ପାପ, ପାପୀ ଓ ପାକିସ୍ତାନ: ରାମ-ରାମାୟଣକୁ ନେଇ ସମାଲଚନା ପରେ ସରକାରଙ୍କ ବିବୃତ୍ତି…

ପାପ, ପାପୀ ଓ ପାକିସ୍ତାନ: ରାମ-ରାମାୟଣକୁ ନେଇ ସମାଲଚନା ପରେ ସରକାରଙ୍କ ବିବୃତ୍ତି…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କୋଟି କୋଟି ରାମଭକ୍ତଙ୍କୁ ଉପହାସ କରିଛି ପଡ଼ୋଶୀ ପାକିସ୍ତାନ । ଆଉ ଏହାର କଡ଼ା ଜବାବ ଦେଇଛନ୍ତି ଭାରତ ସରକାର । ଆମ ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଅ ନାହିଁ ବୋଲି କହି ରାମ ମନ୍ଦିର ସଂପର୍କରେ ପାକିସ୍ତାନ ଦେଇଥିବା ମନ୍ତବ୍ୟର କଡ଼ା ଭାଷାରେ ସମାଲୋଚନା କରିଛି ଭାରତ।  ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଓ ସାଂପ୍ରଦାୟିକ ବିଭେଦ ସୃଷ୍ଟି ନ କରିବାକୁ ଭାରତ ପାକିସ୍ତାନକୁ କହିଛି । ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ପାକିସ୍ତାନ ସମାଲୋଚନା କରିବାକୁ ଯାଇ ନିଜ ଛେପ ନିଜେ ଢୋକିଛି ।

ଗତ କାଲି ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଘଟଣା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ, ଭାରତୀୟ ସୁପ୍ରିମକୋର୍ଟଙ୍କ ଏକ ରାୟ ପରେ ରାମମନ୍ଦିର ନିର୍ମାଣ ନ୍ୟାୟ ଉପରେ ବିଶ୍ୱାସର ବିଜୟକୁ ଦର୍ଶାଉଛି । ଏହା ଭାରତରେ ବଢିଚାଲିଥିବା ସଂଖ୍ୟାଗରିଷ୍ଠମାନଙ୍କ ଶାସନକୁ ପ୍ରମାଣିତ କରୁଛି । ଭାରତରେ ସଂଖ୍ୟାଲଘୁ ବିଶେଷକରି ମୁସଲିମମାନଙ୍କ ଉପାସନାପୀଠ ଉପରେ ଆକ୍ରମଣ ବଢିଚାଲିଛି ।

ଆଉ ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଭାରତର ଏକ ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ ସରକାରଙ୍କ ଏକ ମନ୍ତବ୍ୟକୁ ଆମେ ଦେଖିଛୁ । ଯେଉଁ ଦେଶ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦିଏ ଓ ନିଜ ଦେଶର ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଅଧିକାର ଦିଏନାହିଁ, ସେ ଦେଶଠାରୁ ଏପରି ପ୍ରତିକ୍ରିୟା ଆସିବା ଆଶ୍ଚର୍ଯ୍ୟଜନକ ନୁହେଁ । ପାକିସ୍ତାନ ଭାରତରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାରୁ ବିରତ ରହୁ ବୋଲି ସେ ସତର୍କ କରାଇଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: