‘କିମାଶ୍ଚର୍ଯ୍ୟମ’ରେ ବୁକମାର୍କ ନାହିଁ, ଆରମ୍ଭ କଲେ ନ ସାରି ରହି ହେବ ନାହିଁ’, ଡିସେମ୍ବରରେ ଆସୁଛି

“ପାଚେରି ଉପରେ ବସି ମୁଁ କେବେ ଜିନିଷ ଗୁଡିକୁ ଦେଖିନି କି ଏକ ସୁରକ୍ଷିତ ଦୂରତାରୁ ଅନୁମାନ କରା ଯାଇଥିବା ଭାବନାକୁ ଶବ୍ଦଚାତୁରୀରେ ଅନୁଭବ କହି ମୋ ପାଠକଙ୍କୁ ଠକିନି। ମୁଁ ମୋ ସମସ୍ଯା, ସମୟ ଓ ମୋ ସାମ୍ନାର ସମାଜକୁ ବଞ୍ଚିଛି, ଭୋଗିଛି ଓ ଆକଣ୍ଠ ଭୋଗ ବି କରିଛି।”କିମାଶ୍ଚର୍ଯ୍ୟମ” ବିଡମ୍ବନା ନୁହେଁ ବରଂ ମୋ ଭାଗର ଜୀବନ, ସମାଜ ଓ ସମୟକୁ ଭୋଗିବାର ଓ ଏକାସାଙ୍ଗେ ଜୀବନକୁ ଅନ୍ତରଙ୍ଗ ଭାବେ ଭଲ ପାଇବା ଏବଂ ଗଭୀର ଘୃଣା କରିବାର ଫଳଶୃତି।  “

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦୈନିକ ସମ୍ବାଦପତ୍ର, ୱେବ୍ ପୋର୍ଟାଲରେ ପ୍ରକାଶିତ ଓଡ଼ିଶାର ସୁନାମଧନ୍ୟ ସ୍ତମ୍ବକାର, ଲେଖକ ଏବଂ ସାମ୍ବାଦିକ ପରବ୍ରହ୍ମ ତ୍ରିପାଠୀଙ୍କ ବଛା ବଛା ନିବନ୍ଧକୁ ନେଇ ଏକ ପୁସ୍ତକ ପ୍ରକାଶିତ ହେବାକୁ ଯାଉଛି । ଆସନ୍ତା ଡିସେମ୍ବରରେ ଏହି ପୁସ୍ତକ ଲୋକାର୍ପଣ ହେବ। ‘କିମାଶ୍ଚର୍ଯ୍ୟମ’ରେ ବୁକମାର୍କ ନାହିଁ…କାରଣ ଆରମ୍ଭ କଲେ ନ ସାରି ରହି ହେବ ନାହିଁ।


ବର୍ଷା ପ୍ରକାଶନୀ ଦ୍ୱାରା ପ୍ରକାଶିତ ହେବାକୁ ଥିବା ଏହି ପୁସ୍ତକ ପରଂବ୍ରହ୍ମ ତ୍ରିପାଠୀଙ୍କ ୪ ନମ୍ବର ପୁସ୍ତକ।

“ପାଚେରି ଉପରେ ବସି ମୁଁ କେବେ ଜିନିଷ ଗୁଡିକୁ ଦେଖିନି କି ଏକ ସୁରକ୍ଷିତ ଦୂରତାରୁ ଅନୁମାନ କରା ଯାଇଥିବା ଭାବନାକୁ ଶବ୍ଦଚାତୁରୀରେ ଅନୁଭବ କହି ମୋ ପାଠକଙ୍କୁ ଠକିନି। ମୁଁ ମୋ ସମସ୍ଯା, ସମୟ ଓ ମୋ ସାମ୍ନାର ସମାଜକୁ ବଞ୍ଚିଛି, ଭୋଗିଛି ଓ ଆକଣ୍ଠ ଭୋଗ ବି କରିଛି।”କିମାଶ୍ଚର୍ଯ୍ୟମ” ବିଡମ୍ବନା ନୁହେଁ ବରଂ ମୋ ଭାଗର ଜୀବନ, ସମାଜ ଓ ସମୟକୁ ଭୋଗିବାର ଓ ଏକାସାଙ୍ଗେ ଜୀବନକୁ ଅନ୍ତରଙ୍ଗ ଭାବେ ଭଲ ପାଇବା ଏବଂ ଗଭୀର ଘୃଣା କରିବାର ଫଳଶୃତି।  ” (କିମାଶ୍ଚର୍ଯ୍ୟମ)


‘କୁନା ତ୍ରିପାଠୀର ରଫ୍ ଖାତା’ ହେଉ ଅବା ‘ କିଛି କହିବାର ଅଛି’ । ‘କଥା ତ ଏତିକି’ ହେଉ ଅବା ‘କକଟେଲ’, ତାଙ୍କର ସବୁ ବହିରେ ଥାଏ ଏକ ଅଜିବ ମିଜାଜ। କେବେ ‘କାଠ ହଣା ଚଢ଼େଇ’କୁ ତାଙ୍କ ଦେହର ସଜନା ଗଛ ସ୍ଥିତି ସ୍ଵାକ୍ଷର ମାଗେ ଆଉ କିଛି କ୍ଷଣ ବଞ୍ଚିଯିବାକୁ। ପୁଣି କେବେ କେବେ ‘ନିର୍ବାଣ’, ‘ଅସୀମାଂସୀତ’, ‘ବର୍ଷା’, ‘କାହିଁକି ଆସୁଛ’ ଭଳି ଅନେକ କବିତା। ଏଥର ଆସୁଛି ତାଙ୍କର ଚତୁର୍ଥ ନିବନ୍ଧ ସଂକଳନ ‘କିମାଶ୍ଚର୍ଯ୍ୟମ’। ଏହା ବି ସବୁ ଥର ଭଳି ପାଠକଙ୍କୁ ଆଦୃତ କରିବ ବୋଲି ଆଶା।

Leave a Reply

Your email address will not be published. Required fields are marked *