ପଜିଟିଭ୍ ଭୟ ପାଇଁ ପାରୋଲରେ ଯିବେ କଏଦୀ; ଏହି ରାଜ୍ୟ ନେଲା ନିଷ୍ପତ୍ତି

ପଜିଟିଭ୍ ଭୟ ପାଇଁ ପାରୋଲରେ ଯିବେ କଏଦୀ; ଏହି ରାଜ୍ୟ ନେଲା ନିଷ୍ପତ୍ତି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟ, ଦେଶ ଓ ବିଦେଶରେ ଏବେ କରୋନା ନିଜର କଳେବର ବଢ଼ାଇ ଚାଲିଛି । ମୃତ୍ୟୁର ବିଭିଷିକା ରଚୁଥିବା କରୋନା କାରଣରୁ ଏବେ ସବୁଠୁ ଅଧିକ ଭୟ ଘାରିଛି ଜେଲ୍ ରେ ରହୁଥିବା ଅନ୍ତେବାସୀଙ୍କୁ ଏଥିପାଇଁ ଉତ୍ତରାଖଣ୍ଡ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟରେ ଥିବା ଜେଲଗୁଡ଼ିକରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏହାକୁ ଅତି ଗୁରୁତର ସହ ନେଇ ବନ୍ଦୀ ଜୀବନ କାଟୁଥିବା କିଛି  କଏଦୀଙ୍କୁ ପାରୋଲରେ ଛାଡ଼ିବାକୁ ଉତ୍ତରାଖଣ୍ଡ ସରକାର ଯୋଜନା କରୁଛନ୍ତି ।

ସଂଖ୍ୟା ଦୃଷ୍ଟିରୁ ଉତ୍ତରାଖଣ୍ଡର ବିଭିନ୍ନ ଜେଲରେ ଏବେ ୧୦୦ରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ରାଜ୍ୟର ଜେଲ ବିଭାଗର ଚିନ୍ତା ବି ବଢିଯାଇଛି । ଜେଲଗୁଡ଼ିକରେ କ୍ଷମତାଠାରୁ ଅଧିକ ଅନ୍ତେବାସୀ ରହିବା ଦ୍ୱାରା ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ କେତେକ କଏଦୀଙ୍କୁ ପ୍ୟାରୋଲରେ ଛାଡ଼ିବାକୁ ବିଚାର କରାଯାଉଛି ଓ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ମଗାଯାଇଛି । ଅନୁମତି ମିଳିବାପରେ କଏଦୀଙ୍କ ଚିହ୍ନଟ କରାଯିବ । କେବଳ କମ ଗୁରୁତର ଅପରାଧ କରିଥିବା ଓ ସମାଜ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ନଥିବା କଏଦୀମାନଙ୍କୁ ଛଡ଼ାଯିବ ବୋଲି ଜଣାଯାଇଛି ।

ରାଜ୍ୟ ଜେଲ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ପିଭିକେ ପ୍ରସାଦ କହିଛନ୍ତି ଯେ ରାଜ୍ୟର ଜେଲଗୁଡ଼ିକର ମୋଟ କ୍ଷମତା ୩୮୦୦ ଥିବାବେଳେ ସେଗୁଡ଼ିକରେ ୫୦୦୦ରୁ ଅଧିକ କଏଦୀ ରହୁଛନ୍ତି । ଏଣୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ସରକାରଙ୍କ ଅନୁମତି ମିଳିବାପରେ ଅତିରିକ୍ତ ଭାବେ ରହୁଥିବା କଏଦିମାନଙ୍କୁ ପ୍ୟାରୋଲରେ ଛାଡ଼ି ଦିଆଯିବ । ତେବେ କମ ଗୁରୁତର ଅପରାଧ କରିଥିବା ଓ ସମାଜ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ନଥିବା କଏଦୀମାନଙ୍କୁ ଚିହ୍ନଟ କରି ଛଡ଼ାଯିବ ବୋଲି ସେ କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: