ଭାଇଜାନଙ୍କୁ ଲାଇକ ମାଗି ଅଡୁଆରେ କେନ୍ଦ୍ରାପଡ଼ା ସାଂସଦ; ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ

ଭାଇଜାନଙ୍କୁ ଲାଇକ ମାଗି ଅଡୁଆରେ କେନ୍ଦ୍ରାପଡ଼ା ସାଂସଦ; ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାତି ଅଧରେ (2ଟା 50 ମିନିଟ) କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏକ ଟ୍ୱିଟ କରନ୍ତି । ଟ୍ୱିଟ୍ କରିବାର କିଛି ସମୟ ମଧ୍ୟରେ ଟ୍ରୋଲ ହୁଅନ୍ତି ଏବଂ ତୀବ୍ର ସମାଲୋଚନାର ଶିକାର ବି ହୁଅନ୍ତି । ବେଶ୍ ଭାଇରାଲ ହୁଏ ଲୋକସଭା ସାଂସଦଙ୍କ ଏହି ଟ୍ୱିଟ୍ ଯେଉଁଥିରେ ଲେଖା ଅଛି ଯେ, ‘ସାର୍/ଭାଇଜାନ ଆପଣଙ୍କ ଠାରୁ ମୁଁ କଣ ଗୋଟିଏ ଲାଇକ ପାଇବାର ଯୋଗ୍ୟ ନୁହେଁ?  ମୁଁ ଆପଣଙ୍କୁ ବହୁତ ପସନ୍ଦ କରେ ଭାଇଜାନ, ଆପଣ ମୋତେ ପସନ୍ଦ କରନ୍ତୁ ଅବା ନ କରନ୍ତୁ । ’

ଆଉ ଏଥିପାଇଁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ସାଂସଦ ଅନୁଭବ ମହାନ୍ତିଙ୍କୁ । ଅଭିନେତାରୁ ନେତା ସାଜିଥିବା ଏବଂ ନିଜକୁ କଳିଙ୍ଗ ଷଣ୍ଢ କହୁଥିବା କେନ୍ଦ୍ରାପଡ଼ା ସାଂସଦ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ।ଅନେକ ସୋସିଆଲ ମିଡିଆ ୟୁଜର୍ସ ରାତି ଅଧରେ ସାଂସଦ ଅନୁଭବ ମହାନ୍ତିଙ୍କୁ ଏମିତି କରିବାଟା ଠିକ୍ ହୋଇନାହିଁ ବୋଲି ଦର୍ଶାଇବା ସହ ଟ୍ରୋଲ କରିଛନ୍ତି । ଅନେକ ତ ସାଂସଦ ଅନୁଭବ ମହାନ୍ତିଙ୍କ ଏମିତି ଲାଇକ ପାଇଁ ବ୍ୟାକୁଳତାକୁ ଦେଖି ନିଜେ ନିଜ ପଦର ମର୍ଯ୍ୟଦା ରଖନ୍ତୁ ବୋଲି କହିଛନ୍ତି ଅନୁଭବ ।

ଅନୁଭବ, ସଲମାନଙ୍କୁ କେତେ ଭଲ ପାଉଛନ୍ତି ତାହା ଦେଖେଇ ହେବାକୁ ଚେଷ୍ଟା କରିଛନ୍ତି । ଏମିତିକି ସଲମାନଙ୍କ ଗୋଟିଏ ଲାଇକ ଜଣେ ସାଂସଦଙ୍କୁ କେତେ ମାଇନା ରଖେ ତାହା ସେ ଦର୍ଶାଇବାକୁ ମଧ୍ୟ ବ୍ୟାକୁଳ ହୋଇଛନ୍ତି ଯାହା ତାଙ୍କ ଟ୍ୱିଟର ପୋଷ୍ଟରୁ ୟୁଜର୍ସମାନେ ବୁଝିବାକୁ ଚେଷ୍ଟା କରିଛନ୍ତି ।  ଅବଶ୍ୟ ଅନେକ ଅନୁଭବ ମହାନ୍ତିଙ୍କ ସମର୍ଥନରେ ବାହାରିଛନ୍ତି ତଥାପି ଅନୁଭବ ଟ୍ରୋଲ ହେଲା ଭଳି ଏମିତି କିଛି କରିଥିବାରୁ ସମାଲୋଚନା ତୀବ୍ର ହୋଇଛି ।  ସାଂସଦ ହୋଇ ଏମିତି ରାତି ଅଧିଆ ଟ୍ୱିଟ ତାହା ପୁଣି ଜଣେ ବଲିଉଡ ଅଭିନେତାଙ୍କୁ , ନିଜେ ନିଜ ପଦର ମର୍ଯ୍ୟଦା ରଖନ୍ତୁ ବୋଲି କହିଛନ୍ତି ଅନୁଭବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: