୪୯୫ ମଧ୍ୟରୁ ୩୫୫ କ୍ୱାରେଣ୍ଟାଇନରୁ, ୧୪୦ ଲୋକାଲ୍ କେସ ରହିଛି। ଏହାକୁ ମିଶାଇ  ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି।  ସେମାନଙ୍କ ମଧ୍ୟରୁ ୫,୭୦୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି। ଏହି ୪୯୫ ଜଣଙ୍କ ମଧ୍ୟରୁ ୩୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୪୦ଟି ଲୋକାଲ୍‌ କଣ୍ଟାକ୍ଟସ୍‌। ସେହିପରି ନୂଆ କରି ଚିହ୍ନଟ ହୋଇଥିବା ୪୯୫ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସବୁଠୁ ଅଧିକ ୨୧୬ ଜଣ ଅଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: